ଓଡିଶା

odisha

ETV Bharat / bharat

TOP NEWS @7PM: ଦେଖନ୍ତୁ ବର୍ତ୍ତମାନର ବଡଖବର

ନଜର ପକାନ୍ତୁ NEWS@7PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS
TOP NEWS

By

Published : Jan 14, 2021, 7:07 PM IST

1.ସରକାରୀ ପଇସାରେ ରାଜନୈତିକ ବିସ୍ତାର କରୁଛି ବିଜେଡି; ପ୍ରଦୀପ୍ତ ନାୟକ

ଆଜି ପ୍ରଥମ କରି କୋରୋନା ମହାମାରୀ ମଧ୍ୟରେ ମୁଖ୍ୟମନ୍ତ୍ରୀ ପଦାକୁ ବାହାରିଛନ୍ତି । ନିଜ ଦଳର ପ୍ରଚାର ବିଡ଼ିଓଙ୍କ ଜରିଆରେ କରାଯାଉଛି । ଅନ୍ୟ ଦଳୀୟ ନେତାଙ୍କୁ ଅଣଦେଖା କରାଯାଇଛି।

2. ପଦ୍ମ ଧରିଲେ ଜୀବନ, ବିଜେଡି କରିଥିଲା ନିଲମ୍ବନ

ବିଜେଡିରୁ ବହିଷ୍କୃତ ବାଲେଶ୍ବର ସଦର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ ବିଜେପିରେ ବିଧିବଦ୍ଧ ଭାବେ ମିଶିଛନ୍ତି ।

3. ମିଳିନି ବକେୟା ଦରମା, ଠିକା ସଂସ୍ଥା ସମ୍ମୁଖରେ ଶ୍ରମିକଙ୍କ ଗଣଧାରଣା

ଢେଙ୍କାନାଳରେ ଶ୍ରମିକଙ୍କୁ ଦରମା ଦେଇନଥିବା ଏବଂ ସେମାନଙ୍କର ବିଭିନ୍ନ ସମସ୍ୟାକୁ ଠିକା ସଂସ୍ଥା ଅଣଦେଖା କରିଥିବାର ଅଭିଯୋଗ ହୋଇଛି । ଏଥିପାଇଁ ସଂସ୍ଥାର କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦିଆଯାଇଛି ।

4. ସରକାରୀ କର୍ମଚାରୀ ବେଶରେ ସ୍ମାର୍ଟ ଚୋର: 2 ଲକ୍ଷ ମୂଲ୍ୟର ବ୍ୟାଟେରୀ ଜବତ, 4 ଗିରଫ

ସ୍ମାର୍ଟସିଟିରେ ସ୍ମାର୍ଟ ଚୋର । ଆସୁଥିଲେ ସିଧାସାଧା ବେଶରେ । ଚୋରି କରୁଥିଲେ ସ୍ମାର୍ଟସିଟି ପ୍ରୋଜେକ୍ଟ ବ୍ୟାଟେରୀ । ନୟାପଲ୍ଲୀ ଥାନାରେ ଅଭିଯୋଗ ପରେ ବ୍ଯାଟେରୀ ଚୋରି ଗ୍ଯାଙ୍ଗର ପର୍ଦ୍ଦାଫାଶ କରିଛି କମିଶନରେଟ ପଲିସ । 4 ଜଣ ଗିରଫ ।

5. ଆଜି ପବିତ୍ର ମକର ସଂକ୍ରାନ୍ତି, ବଳଦେବଜୀଉଙ୍କ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ

ଆସ୍ଥା ଓ ଧର୍ମୀୟ ବିଶ୍ବାସର ଦିନ ପବିତ୍ର ମକର ସଂକ୍ରାନ୍ତି । ଏହାକୁ ନେଇ ସାରା ରାଜ୍ୟରେ ଉତ୍ସବର ପରିବେଶ । ପରମ୍ପରା ଅନୁସାରେ, ସୂର୍ଯ୍ୟଦେବ ଆଜି ଧନୁ ରାଶିରୁ ମକର ରାଶିରେ ପ୍ରବେଶ କରିଥାନ୍ତି ।

6. 'କୌଣସି ମହାଶକ୍ତି ଭାରତର ଆତ୍ମସମ୍ମାନକୁ ଆଘାତ ଦେଲେ ମିଳିବ କଡା ଜବାବ'

କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି, ଆମେ ଯୁଦ୍ଧ ଚାହୁଁନାହୁଁ ହେଲେ ଯଦି କୌଣସି ମହାଶକ୍ତି ଆମ ଆତ୍ମସମ୍ମାନରେ ଆଞ୍ଚ ଆଣିବାକୁ ଚେଷ୍ଟା କରେ ତାହେଲେ ଆମ ସୈନିକ କଡା ଜବାବ ଦେବାରେ ସକ୍ଷମ ।

7. ସାମାଜିକ ଦୂରତା ସହ ସାଧାରଣତନ୍ତ୍ର ଦିବସ ପରେଡ, ଅଭ୍ୟାସରେ ବ୍ୟସ୍ତ ଏନଏସଜି କମାଣ୍ଡୋ

ସାଧାରଣତନ୍ତ୍ର ଦିବସକୁ ହାତରେ ଆଉ ମାତ୍ର କିଛିଦିନ ଥିବାବେଳେ ପରେଡ ପ୍ରସ୍ତୁତିକୁ ଚୂଡାନ୍ତ ରୂପ ଦେବାରେ ଲାଗିଛନ୍ତି ଏନଏସଜି କମାଣ୍ଡୋ ।

8. WHO ୱେବସାଇଟରେ ଭାରତର ଭୂଲ ମାନଚିତ୍ର, କେନ୍ଦ୍ର ଜାହିର କଲା କଡା ଆପତ୍ତି

ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(WHO)ର ୱେବସାଇଟରେ ଭାରତର ମାନଚିତ୍ରକୁ ଭୂଲ ରୂପେ ଦର୍ଶାଯାଇଥିଲା । ଏହି ମାମଲାକୁ ଗମ୍ଭୀର ଭାବରେ ହୁ ସାମ୍ନାରେ ଉଠାଇଛି ଭାରତ ।

9. ତୀର୍ଥନ ଘାଟିରେ ବିରଳ ଦୃଶ୍ୟ: ଆକ୍ରମଣ ନୁହେଁ, ଲୋକଙ୍କୁ ସ୍ନେହ କରୁଛି ଚିତାବାଘ

ହିମାଚଳ ପ୍ରଦେଶର ତୀର୍ଥନ ଘାଟିରେ ହିଂସ୍ରଜନ୍ତୁ ଚିତାବାଘ ଲୋକଙ୍କ ସହ ଖେଳୁଥିବା ଦେଖିବାକୁ ମିଳିଛି ।

10. ଥାଇଲାଣ୍ଡ ଓପନ: ବାଦ ପଡିଲେ ସାଇନା, ଶ୍ରୀକାନ୍ତ, ସାତ୍ବିକ-ଚିରାଗ

ଭାରତୀୟ ଷ୍ଟାର ମହିଳା ସର୍ଟଲର ସାଇନା ନେହୱାଲ, କିଦାମ୍ବି ଶ୍ରୀକାନ୍ତ ଓ ପୁରୁଷ ଯୁଗଳ ଯୋଡି ସାତ୍ବିକ ସାଇରାଜ ରାଙ୍କିରେଡ୍ଡି - ଚିରାଗ ସେଟ୍ଟି ଗୁରୁବାର ବ୍ୟାଙ୍କ୍‌କରେ ଖେଳାଯାଉଥିବା BWF ସୁପର- 1000 ଟୁର୍ଣ୍ଣାମେଣ୍ଟରୁ ବାଦ ପଡିଛନ୍ତି ।

ABOUT THE AUTHOR

...view details