ଓଡିଶା

odisha

ETV Bharat / bharat

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

ନଜର ପକାନ୍ତୁ NEWS@5PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

By

Published : Sep 13, 2021, 5:00 PM IST

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

1. ରାଜ୍ୟରେ ବର୍ଷା ବିଭୀଷିକା, ଜଳସମ୍ପଦ ବିଭାଗର ସମସ୍ତ ଅଧିକାରୀଙ୍କ ଛୁଟି ବାତିଲ୍

ଲଘୁଚାପ ଯୋଗୁଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇଛି । ବର୍ଷା ଯୋଗୁଁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ତଳି ଅଞ୍ଚଳରେ ବର୍ଷା ଜଳ ପ୍ରବେଶ କରିଛି । ଏନେଇ ସମସ୍ତ ଅଧିକାରୀଙ୍କ ଛୁଟି ବାତିଲ କରିଛି ବିଭାଗ ।

2. ଜଳବନ୍ଦୀ ରାଜଧାନୀ: ସ୍ଥିତି ପରଖିଲେ ସ୍ବରେଜ ଓ ଡ୍ରେନେଜ ବିଭାଗ ନିର୍ବାହୀ ଯନ୍ତ୍ରୀ

ଲଗାଣା ବର୍ଷାରେ ଜଳବନ୍ଦୀ ରାଜଧାନୀ । ବିଭିନ୍ନ ସ୍ଥାନ ବୁଲି ସ୍ଥିତି ପରଖିଲେ ସ୍ବରେଜ ଓ ଡ୍ରେନେଜ ବିଭାଗର ନିର୍ବାହୀ ଯନ୍ତ୍ରୀ । ଜଳ ନିଷ୍କାସନ ଉପରେ ଗୁରୁତ୍ବ ।

3. ବର୍ଷା ବିତ୍ପାତରେ ଭୁବନେଶ୍ବର ଜଳବନ୍ଦୀ, ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଅପରାଜିତା ଷଡ଼ଙ୍ଗୀ

ଲଘୁଚାପ ଜନିତ ବର୍ଷାରେ ରାଜଧାନୀ ଭୁବନେଶ୍ବର ଜଳମଗ୍ନ ହୋଇଛି । ଏହାକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ।

4. ଦୁଇ ଦିନିଆ କେନ୍ଦୁଝର ଗସ୍ତରେ କେନ୍ଦ୍ରମନ୍ତ୍ରୀ, ମା ତାରିଣୀଙ୍କୁ କଲେ ଦର୍ଶନ

ଦୁଇ ଦିନିଆ କେନ୍ଦୁଝର ଗସ୍ତରେ ଅଛନ୍ତି କେନ୍ଦ୍ର ଜଳ ସମ୍ପଦ ଓ ଆଦିବାସୀ ବ୍ୟାପାର ମନ୍ତ୍ରୀ ବିଶ୍ବେଶ୍ୱର ଟୁଡୁ । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ବିଭିନ୍ନ ସାମାଜିକ ସଂଗଠନ, ବୁଦ୍ଧିଜୀବୀଙ୍କ ସହ ଆଲୋଚନା କରିଛନ୍ତି ।

5. Pegasus issue: କଠୋର ହେଲେ ସୁପ୍ରିମକୋର୍ଟ, ସରକାର ଦାଖଲ କରିବେନି ସତ୍ୟପାଠ

ପେଗାସସ ମାମଲାରେ କେନ୍ଦ୍ର ଉପରେ ଅସନ୍ତୋଷ ଜାହିର କରିଛନ୍ତି ସୁପ୍ରିମକୋର୍ଟ । ମାମଲାରେ ସତ୍ୟପାଠ ଦାଖଲ କରାଯାଇପାରିବ ନାହିଁ ବୋଲି ସ୍ପଷ୍ଟ କରିଦେଇଛନ୍ତି କେନ୍ଦ୍ର ସରକାର ।

6. ଶପଥ ନେଲେ ଗୁଜୁରାଟ ନୂଆ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ

ଗୁଜୁରାଟର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଭୂପେନ୍ଦ୍ର ପଟେଲ । ରବିବାର ବିଧାୟକ ଦଳ ବୈଠକରେ ଭୂପେନ୍ଦ୍ରଙ୍କ ନାଁରେ ବାଜିଥିଲା ମୋହର ।

7. ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅସ୍କର ଫର୍ଣ୍ଣାଣ୍ଡିସଙ୍କ ପରଲୋକ

ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ଅସ୍କର ଫର୍ଣ୍ଣାଣ୍ଡିସଙ୍କ ଦେହାନ୍ତ । ୟୁପିଏ ସରକାରରେ ସଡକ ପରିବହନ ମନ୍ତ୍ରୀ ଥିଲେ ଅସ୍କର ।

8. ସାନଭାଇ ଗେମ ଖେଳିବାକୁ ଦେଲାନି ମୋବାଇଲ, ଆତ୍ମହତ୍ୟା କଲା ବଡ ଭଉଣୀ

ସ୍ମାର୍ଟଫୋନ ନେଲା ଜୀବନ । ସାନ ଭାଇ ଗେମ ଖେଳିବାକୁ ମୋବାଇଲ ନ ଦେବାରୁ ମହାରାଷ୍ଟ୍ରରେ ଆତ୍ମହତ୍ୟା କରିଛି ୧୬ ବର୍ଷର ନାବାଳିକା ।

9. ରମିଜ ରାଜା ପାକିସ୍ତାନ କ୍ରିକେଟ ବୋର୍ଡର ନୂଆ ଅଧ୍ୟକ୍ଷ ନିର୍ବାଚିତ

ପୂର୍ବତନ ପାକିସ୍ତାନ କ୍ୟାପଟେନ୍‌ ଓ ୧୯୯୨ ବିଶ୍ବକପ ବିଜେତା ଖେଳାଳି ରମିଜ ରାଜା ପାକିସ୍ତାନ କ୍ରିକେଟ ବୋର୍ଡ(PCB)ର ନୂଆ ଚେୟାରମ୍ୟାନ ନିର୍ବାଚିତ ହୋଇଛନ୍ତି ।

10. 'Jeene Ke Hain Chaar Din'ରେ ପୁଣି ନାଚିଲେ ସଲମାନ

ତୁର୍କୀରେ ହିଟ ସଙ୍ଗ 'ଜିନେ କେ ହେ ଚାର ଦିନ' ଗୀତରେ ଝୁମିଲେ ବଲିଉଡ ସୁପରଷ୍ଟାର ସଲମାନ ଖାନ ।

ABOUT THE AUTHOR

...view details