ଓଡିଶା

odisha

ETV Bharat / bharat

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

ନଜର ପକାନ୍ତୁ NEWS@5PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

By

Published : Apr 2, 2022, 5:02 PM IST

1-Manas Murder Case: ଶର୍ମିଷ୍ଠା ୱେବ ଚ୍ୟାନେଲ ଅଫିସରେ କ୍ରାଇମବ୍ରାଞ୍ଚର ଖୋଳତାଡ

ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ ୱେବ ଚ୍ୟାନେଲ ସମ୍ପୂର୍ଣ୍ଣା ଅଫିସରେ କ୍ରାଇମବ୍ରାଞ୍ଚର ତନାଘନା ।

2-Double Murder Case: ଅନୁପ ସାଏଙ୍କୁ ଆଜୀବନ କାରାଦଣ୍ଡାଦେଶ

ବହୁ ଚର୍ଚ୍ଚିତ କଳ୍ପନା ଦାସ ଓ ତାଙ୍କ ଝିଅ ବବଲି ଦାସ ହତ୍ୟା ମାମଲାର ଆଜି ଚୂଡାନ୍ତ ରାୟ ଦେଇଛନ୍ତି ଅତିରିକ୍ତ ଦୌରା ଜଜ । ଘଟଣାର ମୁଖ୍ୟ ଅଭିଯୁକ୍ତ ଥିବା ବ୍ରଜରାଜନଗରର ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡାଦେଶ ଦେଇଛନ୍ତି ଛତିଶଗଡ ରାୟଗଡ ସେସନ୍ସ କୋର୍ଟ କୋର୍ଟ ।

3-ଆରମ୍ଭ ହେଲା ସ୍କୁଲରେ ମଧ୍ୟାହ୍ନଭୋଜନ, ଏକାଠି ଖାଇ ବେଶ ଖୁସି ଛାତ୍ରଛାତ୍ରୀ

ଆଜି(ଶନିବାର)ଠୁ ସକାଳୁଆ ସ୍କୁଲ ଆରମ୍ଭ ହୋଇଥିବା ବେଳେ ପିଲାଙ୍କୁ ଦିଆଯାଇଛି ମଧ୍ୟାହ୍ନ ଭୋଜନ । ଦୀର୍ଘ ଦିନ ପରେ ସାଙ୍ଗସାଥୀଙ୍କ ସହିତ ଏକାଠି ଖାଇ ବେଶ ଖୁସି କୁନି କୁନି ପିଲା ।

4-ବଢୁଛି ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁ, 2021ରେ ଯାଇଛି 5081 ଜୀବନ

ରାଜ୍ୟରେ ବଢୁଛି ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁସଂଖ୍ୟା । 2020 ବର୍ଷ ତୁଳନାରେ 2021ରେ 7.24 ପ୍ରତିଶତ ଅଧିକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଛି ।

5-ଦିଲ୍ଲୀରେ ବାଧ୍ୟତାମୂଳକ ନାହିଁ ମାସ୍କ, ଦେବାକୁ ପଡିବନି କୌଣସି ଫାଇନ

ରାଜଧାନୀ ଦିଲ୍ଲୀବାସୀଙ୍କ ପାଇଁ ଆସିଲା ଆଶ୍ବସ୍ତିକର ଖବର । ଆଉ ପିନ୍ଧିବାକୁ ପଡ଼ିବନି ମାସ୍କ । ଏହାକୁ ଆଉ ବାଧ୍ୟତାମୂଳକ କରାଯିବନି । କି ମାସ୍କ ନ ପିନ୍ଧିଲେ ପଡ଼ିବନି ଫାଇନ ।

6-ISIS ଆତଙ୍କୀ ଓ୍ବେବସାଇଟ ଆକସେସ୍ କରି ହାଇଦ୍ରାବାଦରୁ ଜଣେ ଗିରଫ

ହାଇଦ୍ରାବାଦରେ ଆତଙ୍କୀ ଓ୍ବେବସାଇଟ ଆକସେସ କରି ଯୁବକ ଗିରଫ । ପଚରା ଉଚରା କରୁଛି ପୋଲିସ ।

7-ପ୍ରେମ କଲା ପାଗଳ: ଜନ୍ମ ପ୍ରମାଣପତ୍ରରେ ଜାଲିଆତି କରି ପ୍ରେମିକ ସହ ନାବାଳିକା ଫେରାର

ପ୍ରେମର ପଡ଼ି ବାୟାଣୀ ହେଲା ଉତ୍ତରପ୍ରଦେଶ ବରେଲିର ଜଣେ ନାବାଳିକା । ତାଙ୍କ ପ୍ରେମରେ ବାଧକ ସାଜିଥିଲା ବୟସ । ଏଥିଲାଗି ଜନ୍ମ ପ୍ରମାଣପତ୍ରରେ କଲା ଜାଲିଆତି । ଆଉ ନିଜକୁ ସାବାଳିକା ଦର୍ଶାଇ ପ୍ରେମିକ ସହ ହୋଇଛି ଫେରାର ।

8-ବଢୁଛି ଖରା, ବଜାରରେ ଲେମ୍ବୁ କିଲୋ ୨୦୦ ଟଙ୍କା

ଡହ ଡହ ଖରାରେ ଆଉଟୁପାଉଟୁ ହେଉଛନ୍ତି ଲୋକେ । ତାତି ବଢିବା ସହ ଏବେ ବଜାରରେ ବଢୁଛି ଲେମ୍ବୁ ଚାହିଦା । ଫଳରେ ୨୦୦ ଟଙ୍କାରେ ପହଞ୍ଚିଲା ଲେମ୍ବୁ କେଜି ।

9-ଶ୍ରୀଲଙ୍କାକୁ 6 ହଜାର ମେଟ୍ରିକ ଟନ ଇନ୍ଧନ ପଠାଇଲା ଭାରତ

ଶ୍ରୀଲଙ୍କାରେ ଜାରି ରହିଛି ଆର୍ଥିକ ସଙ୍କଟ । ଶକ୍ତି ଓ ଇନ୍ଧନ ସମେତ ମିଳୁନି ବିଭିନ୍ନ ଜରୁରୀ ସାମଗ୍ରୀ । 6 ହଜାର ମେଟ୍ରିକ ଟନ ଇନ୍ଧନ ପଠାଇଲା ଭାରତ ।

10-IPL 2022: ସନ୍ଧ୍ୟାରେ ଅସଲ ଲଢେଇ, ପାଣ୍ଡ୍ୟା-ପନ୍ତ ଫାଇଟ୍‌

ଗୁଜରାଟର ପ୍ରଥମ ମ୍ୟାଚ୍‌ ଦ୍ବିତୀୟ ନୂଆ ଟିମ ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ ସହିତ ରହିଥିଲା, ଯେଉଁଥିରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଟିମ ଲକ୍ଷ୍ନୌକୁ ହରାଇଥିଲା । ମାତ୍ର ଇଣ୍ଡିଆନ ପ୍ରିମିୟର ଲିଗ(IPL)ରେ ଟାଇଟନ୍ସ ଟିମର ଅସଲ ପରୀକ୍ଷା ଆଜି ସନ୍ଧ୍ୟାରେ(ଶନିବାର) ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚ୍‌ରେ ହେବ ।

ABOUT THE AUTHOR

...view details