ଓଡିଶା

odisha

ETV Bharat / bharat

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - NEWS@5PM

ନଜର ପକାନ୍ତୁ NEWS@5PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

ନଜର ପକାନ୍ତୁ NEWS@5PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...
ନଜର ପକାନ୍ତୁ NEWS@5PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

By

Published : Jun 4, 2021, 5:19 PM IST

1.ଦେଶରେ ଦୈନିକ ଏକ କୋଟି ଟୀକା ମାଗଣାରେ ଦିଅନ୍ତୁ ସରକାର: କଂଗ୍ରେସ

ଦିନକୁ ଦେଶରେ ଏକ କୋଟି ଟାକାକରଣ କରାଯାଉ । ଶୁକ୍ରବାର ଏଆଇସିିସିର ଆହ୍ବାନ କ୍ରମେ ସାମ୍ବାଦିକ ସମ୍ମୀଳନୀ କରି ଏଭଳି ଦାବି କରିଛି ରାଜ୍ୟ କଂଗ୍ରେସ । ଟୀକାକରଣକୁ ନେଇ ରାଜ୍ୟ ଓ କେନ୍ଦ୍ର ସରକାରକୁ ଟାର୍ଗେଟ କରିଛି କଂଗ୍ରେସ ।

2.ବାତିଲ ହେଲା +2 ପରୀକ୍ଷା, ଦ୍ଵନ୍ଦରେ ମୂଲ୍ୟାୟନ ପ୍ରକ୍ରିୟା

ରାଜ୍ୟ ସରକାର ବାତିଲ କରିଛନ୍ତି ଯୁକ୍ତ ଦୁଇ ବୋର୍ଡ ପରୀକ୍ଷା । ରାଜ୍ୟରେ କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏହି ନିଷ୍ପତି ନେଇଛନ୍ତି ସରକାର ।

3.ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ, ଠିକ ସମୟରେ ଓଡିଶା ଆସିବ ମୌସୁମୀ

ଜୁନ ୧୧ ସୁଦ୍ଧା ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ । ଏହି ଲଘୁଚାପ ଯୋଗୁଁ ଓଡ଼ିଶାକୁ ଶୀଘ୍ର ମୌସୁମୀ ପ୍ରବେଶ କରିବ ।

4.ଚୋକସିଙ୍କୁ ଆଣିବାକୁ ଯାଇଥିବା ଭାରତୀୟ ଏଜେନ୍ସି ଟିମ ଡୋମିନିକାରୁ ଭରିଲା ଉଡାଣ

ମେହୁଲ ଚୋକସିଙ୍କୁ ଡୋମିନିକାରୁ ପ୍ରତ୍ୟାବର୍ତ୍ତନ କରାଇବା ପାଇଁ ପଠାଯାଇଥିବା ବିଭିନ୍ନ ଭାରତୀୟ ଏଜେନ୍ସି ଅଧିକାରୀ ଦଳ କତାର ବିମାନବନ୍ଦରରୁ ଭାରତ ଫେରୁଛନ୍ତି ।

5.ସିବିଆଇରେ ଡ୍ରେସ କୋର୍ଡ ଲାଗୁ ଆଦେଶ, ଜିନ୍ସ-କାଜୁଆଲ ଉପରେ ରୋକ

ସିବିଆଇର ନୂଆ ନିର୍ଦ୍ଦେଶକ ସୁବୋଧ କୁମାର ଜୈଶୱାଲ ଏଜେନ୍ସିର ଛବିକୁ ଆହୁରି ଚମକାଇବା ଉଦ୍ଦେଶ୍ୟରେ ତମାମ କାର୍ଯ୍ୟାଳୟର ଅଫିସରଙ୍କୁ ଡ୍ରେସ କୋର୍ଡ ଲାଗୁ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

6.ଆଣ୍ଟିବଡି କକଟେଲର ହ୍ୟୁମାନ ଟ୍ରାଏଲ ପାଇଁ ଜାଇଡସ କାଡିଲାକୁ ଅନୁମତି

କୋଭିଡ ଆଣ୍ଟିବଡି କକଟେଲର ହ୍ୟୁମାନ ଟ୍ରାଏଲ ପାଇଁ ଜାଇଡସ କାଡିଲା କମ୍ପାନୀଙ୍କୁ DCGIର ଅନୁମତି ।

7.କର୍ଣ୍ଣାଟକରେ ଜୁନ 14 ଯାଏଁ ବଢିଲା ଲକଡାଉନ

କର୍ଣ୍ଣାଟକରେ ସଂକ୍ରମଣ ହ୍ରାସ ପାଉନଥିବାରୁ ଜୁନ 14 ଯାଏଁ ଲକଡାଉନକୁ ବଢାଇଛନ୍ତି ସରକାର ।

8.ସୁଶାନ୍ତ ମାମଲା: 14 ଦିନିଆ ନ୍ୟାୟିକ ହେପାଜତରେ ସିଦ୍ଧାର୍ଥ ପିଠାନୀ

ମେ 28 ରେ ବଲିଉଡ ଡ୍ରଗ୍ସ କେସରେ ଏନସିବି ସୁଶାନ୍ତଙ୍କ ଫ୍ଲାଟମେଣ୍ଟ ସିଦ୍ଧାର୍ଥ ପିଠାନୀଙ୍କୁ ଶୁକ୍ରବାର ଗିରଫ କରିଥିଲା । ଏବେ ସିଦ୍ଧାର୍ଥଙ୍କୁ 14 ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଯାଇଛି ।

9.ସାଉଥାମ୍ପଟନରେ କ୍ବାରେଣ୍ଟିନରେ ରହିଲା ଟିମ ଇଣ୍ଡିଆ

ଭାରତୀୟ କ୍ରିକେଟ ଟିମ ସାଉଥାମ୍ପଟନର ଏଜେସ ବାଓଲରେ ପହଞ୍ଚିବା ପରେ କ୍ବାରେଣ୍ଟିନରେ ରହିଛନ୍ତି ।

10.WTC ଫାଇନାଲ: ବ୍ରେଟ ଲିଙ୍କ ମତ, ନ୍ୟୁଜିଲାଣ୍ଡ ପଲ୍ଲା ଭାରୀ

ଇଂଲଣ୍ଡର ପିଚ୍‌ ଦ୍ରୁତ ବୋଲିଂ ଅନୂକୁଳ ହୋଇଥିବାରୁ WTC ଫାଇନାଲରେ ଭାରତ ଅପେକ୍ଷା ନ୍ୟୁଜିଲାଣ୍ଡର ପଲ୍ଲା ଭାରୀ ରହିଥିବା କହିଛନ୍ତି ବ୍ରେଟ ଲି ।

For All Latest Updates

ABOUT THE AUTHOR

...view details