ଓଡିଶା

odisha

By

Published : Jul 17, 2021, 5:29 PM IST

ETV Bharat / bharat

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

ନଜର ପକାନ୍ତୁ NEWS@5PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

ନଜର ପକାନ୍ତୁ NEWS@5PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...
ନଜର ପକାନ୍ତୁ NEWS@5PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

1.ଜୁଲାଇ ୨୬ରୁ ରାଜ୍ୟରେ ଖୋଲିବ ସ୍କୁଲ

ରାଜ୍ୟରେ ମହାମାରୀ ନିୟନ୍ତ୍ରଣକୁ ଆସିବା ପରେ ସ୍କୁଲ ଖୋଲିବା ନେଇ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ତେବେ ଆସନ୍ତା ଜୁଲାଇ ୨୬ ତାରିଖ ଠାରୁ ରାଜ୍ୟରେ ବିଦ୍ୟାଳୟ ଖୋଲିବା ନେଇ ସୂଚନା ଦେଇଛନ୍ତି ବିଭାଗୀୟ ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ ।

2.‘ଜନତାଙ୍କୁ ଶୋଷଣ କରିବାରେ ଉଭୟ ରାଜ୍ୟ-କେନ୍ଦ୍ର ସିଦ୍ଧହସ୍ତ’

ଚଳିତ ସପ୍ତାହର ଇଟିଭି ଭାରତ ଡିଜିଟାଲ ଡାଇଲଗରେ ଅଛନ୍ତି ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ । ବର୍ତ୍ତମାନର ବର୍ଦ୍ଧିତ ତୈଳଦର ନେଇ ଉଭୟ ରାଜ୍ୟ-କେନ୍ଦ୍ର ଉପରେ ବର୍ଷିଲେ ନିରଞ୍ଜନ ।

3.ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ NCP ମୁଖ୍ୟ ଶରଦ ପାଓ୍ବାର, ଜୋର ଧରିଲା ରାଷ୍ଟ୍ରପତି ପ୍ରାର୍ଥୀ ଚର୍ଚ୍ଚା

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ନ୍ୟାସନାଲ କଂଗ୍ରେସ ପାର୍ଟି (NCP)ମୁଖ୍ୟ ଶରଦ ପାଓ୍ବାର । ଶରଦଙ୍କୁ ରାଷ୍ଟ୍ରପତି ପ୍ରାର୍ଥାୀ କରିପାରେ ଏନଡିଏ । ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ।

4.କେରଳର କୁନି ଗୁଗୁଲ ଗାର୍ଲ ଇଶା

ଫଟୋରେ ଦେଖୁଥିବା ଏହି କୁନି ଝିଅର ବୟସ ମାତ୍ର ଏକ ବର୍ଷ । ଯିଏ ନିଜର ସ୍ମରଣଶକ୍ତି(ମେମୋରୀ) ପାଇଁ ବର୍ତ୍ତମାନ କେରଳ ସମେତ ସାରା ଦେଶରେ ଚର୍ଚ୍ଚାରେ ରହିଛି ।

5.ନଭେମ୍ବର ଯାଏଁ କୋଭିଡ କଟକଣା ରଖନ୍ତୁ ରାଜ୍ୟ ସରକାର: ସ୍ବାସ୍ଥ୍ୟ ବିଶେଷଜ୍ଞ

ତୃତୀୟ ଲହର ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ଆକ୍ସନ ପ୍ଲାନ କରିବା ଦରକାର । ଜିନମ ସିକ୍ୟୁଏନ୍ସକୁ ବଢାଇବାକୁ ପଡ଼ିବ ବୋଲି ମତ ଦେଲେ ସ୍ବାସ୍ଥ୍ୟ ବିଶେଷଜ୍ଞ ।

6.ଭଦ୍ରକରେ ଚାଞ୍ଚଲ୍ୟ, ଜଙ୍ଗଲରୁ ମିଳିଲା ନିଖୋଜ ଯୁବକଙ୍କ ମୁଣ୍ଡ ବିହୀନ ମୃତଦେହ

ଧୂଷୁରୀ ଥାନା ଅସୁରାଳି ନିକଟସ୍ଥ ଉଚ୍ଚପଦା ଗ୍ରାମର ଏକ ବିଲରେ ପଡିଛି ଯୁବକଙ୍କ ମୁଣ୍ଡ ବିହୀନ ମୃତଦେହ । ଗୋଟିଏ ସ୍ଥାନରେ ଶରୀର ପଡିଥିବା ବେଳେ ଅନ୍ୟ ଏକ ସ୍ଥାନରେ ପଡିଛି କଟାମୁଣ୍ଡ ।

7.ଯାଜପୁରର ବିଚକ୍ଷଣ ବଏ କ୍ରିଷ୍ଣା, ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ପାଇଲେ ସ୍ଥାନ

ନାମ ଯେପରି କାମ ବି ଠିକ୍ ସେହିପରି, ଏକଦମ ବିଚକ୍ଷଣ । ଶରୀରର ଓଜନ ସିନା ଅଢେଇ, ହେଲେ ମସ୍ତିସ୍କରେ ଅଛି ଅଢେଇ କ୍ୟୁଣ୍ଟାଲର ସ୍ମରଣ ଶକ୍ତି ।

8.ଥାଳି ବଜାଇ ପେଟ୍ରୋଲ ପମ୍ପ ସାମନାରେ ନୂଆପଡା କଂଗ୍ରେସର ବିକ୍ଷୋଭ

ପ୍ରଦେଶ କଂଗ୍ରେସ କମିଟି ଆହ୍ୱାନ କ୍ରମେ ଜିଲ୍ଲାର ପ୍ରତ୍ୟେକ ପେଟ୍ରୋଲ ପମ୍ପ ସମ୍ମୁଖରେ ଛାତ୍ର, ଯୁବ ଓ ମହିଳା କଂଗ୍ରେସର ଶତାଧିକ ନେତା ଓ କର୍ମୀଗଣ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

9.ପେଟ୍ରୋଲ ପମ୍ପରେ କଂଗ୍ରେସ ତାତି, ଆରମ୍ଭ କଲା ଦସ୍ତଖତ ଅଭିଯାନ

ପେଟ୍ରୋଲ ଦର ବୃଦ୍ଧି ବିରୋଧରେ ପ୍ରତିବାଦ । ପେଟ୍ରୋଲ ଟାଙ୍କିରେ ପହଞ୍ଚି ରାଜ୍ୟ ମହିଳା କଂଗ୍ରେସର ଦସ୍ତଖତ ଅଭିଯାନ ଆରମ୍ଭ ।

10.୨ ବର୍ଷ ପରେ ଥିଏଟରରେ କୁଇନ, ପପକର୍ଣ୍ଣ ଖାଇ ନେଲେ ଫିଲ୍ମର ମଜା

ଥିଏଟରରେ ବିବାଦୀୟ କୁଇନ କଙ୍ଗନା ରଣାଓ୍ବତ । ଦେଖିଲେ ବ୍ଲାକ୍ ୱିଡୋ ମୁଭି ।

ABOUT THE AUTHOR

...view details