ଓଡିଶା

odisha

ETV Bharat / bharat

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - 7PM ଗୁରୁତ୍ବପୂର୍ଣ୍ଣ ଖବର

ନଜର ପକାନ୍ତୁ NEWS@7PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

By

Published : Sep 14, 2021, 6:59 PM IST

1.ଅକ୍ଟୋବର 1ରୁ +2 ଅଫଲାଇନ ପରୀକ୍ଷା

ଆସନ୍ତା ଅକ୍ଟୋବର ୧ ତାରିଖରୁ ଯୁକ୍ତ ୨ ଅଫଲାଇନ ପରୀକ୍ଷା ଅନୁଷ୍ଠିତ ହେବ ।

2.ଦିଲ୍ଲୀରେ ପାକିସ୍ତାନ ଷଡଯନ୍ତ୍ରର ପର୍ଦ୍ଦାଫାସ, ୬ ଆତଙ୍କୀ ଗିରଫ

ପାକିସ୍ତାନର ଆତଙ୍କୀ ଷଡଯନ୍ତ୍ରର ପର୍ଦ୍ଦଫାସ କରିଛି ଦିଲ୍ଲୀ ପୋଲିସ । ୬ ଆତଙ୍କବାଦୀଙ୍କୁ ଦିଲ୍ଲୀ ପୋଲିସ ଗିରଫ କରିଛି ।

3.BSKY ସ୍ମାର୍ଟକାର୍ଡ ବଣ୍ଟନ ସହ ୫୮୦ କୋଟି ଟଙ୍କାର ପ୍ରକଳ୍ପ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଉରକେଲାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟକାର୍ଡର ଶୁଭାରମ୍ଭ କରିଛନ୍ତି ।

4.କଙ୍କନାଙ୍କ ଉପରେ ଖପ୍ପା କୋର୍ଟ, ହାଜର ନହେଲେ ଦେଖିବେ ହାଜତ !

ଅଭିନେତ୍ରୀ କଙ୍ଗନାଙ୍କ ବିରୁଦ୍ଧରେ ଜାଭେଦ ଅଖତର ଦାଏର କରିଥିଲେ ମାନହାନୀ ମାମଲା ।

5.28 ଦିନିଆ ଛୁଟିରେ ଗଲେ ସ୍ବାସ୍ଥ୍ୟ ବିଭାଗ ACS ପ୍ରଦୀପ୍ତ ମହାପାତ୍ର

ଛୁଟିରେ ଗଲେ ସ୍ବାସ୍ଥ୍ୟ ବିଭାଗର ACS ପ୍ରଦୀପ୍ତ ମହାପାତ୍ର । ତାଙ୍କ ସ୍ଥାନରେ ଦାୟିତ୍ବ ତୁଲାଇବେ କୃଷି ଉନ୍ନୟନ ବିଭାଗର କମିଶନର ରାଜ କୁମାର ଶର୍ମା ।

6.ନାମାଙ୍କନ ପତ୍ରରେ ମମତା ଲୁଚାଇଛନ୍ତି ଅପରାଧିକ ମାମଲା ! EC ଆଗରେ BJPର ଅଭିଯୋଗ

ମମତା ବାନାର୍ଜୀଙ୍କ ବିରୋଧରେ ନିର୍ବାଚନ ଆୟୋଗରେ ସଙ୍ଗୀନ ଅଭିଯୋଗ କରିଛି ଭାରତୀୟ ଜନତା ପାର୍ଟି ।ନାମାଙ୍କନ ପତ୍ରରେ ତାଙ୍କ ବିରୋଧରେ ଥିବା ଅପରାଧିକ ମାମଲା ଉଲ୍ଲେଖ କରିନଥିବା ଅଭିଯୋଗ

7.NEET 2021: ତାମିଲନାଡୁରେ ଟପ୍ପର ଛାତ୍ରୀଙ୍କ ଆତ୍ମହତ୍ୟା

ଡାକ୍ତର ପ୍ରବେଶିକା ପରୀକ୍ଷାରେ ଖରାପ ପ୍ରଦର୍ଶନ କରିଥିବା ବିଶ୍ବାସ କରି ପ୍ରାଣ ହାରିଲେ ତାମିଲନାଡ଼ୁର ଦ୍ବାଦଶ ଶ୍ରେଣୀ ଟପ୍ପର ଛାତ୍ରୀ ।

8.ତଥ୍ୟ ଲିକ୍ ଅଭିଯୋଗରେ ଚାନ୍ଦିପୁର DRDOର 4 ଠିକା କର୍ମଚାରୀ ଗିରଫ

ଚାନ୍ଦିପୁର ଡିଆରଡିଓର 4 ଠିକା କର୍ମଚାରୀ ଗିରଫ । ପ୍ରତିରକ୍ଷା ବିଭାଗର ଗୁରୁତ୍ବପୂର୍ଣ୍ଣ ତଥ୍ୟ ଲିକ୍ କରିଥିବା ଅଭିଯୋଗରେ ଗିରଫ କରିଛି ବାଲେଶ୍ବର ପୋଲିସ ।

9.ମାଲବାହୀ ଟ୍ରେନ ଦୁର୍ଘଟଣା; ଉଦ୍ଧାର କାର୍ଯ୍ୟ ଜାରି, ରେଳ ଚଳାଚଳ ପାଇଁ ଆହୁରି ୨୪ରୁ ୩୦ ଘଣ୍ଟା

ମାଲବାହୀ ଟ୍ରେନ ହୋଇଛି ଲାଇନଚ୍ୟୁତ । ତେବେ ଏହି ଲାଇନରେ ରେଳ ଚଳାଚଳ ପାଇଁ ଲାଗିବ 24 ରୁ 30 ଘଣ୍ଟା ସମୟ ।

10.ଆଇସୋଲେସନରେ ଋଷ ରାଷ୍ଟ୍ରପତି ପୁତିନ

ଟୀକାକରଣ ସତ୍ତ୍ବେ ଅନେକ ଦେଶ କୋରୋନାର କାୟା ଭିତରେ ରହିଛନ୍ତି । ଏହାରି ମଧ୍ୟରେ ଆଇସୋଲେସନକୁ ଯାଇଛନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ ।

ABOUT THE AUTHOR

...view details