ଓଡିଶା

odisha

ETV Bharat / bharat

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - TOP NEWS @5PM

ନଜର ପକାନ୍ତୁ NEWS@5PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS @5PM
TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

By

Published : May 30, 2021, 5:04 PM IST

1.ବିଦ୍ୟୁତ ସଂଯୋଗକୁ କେନ୍ଦ୍ର କରି ଗଣ୍ଡଗୋଳ: ଜଣେ ମୃତ, 9 ଆହତ

ବାଲେଶ୍ଵର ଖନ୍ତାପଡ଼ା ଥାନା କଲ୍ୟାଣୀ ଗାଁରେ ୨ ଗୋଷ୍ଠୀଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଦେଖିବାକୁ ମିଳିଛି ।

2.ସନ୍ଧ୍ୟା ସାଢେ 6ଟାରେ ମୁଖ୍ୟ ଶାସନ ସଚିବଙ୍କ ବଡ ଘୋଷଣା

ଆଜି ସନ୍ଧ୍ୟା ସାଢେ 6ଟାରେ ଲକଡାଉନକୁ ନେଇ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ବଡ ଘୋଷଣା କରିବେ ବୋଲି ସୂଚନା ମିଳିଛି ।

3.ପିଲାଙ୍କୁ ମିଳିବ ବିପର୍ଯ୍ୟୟ ପରିଚାଳନା ତାଲିମ, ସ୍ବାଗତ କଲେ ମନ୍ତ୍ରୀ

ସ୍କୁଲ କଲେଜର ପାଠ୍ୟକ୍ରମରେ ବିପର୍ଯ୍ୟୟ ପରିଚାଳନା ବିଷୟବସ୍ତୁ ସାମିଲ କରାଯିବ । ଏନେଇ ଏକ ଟାକ୍ସଫୋର୍ସ ଗଠନ କରାଯାଇଥିବା ସୂଚନା ଦେଲେ ଗଣଶିକ୍ଷା ମନ୍ତ୍ରୀ ।

4.ବାତ୍ୟା ପ୍ରକୋପରୁ ଉପକୂଳକୁ ବଞ୍ଚାଇଦେଲା ହେନ୍ତାଳବନ, ଭିତରକନିକାରେ ବ୍ୟାପକ କ୍ଷୟକ୍ଷତି

ବାତ୍ୟା ୟସ ପ୍ରଭାବରେ ବିଶ୍ବ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ପୁନଃରୁଦ୍ଧାର ପାଇଁ ପରିବେଶବିତଙ୍କ ଦାବି ।
5.ବିପର୍ଯ୍ୟୟ ପରିଚାଳନା: ମୁଖ୍ୟମନ୍ତ୍ରୀ ନବୀନଙ୍କୁ ପ୍ରଶଂସା କଲା ଜାତିସଂଘ

ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜାତିସଂଘ ପ୍ରଶଂସା କରିଛି ।

6.ବାତ୍ଯା ମୁକାବିଲାରେ ରାଜ୍ୟର ଶୃଙ୍ଖଳା ଓ ଧୈର୍ଯ୍ୟକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

77ତମ ମନ କି ବାତ କାର୍ଯ୍ୟକ୍ରମରେ ବାତ୍ୟା ମୁକାବିଲାରେ ଓଡିଶାକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
7.କର୍ଣ୍ଣାଟକ ସରକାରଙ୍କ ଘୋଷଣା, କୋରୋନାରେ ଅନାଥ ପିଲାଙ୍କୁ ମିଳିବ ସହାୟତା

କୋରୋନାରେ ଅନାଥ ପିଲାଙ୍କ ପାଇଁ ମୁଖ୍ୟମନ୍ତ୍ରୀ ବାଲ ସେବା ଯୋଜନା ଆରମ୍ଭ କଲେ କର୍ଣ୍ଣାଟକ ସରକାର । ଏହି ଯୋଜନା ମାଧ୍ୟମରେ ସମସ୍ତ ଅନାଥ ପିଲାଙ୍କୁ ଶିକ୍ଷା, ଥଇଥାନ ଭଳି ବିଭିନ୍ନ କ୍ଷେତ୍ରରେ ସହାୟତା କରାଯିବ ।
8.ପ୍ରଧାନମନ୍ତ୍ରୀଙ୍କ ‘ମନ କି ବାତ’ କାର୍ଯ୍ୟକ୍ରମକୁ ମୂଲ୍ୟହୀନ ବୋଲି କହିଲେ ରାହୁଲ

ମାସକୁ ଥରେ ପ୍ରଧାନମନ୍ତ୍ରୀଙ୍କର ଏହି ମୂଲ୍ୟହୀନ କଥାରେ ଦେଶ କୋରୋନା ମହାମାରୀ ସହିତ ଲଢିପାରିବ ନାହିଁ ବୋଲି କହିଛନ୍ତି ରାହୁଲ ଗାନ୍ଧୀ ।

9.ଆଞ୍ଜିଓପ୍ଲାଷ୍ଟି ପରେ ପ୍ରଥମ ଥର ନଜର ଆସିଲେ ଅନୁରାଗ, ଦେଖନ୍ତୁ ଫଟୋ...

ହସ୍ପିଟାଲରୁ ଫେରିବା ପରେ ଅନୁରାଗଙ୍କ ପ୍ରଥମ ଫଟୋ ସାମ୍ନାକୁ ଆସିଛି । ତାଙ୍କ ଝିଅ ଆଲିଆ କଶ୍ୟପ ତାଙ୍କ ଇନଷ୍ଟା ଷ୍ଟୋରୀରେ ଏକ ଭିଡିଓ ସେୟାର କରିଛନ୍ତି ।

10.WTC ଫାଇନାଲ: ପନିସର ବାଛିଲେ ସମ୍ଭାବ୍ୟ ଭାରତୀୟ ଏକାଦଶ

ପୂର୍ବତନ ଇଂଲଣ୍ଡ ସ୍ପିନର ମଣ୍ଟି ପନିସର ନ୍ୟୁଜିଲାଣ୍ଡ ବିପକ୍ଷ ଆଗାମୀ ବିଶ୍ବ ଟେଷ୍ଟ ଚମ୍ପିଆନସିପ ଫାଇନାଲ ମ୍ୟାଚ ପାଇଁ ଭାରତୀୟ ସମ୍ଭାବ୍ୟ ଭାରତୀୟ ଏକାଦଶ ଚୟନ କରିଛନ୍ତି ।

For All Latest Updates

ABOUT THE AUTHOR

...view details