ଓଡିଶା

odisha

ETV Bharat / bharat

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - TOP NEWS @5PM

ନଜର ପକାନ୍ତୁ NEWS@5PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS @5PM
TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

By

Published : May 22, 2021, 5:06 PM IST

1.ଚିନ୍ତା ବଢାଇଲାଣି ବ୍ଲାକ ଫଙ୍ଗସ, ଓଡିଶାରୁ 15 ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ 15 ବ୍ଲାକ ଫଙ୍ଗସ ରୋଗୀ ଚିହ୍ନଚ ହେବା ପରେ ମୁଣ୍ଡ ବିନ୍ଧାର କାରଣ ପାଲଟିଛି ।

2.ପୁଣି 2 ରଥ ନିର୍ମାଣରେ ନିୟୋଜିତ ସେବାୟତ ପଜିଟିଭ, ମୋଟ ଆକ୍ରାନ୍ତ 20

ରଥ ନିର୍ମାଣରେ ଥିବା ଦୁଇ ସେବାୟତ ପୁଣି କୋରୋନା ପଜିଟିଭ ଚିହ୍ନଟ ।

3.ଆସୁଛି ବାତ୍ୟା, ମୁକାବିଲା ପାଇଁ ପ୍ରସ୍ତୁତ ସରକାର: SRC

ବାତ୍ୟା ମୁକାବିଲା ପାଇଁ ସରକାରଙ୍କ ସମସ୍ତ ବିଭାଗ ପକ୍ଷରୁ ପ୍ରସ୍ତୁତି ଜାରି ରହିଛି ବୋଲି ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା କହିଛନ୍ତି ।

4.ବାତ୍ୟା ବିପର୍ଯ୍ୟୟକୁ ମୁକାବିଲା ନେଇ ପୁରୀ ପ୍ରଶାସନ ପ୍ରସ୍ତୁତ

ଆସନ୍ତା 26 ତାରିଖରେ ବାତ୍ୟା ୟଶ ଓଡିଶା ଉପକୂଳବର୍ତ୍ତୀରେ ପ୍ରଭାବ ପକାଇବାର ସମ୍ଭାବନା ଥିବା ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।
5.ଭୀମସାର ମେଡ଼ିକାଲରେ କାର୍ଯ୍ୟରତ ସୁରକ୍ଷାକର୍ମୀଙ୍କୁ ସ୍ମାର୍ଟଫୋନ ମନା

ସମ୍ବଲପୁର ବୁର୍ଲା ଭିମସାରରେ କାର୍ଯ୍ୟରତ ସମସ୍ତ ସୁରକ୍ଷାକର୍ମୀ ଓ ସୁପରଭାଇଜରମାନଙ୍କୁ ସ୍ମାର୍ଟ ଫୋନ ବ୍ୟବହାର କରିବା ପାଇଁ ବାରଣ କରିଛନ୍ତି ବୁର୍ଲା ମେଡ଼ିକାଲର ସୁରକ୍ଷା ଦାୟିତ୍ବରେ ଥିବା ସୁରକ୍ଷା ସଂସ୍ଥାର କର୍ତ୍ତୃପକ୍ଷ ।
6.ସମ୍ଭାବ୍ୟ ବାତ୍ୟା ମୁକାବିଲା ନେଇ ଓଡ଼ିଶାକୁ ସମ୍ପୂର୍ଣ୍ଣ ସହଯୋଗ କରିବ କେନ୍ଦ୍ର: ଧର୍ମେନ୍ଦ୍ର

ଓଡ଼ିଶାରେ ସମ୍ଭାବ୍ୟ ବାତ୍ୟା 'ୟଶ'ର ମୁକାବିଲା ପାଇଁ ପ୍ରାକ୍ ପ୍ରସ୍ତୁତି କାର୍ଯ୍ୟର ସମୀକ୍ଷା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
7.ଶୁଭେନ୍ଦୁ ଅଧିକାରୀଙ୍କ ବାପା ଓ ଭାଇଙ୍କୁ Y+ ସୁରକ୍ଷା

ପଶ୍ଚିମବଙ୍ଗ ବିରୋଧୀଦଳ ନେତା ଶୁଭେନ୍ଦୁ ଅଧିକାରୀଙ୍କ ବାପା ଓ ଭାଇଙ୍କୁ Y+ ସିକ୍ୟୁରିଟି ଯୋଗାଇବ ଗୃହ ମନ୍ତ୍ରଣାଳୟ ।

8.ତାମିଲନାଡୁରେ ଏକ ସପ୍ତାହ ବୃଦ୍ଧି ହେଲା ଲକଡାଉନ, ମେ 24ରୁ ସମ୍ପୂର୍ଣ୍ଣ ଲକଡାଉନ

ତାମିଲନାଡୁରେ ବୃଦ୍ଧି ହେଲା ଲକଡାଉନ । ସଂକ୍ରମଣ ରୋକିବା ପାଇଁ ସରକାର କଡାକଡି ଭାବରେ ଲକଡାଉନ ଲାଗୁ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।
9.'ଟୀକାକରଣ ଡ୍ରାଇଭ ପାଇଁ WHOର ଗାଇଡଲାଇନ ମାନିନାହାନ୍ତି କେନ୍ଦ୍ର ସରକାର'

ଦେଶରେ ଟିକା ଗଚ୍ଛିତ ଓ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଗାଇଡଲାଇନକୁ କେନ୍ଦ୍ର ସରକାର ମାନି ନାହାନ୍ତି ବୋଲି ସେରମର କାର୍ଯ୍ୟକାରୀ ନିର୍ଦ୍ଦେଶକ ସୁରେଶ ଯାଦବ କହିଛନ୍ତି ।
10.ଆଉ ନାହାନ୍ତି ‘ହମ୍ ଆପକେ ହେ କୌନ୍’ ଫିଲ୍ମର ମ୍ୟୁଜିକ୍ କମ୍ପୋଜର

ଆଉ ନାହାନ୍ତି ବରିଷ୍ଠ ମ୍ୟୁଜିକ କମ୍ପୋଜର ବିଜୟ ପାଟିଲ । ରାମ ଲକ୍ଷ୍ମଣ କମ୍ପୋଜର ପାଇଁ ଜଣାଶୁଣା ଥିବା ବିଜୟ ପାଟିଲଙ୍କର 79 ବର୍ଷ ବୟସରେ ଦେହାନ୍ତ ହୋଇଛି ।

For All Latest Updates

ABOUT THE AUTHOR

...view details