ଓଡିଶା

odisha

ETV Bharat / bharat

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

ନଜର ପକାନ୍ତୁ NEWS@5PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

By

Published : Oct 7, 2021, 5:05 PM IST

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

1. 'ଗୋଟିଏ ଡୋଜ୍‌ରେ ପୂର୍ଣ୍ଣ ସୁରକ୍ଷିତ ନୁହେଁ, ବିଳମ୍ବ ହେଲେ ବି ଦ୍ବିତୀୟ ଡୋଜ୍‌ ଜରୁରୀ'

ମହାମାରୀ କୋରୋନାରୁ ରକ୍ଷା ପାଇବା ପାଇଁ ଗୋଟିଏ ଡୋଜ୍‌ ଟିକା ପୂର୍ଣ୍ଣ ରୂପରେ ସୁରକ୍ଷିତ ନୁହେଁ । ବିଳମ୍ବ ହେଲେବି ଦ୍ବିତୀୟ ଡୋଜ୍‌ ନେବା ଜରୁରୀ ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ।

2. ଜଳେଶ୍ବର ବିଧାୟକ ଅଶ୍ବିନୀଙ୍କୁ କୋରୋନା, ହସ୍ପିଟାଲରେ ଭର୍ତ୍ତି

ବାଲେଶ୍ବର ଜଳେଶ୍ବର ବିଧାୟକ ଅଶ୍ବିନୀ ପାତ୍ର କୋରୋନା ପଜିଟିଭ ଚିହ୍ନଟ ।

3. ବିଜେପି ଜାତୀୟ କାର୍ଯ୍ୟକାରିଣୀରୁ ବରୁଣ ବିଦା, ମେନକାଙ୍କୁ ମିଳିଲାନି ସ୍ଥାନ

ବିଜେପିର ନୂଆ ଜାତୀୟ କାର୍ଯ୍ୟକାରିଣୀରୁ ସାଂସଦ ବରୁଣ ଗାନ୍ଧୀ ଆଉଟ । ମେନକାଙ୍କୁ ମଧ୍ୟ ମିଳିନି ସ୍ଥାନ ।

4. 'ବହୁଦିନ ସଭାପତି ରହିଲିଣି ପରିବର୍ତ୍ତନ ହୋଇପାରେ'

ପିପିଲି ଉପନିର୍ବାଚନ ଫଳାଫଳ ପରେ ପିସିସି ସଭାପତିଙ୍କୁ ପଦରୁ ହଟାଇବାକୁ କିଛି କର୍ମୀ କଂଗ୍ରେସ କାର୍ଯ୍ୟାଳୟରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଆଜି ନିଜ ଇସ୍ତଫା ନେଇ ମୁହଁ ଖୋଲିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ।

5. ମହଙ୍ଗା ମାଡରେ ହନ୍ତସନ୍ତ ଖାଉଟି, କେବେ ଆସିବ ଆଚ୍ଛେ ଦିନ: କଂଗ୍ରେସ

ଦରଦାମ ବୃଦ୍ଧିକୁ ନେଇ କେନ୍ଦ୍ର ସରକାରକୁ ସମାଲୋଚନା କଲା କଂଗ୍ରେସ । ଆଚ୍ଛେ ଦିନ କେବେ ଆସିବ ବୋଲି କଟାକ୍ଷ କଲେ ଦଳୀୟ ବିଧାୟକ ସନ୍ତୋଷ ସିଂ ସାଲୁଜା ।

6. ଚାର୍ଜିଂ ଷ୍ଟେସନ ପ୍ରତିଷ୍ଠା ନେଇ ଚାଲିଛି ପ୍ରକ୍ରିୟା: ପରିବହନ ମନ୍ତ୍ରୀ

ରାଜ୍ୟରେ ଚାର୍ଜିଂ ଷ୍ଟେସନ ପ୍ରତିଷ୍ଠା ନେଇ ପ୍ରକ୍ରିୟା ଚାଲିଛି ବୋଲି କହିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ।

7. ନୟାଗଡ କୋର୍ଟରେ ହାଜର ହେଲେ ମାଓନେତା ସବ୍ୟସାଚୀ ପଣ୍ଡା, ଆଉ କିଛି ସମୟ ପରେ ଶୁଣାଣି

ବହୁଚର୍ଚ୍ଚିତ 2008 ନୟାଗଡ଼ ମାଓ ଆକ୍ରମଣ ମାମଲାର ଆଉ କିଛି ସମୟ ପରେ ଶୁଣାଣି । କଡା ସୁରକ୍ଷା ମଧ୍ୟରେ ମାଓନେତା ସବ୍ୟସାଚୀ ପଣ୍ଡାଙ୍କୁ ନୟାଗଡ କୋର୍ଟରେ ହାଜର କରାଇଲା ପୋଲିସ ।

8. ବାଲେଶ୍ବରରେ ନିର୍ଭୟର ସଫଳ ପରୀକ୍ଷଣ

ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରର 3ନଂ ଲଞ୍ଚପ୍ୟାଡରୁ ପରୀକ୍ଷା ହୋଇଛି ସବ୍‌ସୋନିକ କ୍ରୁଜ୍ ମିସାଇଲ ନିର୍ଭୟ ।

9. T20 World Cup: ସବୁ ମ୍ୟାଚ୍‌ରେ ନିରପେକ୍ଷ ଅମ୍ପାୟର, ତାଲିକାରେ ନୀତିନ ମେନନ

ପୁରୁଷ ଟି-୨୦ ବିଶ୍ବକପ ୨୦୨୧ ଟୁର୍ଣ୍ଣାମେଣ୍ଟ ପାଇଁ ICC ଘୋଷଣା କରିଥିବା ୨୦ ଜଣିଆ ମ୍ୟାଚ୍‌ ଅଫିସିଆଲଙ୍କ ମଧ୍ୟରେ ଅମ୍ପାୟର ତାଲିକାରେ ଭାରତରୁ ନୀତିନ ମେନନ ଏକମାତ୍ର ଭାରତୀୟ ରହିଥିବାବେଳେ, ଜଗଭଲ ଶ୍ରୀନାଥ ମ୍ୟାଚ୍‌ ରେଫ୍ରୀ ରହିଛନ୍ତି ।

10. 'ସ୍ପିରିଟ'ରେ ନଜର ଆସିବେ ପ୍ରଭାସ, ରିଲିଜ ହେଲା ପ୍ରଥମ ପୋଷ୍ଟର

ଆଗକୁ ଆସୁଛି ତେଲୁଗୁ ସୁପରଷ୍ଟାର ପ୍ରଭାସଙ୍କ ନୂଆ ଫିଲ୍ମ 'ସ୍ପିରିଟ' । ଟ୍ବିଟ କରି ସୂଚନା ଦେଲେ ପ୍ରଭାସ ।

ABOUT THE AUTHOR

...view details