ଓଡିଶା

odisha

By

Published : Oct 6, 2022, 5:07 PM IST

ETV Bharat / bharat

TOP NEWS 5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

ନଜର ପକାନ୍ତୁ 5PM ସୁଦ୍ଧା କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS 5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
TOP NEWS 5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

1.Thailand Mass Shooting: ପ୍ରିସ୍କୁଲ କେୟାର ସେଣ୍ଟରରେ ଗୁଳିକାଣ୍ଡ, 22 ଶିଶୁଙ୍କ ସମେତ 34 ମୃତ

ଉତ୍ତରପୂର୍ବ ଥାଇଲାଣ୍ଡ୍‌ରେ ପ୍ରିସ୍କୁଲ୍‌ କେୟାର ସେଣ୍ଟର ଉପରେ ଆଖିବୁଜା ଗୁଳିଚାଳନ କରିଛନ୍ତି ଜଣେ ପୂର୍ବତନ ପୋଲିସ ଅଧିକାରୀ । ପ୍ରାୟ ୩୪ ଜଣଙ୍କ ମୃତ୍ୟୁ ହୋଇଛି (Attack on thailand daycare center )।

2.IND vs SA ODI Series: ଟସ ଜିତି ଭାରତର ବୋଲିଂ ନିଷ୍ପତ୍ତି, ଡେବ୍ୟୁ କଲେ ଋତୁରାଜ

ଭାରତ ଓ ଦକ୍ଷିଣ ଆଫ୍ରିକା ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚ । ଟସ ଜିତି ଭାରତର ବୋଲିଂ ନିଷ୍ପତ୍ତି ।

3.30 ଜିଲ୍ଲା ପାଇଁ 25 ପର୍ଯ୍ୟବେକ୍ଷକ ସୂଚୀ ଜାରି କଲା ବିଜେଡି

ନିର୍ବାଚନ ପୂର୍ବରୁ ସାଙ୍ଗଠନିକ ଶକ୍ତିକୁ ବୃଦ୍ଧି କରିବା ପାଇଁ ପର୍ଯ୍ୟବେକ୍ଷକ ସ୍ତରରେ ସାମାନ୍ୟ ଅଦଳବଦଳ କରିଛି ବିଜେଡି । ୩୦ଟି ଜିଲ୍ଲା ପାଇଁ ଆଜି ବିଜେଡି ୨୫ଜଣିଆ ପର୍ଯ୍ୟବେକ୍ଷକ ତାଲିକା ଘୋଷଣା ହୋଇଛି ।

4.ରାଷ୍ଟ୍ରପତିଙ୍କୁ ନେଇ କଂଗ୍ରେସ ନେତାଙ୍କ ବିବାଦୀୟ ମନ୍ତବ୍ୟ, ବିଜେପି କହିଲା ଆଦିବାସୀ ବିରୋଧୀ ମାନସିକତା

ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁଙ୍କୁ ନେଇ କଂଗ୍ରେସ ନେତା ଉଦିତ ରାଜଙ୍କ ବିବାଦୀୟ ଟ୍ବିଟକୁ ନେଇ ବର୍ଷିଲା ବିଜେପି । ଦଳର ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର କହିଲେ ଏହା କଂଗ୍ରେସର ଆଦିବାସୀ ବିରୋଧୀ ମାନସିକତାକୁ ଦର୍ଶାଉଛି ।

5.ରାଧା ଦାମୋଦର ବେଶରେ ମହାପ୍ରଭୁଙ୍କ ମନଲୋଭା ରୂପ, ଚଳଚଞ୍ଚଳ ଶ୍ରୀକ୍ଷେତ୍ର

ଶ୍ରୀକ୍ଷେତ୍ର ହୋଇ ଉଠିଛି ଚାଳଚଞ୍ଚଳ। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ଲାଗି ଜମିଛି ଭକ୍ତ ଗହଳି । ଶ୍ରୀମନ୍ଦିରରେ ଆଜିଠାରୁ ମହାପ୍ରଭୁଙ୍କର ରାଧାଦାମୋଦର ବେଶ ଆରମ୍ଭ ହୋଇଛି ।

6.ଦୁର୍ଗାପୂଜା ଭୋଜି ଖାଇବା ହେଲା କାଳ: ଝାଡାବାନ୍ତିରେ ୧ମୃତ, ଅନେକ ଅସୁସ୍ଥ

ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ ସାରଡାଙ୍ଗ ନାକପଦା ଗ୍ରାମରେ ଦୁର୍ଗାପୂଜା ଭୋଜି ଖାଇ ବ୍ୟାପିଲା ଝାଡାବାନ୍ତି । ଏଥିରେ ଜଣକର ମୃତ ହୋଇଥିବା ବେଳେ ୧୧ଜଣ ଆକ୍ରାନ୍ତ ହୋଇଛନ୍ତି ।

7.ଧରାପୃଷ୍ଠରୁ ବିଦାୟ ନେଉଛନ୍ତି ଦେବୀ ଦୁର୍ଗା, ଘଣ୍ଟ ଘଣ୍ଟାରେ କମ୍ପୁଛି ସିଲଭର ସିଟି

ଦଶହରା ପରେ ଏବେ ବିଦାୟ ନେଉଛନ୍ତି ମା'। ସିଲଭର ସିଟିରେ ଚାଲିଛି ମା’ ଦୁର୍ଗାଙ୍କ ଭସାଣ ଉତ୍ସବ। ପାରମ୍ପରିକ ବାଦ୍ୟ, ଘଣ୍ଟ ଘଣ୍ଟାରେ ମା’ଙ୍କୁ ବିଦାୟ ଦେଉଛନ୍ତି ଭକ୍ତ ।

8.ଅଘଟଣରୁ ଅଳ୍ପକେ ବର୍ତ୍ତିଲେ ଦର୍ଶକ, ଲୋକଙ୍କ ଉପରକୁ ବାଣ ଚଳାଇଲା ରାବଣ !

ଉତ୍ତରପ୍ରଦେଶର ମୁଜାଫରନଗରରେ ବୁଧବାର ରାବଣପୋଡ଼ି ବେଳେ ଅଘଟଣରୁ ବର୍ତ୍ତି ଯାଇଛନ୍ତି ଲୋକେ । ଏଠାରେ ରାବଣ ପ୍ରତିକୃତିରେ ନିଆଁ ଲଗାଇବାପରେ ଅଚାନକ ଏଥିରେ ଲାଗିଥିବା ରକେଟ୍‌ ବାଣ ଲୋକଙ୍କ ଉପରେ ପଡ଼ିବା ଆରମ୍ଭ କରିଥିଲା ।

9.ପୂଜାରେ କ୍ୟାଟ୍ରିନାଙ୍କୁ କଣେଇ ଚାହିଁଲେ ରଣବୀର କପୁର, କମେଣ୍ଟରେ ପୋତିଲେ ୟୁଜର୍ସ

ନବରାତ୍ରୀ ଅବସରରେ ଏକ୍ସ କପଲ ରଣବୀର କପୁର ଏବଂ କ୍ୟାଟ୍ରିନା କୈଫଙ୍କୁ ଦେଖିବାକୁ ମିଳିଥିଲା । ଯାହାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

10.କିନ୍ନର ଭୂମିକାରେ ନଜର ଆସିବେ ସୁସ୍ମିତା, ଆସିଲା Taaliର ଫାଷ୍ଟ ଲୁକ୍‌

ସୁସ୍ମିତା ସେନଙ୍କ ନୂଆ ୱେବ୍ ସିରିଜ୍‌ Taaliରୁ ତାଙ୍କର ଜବରଦସ୍ତ ଫାଷ୍ଟ ଲୁକ୍‌ ସାମ୍ନାକୁ ଆସିଛି । ସୁସ୍ମିତା ଜଣେ ଟ୍ରାନ୍ସଜେଣ୍ଡର ଭୂମିକାରେ ଅଭିନୟ କରୁଛନ୍ତି ।

ABOUT THE AUTHOR

...view details