ଓଡିଶା

odisha

By

Published : Apr 29, 2022, 5:07 PM IST

ETV Bharat / bharat

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

ନଜର ପକାନ୍ତୁ NEWS@5PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

ନଜର ପକାନ୍ତୁ NEWS@5PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ
ନଜର ପକାନ୍ତୁ NEWS@5PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

1.IPS Reshuffle: ଅରୁଣ ବୋଥ୍ରା ହେଲେ କ୍ରାଇମବ୍ରାଞ୍ଚ ADG, ପ୍ରତୀକ ସିଂ ଭୁବନେଶ୍ୱର DCP

IPS ସ୍ତରରେ ବଡ ଧରଣର ଅଦଳବଦଳ କଲେ ରାଜ୍ୟ ସରକାର । ଭୁବନେଶ୍ବର DCP ଉମାଶଙ୍କର ଦାଶଙ୍କ ପଦୋନ୍ନତି, ଟ୍ବିନସିଟି ଅତିରିକ୍ତ ପୋଲିସ କମିଶନର ଦାୟିତ୍ବ ହସ୍ତାନ୍ତର ।

2.ଦାନା ବାନ୍ଧୁଛି ଲଘୁଚାପ, ଆସନ୍ତା ସପ୍ତାହରୁ ତାତିରୁ ମିଳିପାରେ ନିସ୍ତାର

ତାତିରୁ ମିଳିବ ତ୍ରାହି । ଦକ୍ଷିଣ ଆଣ୍ଡାମାନ ସାଗରରେ ଦାନା ବାନ୍ଧୁଛି ଲଘୁଚାପ । ଆସନ୍ତା ୪ ତାରିଖ ରାତି ବା ୫ ତାରିଖ ସୁଦ୍ଧା ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା ।

3.Patiala Violence: ଖାଲିସ୍ତାନ ବିରୋଧୀ ଶୋଭାଯାତ୍ରା ବେଳେ ଗୋଷ୍ଠୀ ସଂଘର୍ଷ, ସ୍ଥିତି ନିୟନ୍ତ୍ରଣାଧୀନ କହିଲେ ମୁଖ୍ୟମନ୍ତ୍ରୀ ମାନ

ପଞ୍ଜାବର ପଟିଆଲାରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ । ଆଇନ ଶୃଙ୍ଖଳା ସ୍ଥିତି ବଜାୟ ରଖିବା ଲାଗି ବ୍ୟାପକ ପୋଲିସ ମୁତୟନ ।

4.ସୃଜନ ସମ୍ମାନ ପାଇଁ ବିଦ୍ୟାସାଗର ଉପାଧ୍ୟାୟ ମନୋନୀତ

କଳାକାରମାନଙ୍କୁ ଉତ୍ସାହିତ କରିବା ପାଇଁ ଇଷ୍ଟର୍ଣ୍ଣ ଫାଉଣ୍ଡେସନ୍ ଅଫ୍ ଆର୍ଟ ଆଣ୍ଡ କଲଚର ପକ୍ଷରୁ ପ୍ରତିବର୍ଷ ଜାତୀୟ କଳା ପ୍ରତିଯୋଗିତା ଆୟୋଜିତ ହୋଇଥାଏ । ବିଶିଷ୍ଟ କଳାକାର ବିଦ୍ୟାସାଗର ଉପାଧ୍ୟାୟ ଇଏଫଏସିର ସୃଜନ ସମ୍ନାନ ପୁରସ୍କାର ପାଇଁ ଅନୁଷ୍ଠାନ ଦ୍ୱାରା ମନୋନୀତ ହୋଇଛନ୍ତି ।

5.ପଟ୍ଟାମୁଣ୍ଡାଇ ମହିଳା ମହାବିଦ୍ୟାଳୟରେ ଜାଲିଆତି ! ADMଙ୍କ ବଦଳି ପରେ ଜାଲ ସ୍ୱାକ୍ଷରରେ ନିଯୁକ୍ତି

ପଟ୍ଟାମୁଣ୍ଡାଇ ମହିଳା ମହାବିଦ୍ୟାଳୟରେ ନିଯୁକ୍ତି ଜାଲିଆତି । ବଦଳି ପରେ କିପରି ଅତିରିକ୍ତ ଜିଲ୍ଲାପାଳଙ୍କ ଜାଲ ସ୍ୱାକ୍ଷରରେ ନିଯୁକ୍ତି ଦିଆଯାଇଛି ସେନେଇ ଖୁଲାସା କରିଛି RTI ।

6.Poultry Revolution: କୁକୁଡା ଚାଷରେ ଆଣିଥିଲେ ବିପ୍ଳବ, ୮୫ବର୍ଷରେ ଆଖି ବୁଜିଲେ ସୁନ୍ଦର ନାଇଡୁ

ବାଲାଜୀ ହ୍ୟାଚେରୀର ପ୍ରତିଷ୍ଠାତା ସୁନ୍ଦର ନାଇଡୁଙ୍କ ୮୫ ବର୍ଷରେ ପରଲୋକ ଘଟିଛି । କୁକୁଡା ଚାଷକୁ ବ୍ୟାପକ କରିବା କ୍ଷେତ୍ରରେ ତାଙ୍କର ଅନେକ ଅବଦାନ ରହିଥିବା ବେଳେ ଆନ୍ଧ୍ରପ୍ରଦେଶ ପୋଲଟ୍ରି ଫେଡେରେସନର ଅଧ୍ୟକ୍ଷ ଭାବେ ସେ କାର୍ଯ୍ୟ କରିଛନ୍ତି ।

7.ଦିଲ୍ଲୀରେ କୋଇଲା ଅଭାବରୁ ହସ୍ପିଟାଲ, ମେଟ୍ରୋରେ ବ୍ୟାହତ ହୋଇପାରେ ବିଜୁଳି ସେବା

କୋଇଲା ଅଭାବରୁ ଦିଲ୍ଲୀରେ ଡାକ୍ତରଖାନା, ମେଟ୍ରୋ ଷ୍ଟେସନ ସହ ବଡ ବଡ ପ୍ରତିଷ୍ଠାନରେ ବିଜୁଳି ଯୋଗାଣରେ ବ୍ୟାହତ ହୋଇପାରେ । ଏନେଇ ଗତକାଲି(ଗୁରବାର) ସତର୍କ କରାଇଛନ୍ତି ଦିଲ୍ଲୀ ସରକାର ।

8.ବିକୃତ ଫଟୋ ପଠାଇ ଛାତ୍ରୀଙ୍କୁ ବ୍ଲେକମେଲ କରିବା ଅଭିଯୋଗରେ ଯୁବକ ଗିରଫ

ଫଟୋକୁ ବିକୃତ କରି ଛାତ୍ରୀଙ୍କୁ ବ୍ଲେକମେଲ କରିବା ଅଭିଯୋଗରେ ଯୁବକ ଗିରଫ । ନିଜର ଫଲୋର୍ସ ବଢାଇବା ପାଇଁ ଅଜଣା ଲୋକଙ୍କୁ ବନ୍ଧୁତା ନିବେଦନ(Friend Request) ନ ପଠାଇବା ସହ ଅଜଣା ଲୋକଙ୍କ Request ଗ୍ରହଣ ନ କରିବାକୁ ସାଇବର ପୋଲିସର ପରାମର୍ଶ ।

9.Matric Exam: ଭଦ୍ରକରେ ପ୍ରଥମ ଦିନରେ ପରୀକ୍ଷା ଦେଲେ ୨୩,୦୭୭ ଜଣ ଛାତ୍ରଛାତ୍ରୀ

ଆଜିଠାରୁ ଆରମ୍ଭ ହୋଇଛି ଚଳିତ ବର୍ଷର ମାଟ୍ରିକ ପରୀକ୍ଷା । ଭଦ୍ରକ ଜିଲ୍ଲାରେ ମୋଟ ୧୨୪ଟି କେନ୍ଦ୍ରରେ ୨୩ ହଜାର ୭୭ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଉଛନ୍ତି ।

10.Birthday Special: ବିଜୟଙ୍କ ସରପ୍ରାଇଜଭରା ଶୁଭେଚ୍ଛାରେ କାନ୍ଦିଲେ ସାମ୍‌

ସାମନ୍ଥା ରୁଥ ପ୍ରଭୁଙ୍କ ଜନ୍ମଦିନ ଅବସରରେ ସୁପରଷ୍ଟାର ବିଜୟ ଦେବରାକୋଣ୍ଡା ତାଙ୍କୁ ଭିନ୍ନ ଅନ୍ଦାଜରେ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ବିଜୟ ଏହା ସହ ଜଡିତ ଏକ ଭିଡିଓ ସେୟାର କରିଛନ୍ତି ଯାହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ABOUT THE AUTHOR

...view details