ଓଡିଶା

odisha

ETV Bharat / bharat

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ଟପ ୭ ପିଏମ

ନଜର ପକାନ୍ତୁ NEWS@7PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

ନଜର ପକାନ୍ତୁ NEWS@7PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...
ନଜର ପକାନ୍ତୁ NEWS@7PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

By

Published : Jul 29, 2021, 7:04 PM IST

୧.ଓଡିଆ IPSଙ୍କୁ NCB ନିର୍ଦ୍ଦେଶକ ଦାୟିତ୍ବ

ଓଡିଆ IPS ସତ୍ୟ ନାରାୟଣ ପ୍ରଧାନଙ୍କୁ NCB ନିର୍ଦ୍ଦେଶକ ଦାୟିତ୍ବ । ଆଇପିଏସ ରାକେଶ ଆସ୍ଥାନାଙ୍କ ଠାରୁ ନେବେ ଦାୟିତ୍ବ ।

୨.ମେଡିକାଲ ଶିକ୍ଷାକ୍ଷେତ୍ରରେ ମୋଦି ସରକାରଙ୍କ ବଡ ଘୋଷଣା, ମିଳିବ ୨୭% ସଂରକ୍ଷଣ

ମେଡିକାଲ ପାଠ୍ୟକ୍ରମରେ ପ୍ରବେଶ ନେଇ ଇଚ୍ଛୁକ ଛାତ୍ରଛାତ୍ରୀଙ୍କ ପାଇଁ କେନ୍ଦ୍ର ସରକାରଙ୍କ ବଡ ଘୋଷଣା । ପଛୁଆ ବର୍ଗ ଓ ଆର୍ଥିକ ଭାବେ ଦୁର୍ବଳ ବର୍ଗଙ୍କ ପାଇଁ ବଡ ନିଷ୍ପତ୍ତି ନେଇ ମେଡିକାଲ ଶିକ୍ଷା କ୍ଷେତ୍ରରେ ଆରକ୍ଷଣ ଲାଗୁ ନେଇ ଘୋଷଣା କରିଛନ୍ତି କେନ୍ଦ୍ର ସରକାର ।

୩.ରାଜ୍ୟରେ ବାଘ ବଂଶ ସଙ୍କଟ, 14 ବର୍ଷରେ ଗାଏବ ହୋଇଛନ୍ତି 164 ମହାବଳ

ରାଜ୍ୟରେ ହ୍ରାସ ପାଇବାରେ ଲାଗିଛି ବାଘଙ୍କ ସଂଖ୍ୟା । ଏଥିଲାଗି ରାଜ୍ୟରେ ଆଉ ୩ଟି ବାଘ ସଂରକ୍ଷଣ କେନ୍ଦ୍ର ଖୋଲାଯିବ ବୋଲି କହିଛନ୍ତି PCCF ସିସିର ରାଥୋ ।

୪.National Education Policy@1: 'ଜାତୀୟ ଶିକ୍ଷାନୀତିକୁ ରଖାଯାଇଛି ଚାପମୁକ୍ତ'

ଜାତୀୟ ଶିକ୍ଷାନୀତି ୨୦୨୦( National Education Policy) ଅନ୍ତର୍ଗତ ହୋଇଥିବା ସଂଶୋଧନର ଏକ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ । ଜାତୀୟ ଶିକ୍ଷାନୀତି ଲାଗୁ ଲାଗୁ କରିବା ସ୍ବାଧୀନତାର ଅମୃତ ମହତ୍ସୋବର ଏକ ଅଂଶ ବୋଲି କହିଛନ୍ତି ମୋଦି ।

୫.୬ ଘଣ୍ଟା ଯାଏଁ ଅନ୍ଧାର ଏମର୍ଜେନ୍ସି ଓ୍ବାର୍ଡ, ଟର୍ଚ୍ଚ ଲାଇଟରେ ଚାଲିଲା ଚିକିତ୍ସା

ହରିୟାଣାର ଫରିଦାବାଦର ବାଦଶାହ ଖାନ ସିଭିଲ ହସ୍ପିଟାଲର ଏମର୍ଜେନ୍ସି ଓ୍ବାର୍ଡରେ ୬ ଘଣ୍ଟା କଟିଗଲା ବିଜୁଳି । ଟର୍ଚ୍ଚ ଲାଇଟରେ ରୋଗୀ ଦେଖିଲେ ଡାକ୍ତର ।

୬.ଭିମସାରରେ ଆବଶ୍ୟକୀୟ ଭିତ୍ତିଭୂମିର ସମ୍ପୂର୍ଣ୍ଣ ହେଲେ ମିଳିବ ECMO ଚିକିତ୍ସା: DMET

ଭିମସାରରେ ECMO ମେସିନ ନ ଲାଗିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି DMET ଡାକ୍ତର ସିବିକେ ମହାନ୍ତି । କହିଲେ ଭିତ୍ତିଭୂମୀ ପ୍ରସ୍ତୁତି ଚାଲିଛି, ସମ୍ପୂର୍ଣ୍ଣ ହେଲେ ମିଳିବ ସେବା ।

୭.COMMON PG ENTRANCE, ଘୋଷଣା ହେଲା ତାରିଖ

କମନ ପିଜି ଏଣ୍ଟ୍ରାନ୍ସ ବା ପ୍ରବେଶିକା ପରୀକ୍ଷା ପାଇଁ ଉଚ୍ଚଶିକ୍ଷା ବିଭାଗ ତାରିଖ ଘୋଷଣା କରିଛି ।

୮.ଦିନକ ପରେ ମାଟ୍ରିକ ଅଫଲାଇନ ପରୀକ୍ଷା, ବୋର୍ଡ ପ୍ରସ୍ତୁତ

ଦିନକ ପରେ ମାଟ୍ରିକ ଅଫଲାଇନ ପରୀକ୍ଷା । ପରୀକ୍ଷା ଦେବେ ଅସନ୍ତୁଷ୍ଟ ଛାତ୍ରଛାତ୍ରୀ । ଏନେଇ ବୋର୍ଡ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା କହିଲେ ବୋର୍ଡ ସଭାପତି ।

୯.CLAT 2021 results: କ୍ଲାଟ୍‌ ରେଜଲ୍ଟ ଘୋଷିତ, ଓଡିଶାରୁ ଉତ୍କର୍ଷ ପଣ୍ଡା ଟପ୍ପର

କମନ ଲ' ଆଡମିଶନ ଟେଷ୍ଟ ତଥା କ୍ଲାଟ୍‌(CLAT Result 2021) ପରୀକ୍ଷା ଫଳ ଘୋଷିତ । ଓଡିଶାରୁ ଟପ୍ପର ହୋଇଛନ୍ତି ଭୁବନେଶ୍ବରର ଉତ୍କର୍ଷ ପଣ୍ଡା ।

୧୦.କୋଟିକୋଟି ଭାରତୀୟଙ୍କ ଭାଙ୍ଗିଲା ହୃଦୟ, ହାରିଲେ ମେରୀ କମ୍‌

ବକ୍ସିଂ ପ୍ରି- କ୍ବାର୍ଟରରେ ପରାଜୟ ପରେ ମେରୀ କମଙ୍କ ଅଲମ୍ପିକ ଅଭିଯାନ ଶେଷ ।

ABOUT THE AUTHOR

...view details