ଓଡିଶା

odisha

ETV Bharat / bharat

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - TOP NEWS @5PM

ନଜର ପକାନ୍ତୁ NEWS@5PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS @5PM
TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

By

Published : May 21, 2021, 5:12 PM IST

1.24ରେ ବାତ୍ୟାରେ ପରିଣତ ହେବ 'ୟଶ', 26ରେ ଛୁଇଁବ ଭୂଖଣ୍ଡ

ଶନିବାର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆସନ୍ତା 24 ତାରିଖରେ ବାତ୍ୟାରେ ପରିଣତ ହୋଇ ୨୬ ତାରିଖରେ ଉତ୍ତର ଓଡିଶା ଓ ପଶ୍ଚିମବଙ୍ଗ ମଧ୍ୟରେ ଲ୍ୟାଣ୍ଡଫଲ କରିବ।

2.ପଜିଟିଭ ଚିହ୍ନଟ ପରେ ପାଖ ମାଡିଲେନି ପରିବାର, ଅନେଇ ଅନେଇ ଆଖି ବୁଜିଲେ ଯୁବକ

ହଜିଗଲା ମାନବିକତା, କୋରୋନା ପଜିଟିଭ ଚିହ୍ନଟ ପରେ ଛୁଇଁଲେନି ଆତ୍ମୀୟ । ମେଡିକାଲରେ ପରିବାର ଲୋକଙ୍କୁ ଚାହିଁ ଶେଷରେ ମୃତ୍ୟୁବରଣ କଲେ । ଏଭଳି ଅଭାନୀୟ ଘଟଣା ଘଟିଛି ବାଲେଶ୍ବର ସୋର ଡାକ୍ତରଖାନାରେ ।

3.ଚିଲିକା ତହସିଲରୁ ଗଡ଼ିଲା ରାଜସ୍ୱ ରଥ

ଆଜିଠୁ ଚିଲିକା ତହସିଲରେ ଗଡିଲା ରାଜସ୍ୱ ରଥ । ତହସିଲଦାରଙ୍କ ତତ୍ତ୍ବାବଧାନରେ ହରିପୁର ପଞ୍ଚାୟତରୁ ଏହାର ଶୁଭାରମ୍ଭ ହୋଇଛି ।
4.ଦିନକରେ ଓଡିଶାରୁ ଗଲା 1005 ଅକ୍ସିଜେନ ଟାଙ୍କି, ରେକର୍ଡ ପାର କଲା ସହାୟତା

ଦିନକରେ ଅନ୍ୟ ରାଜ୍ୟକୁ 1005 ଅକ୍ସିଜେନ ଟାଙ୍କି ପଠାଇ ରେର୍କଡ ସୃଷ୍ଟି କରିଛି ଓଡିଶା ।

5.ନନ୍ଦିଗ୍ରାମରୁ ମାତ୍‌ ଖାଇବା ପରେ ଭବାନୀପୁରରୁ ଭାଗ୍ୟ ପରୀକ୍ଷା କରିବେ ମମତା

ନନ୍ଦିଗ୍ରାମରୁ ମାତ୍‌ ଖାଇବା ପରେ ଏବେ ନିଜ ପାରମ୍ପରିକ ଆସନ ଭବାନୀପୁରରୁ ଉପନିର୍ବାଚନ ଲଢିବେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।

6.ଟୁଲକିଟ ମାମଲା: ବିଜେପି ନେତାଙ୍କ ଟ୍ବିଟର ଆକାଉଣ୍ଟ ବାତିଲ ପାଇଁ କଂଗ୍ରେସର ଦାବି

କୋଭିଡ ଟୁଲକିଟ ମାମଲାରେ ବିଜେପି ନେତାଙ୍କ ଟ୍ବିଟର ଆକାଉଣ୍ଟ ବାତିଲ ପାଇଁ କଂଗ୍ରେସ ଦାବି କରିଛି ।

7.ଲକଡାଉନରେ ବିଜୟନ୍ଦ୍ରଙ୍କ ମହୀଶୂର ଗସ୍ତ ଘଟଣା, କର୍ଣ୍ଣାଟକ ସରକାରଙ୍କୁ ଜବାବ ମାଗିଲେ ହାଇକୋର୍ଟ

ଲକଡାଉନ କଟକଣା ଉଲ୍ଲଙ୍ଘନ କରି ମହୀଶୂର ଯାତ୍ରା କଲେ ମୁଖ୍ୟମନ୍ତ୍ରୀ ୟେଦୁରପ୍ପାଙ୍କ ପୁଅ ବିଜୟନ୍ଦ୍ର । ଏନେଇ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କଲେ କର୍ଣ୍ଣାଟକ ହାଇକୋର୍ଟ ।

8.ଲଦାଖରେ ଭୂକମ୍ପ ଝଟକା, ରିକ୍ଚର ସ୍କେଲରେ ତୀବ୍ରତା 4.2

ଲଦାଖରେ ଭୂକମ୍ପ ଝଟକା । ରିକ୍ଟର ସ୍କେଲରେ ଏହାର ତୀବ୍ରତା 4.2 ରହିଥିବା ସୂଚନା ।

9.ସରକାରଙ୍କୁ 99 ହଜାର କୋଟି ଟଙ୍କା ଦେବ ଆରବିଆଇ

ପ୍ରଫିଟ ପେଡି ଖୋଲିଲା ଭାରତୀୟ ରିଜର୍ଭ ବ୍ୟାଙ୍କ । ଆରବିଆଇ ତାର ବଳକା ଅର୍ଥରୁ 99,122 ହଜାର କୋଟି ଟଙ୍କା ସରକାରଙ୍କୁ ଦେବ । ଏନେଇ ଆରବିଆଇ ବୋର୍ଡରେ ଦିଆଯାଇଛି ଗ୍ରୀନ ସିଗନାଲ ।
10. ଚଳିତ ବର୍ଷ ରିଲିଜ ହେବନି 'ବ୍ରହ୍ମାସ୍ତ୍ର' !

ଏବେ ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ ଏବଂ ରଣବୀର କପୁରଙ୍କ ପ୍ରଶଂସକଙ୍କ ପାଇଁ ସାମ୍ମାକୁ ଆସିଛି ଏକ ଖରାପ ଖବର । ଚଳିତ ବର୍ଷ ରିଲିଜ ହେବନି ବ୍ରହ୍ମାସ୍ତ୍ର ।

For All Latest Updates

ABOUT THE AUTHOR

...view details