ଓଡିଶା

odisha

ETV Bharat / bharat

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - TOP NEWS @5PM

ନଜର ପକାନ୍ତୁ NEWS@5PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@5PM
TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

By

Published : May 11, 2021, 5:02 PM IST

1.ହଇରାଣ ହେବେନି ବରିଷ୍ଠ ନାଗରିକ, ହେଲପଲାଇନ ନମ୍ବର ଜାରି କଲା କମିସନରେଟ ପୋଲିସ

ଲକଡାଉନ ସଟଡାଉନରେ ହଇରାଣ ହେବେନି ବରିଷ୍ଠ ନାଗରିକ। ହେଲପଲାଇନ ନମ୍ବର ଜାରି କଲା କମିସନରେଟ ପୋଲିସ। ଉପକୃତ ହେବେ 25 ହଜାରରୁ ଉର୍ଦ୍ଦ୍ବ ବରିଷ୍ଠ ନାଗରିକ ।

2.ନିଜସ୍ୱ ପାଣ୍ଠିରୁ ଟୀକା ଦେଉଛନ୍ତି ରାଜ୍ୟ ସରକାର, ପ୍ରମାଣପତ୍ରରେ ପ୍ରଧାନମନ୍ତ୍ରୀଙ୍କ ଫଟୋ ନେଇ ପ୍ରଶ୍ନ ଉଠେଇଲା ବିଜେଡି

ରାଜ୍ୟରେ 18ରୁ 44 ବର୍ଷ ବର୍ଗର ଲୋକଙ୍କ ପାଇଁ ଟୀକାକରଣ ଚାଲିଛି । ରାଜ୍ୟରେ ଆବଶ୍ୟକତା ମେଣ୍ଟାଇବା ଲାଗି ଓଡ଼ିଶା ସରକାର ଗ୍ଲୋବାଲ୍ ଟେଣ୍ଡର ଡାକି ମାଗଣା ଟୀକା ଦେବାର ବ୍ୟବସ୍ଥା କରୁଛନ୍ତି ।

3.କେନ୍ଦ୍ରକୁ ଟିକା ଉତ୍ପାଦନ ବୃଦ୍ଧିର ଫର୍ମୁୁଲା କହିଲେ କେଜ୍ରିୱାଲ

ଟିକା ଉତ୍ପାଦନ ବୃଦ୍ଧି କରିବାକୁ କେନ୍ଦ୍ର ସରକାରଙ୍କୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ କେଜ୍ରିୱାଲ । ସେ କହିଛନ୍ତି ବର୍ତ୍ତମାନ କେବଳ ଦୁଇଟି କମ୍ପାନୀ ଟିକା ପ୍ରସ୍ତୁତ କରିବା ପାଇଁ କାର୍ଯ୍ୟ କରୁଛନ୍ତି ।
4.ପରିବା କିଣୁଥିବା ତୃଣମୂଳ ନେତାଙ୍କୁ ଗୁଳିମାଡ

ବଙ୍ଗର ହୁଗୁଳିରେ ଜଣ ତୃଣମୂଳ କଂଗ୍ରେସ ନେତାଙ୍କୁ ଗୁଳି ମାଡ କରାଯାଇଛି ।

5.କୋରୋନା ମୃତ୍ୟୁ ହାର ୮୦% କମାଉଛି ଆଷ୍ଟ୍ରାଜେନେକାର ଗୋଟିଏ ଡୋଜ

ସାରାଦେଶରେ ଏବେ ମୃତ୍ୟୁର ତାଣ୍ଡବ କରୁଛି କୋରୋନା । ଏଭଳି ସ୍ଥିତିରେ ଏକ ଆଶ୍ବସ୍ତିକର ଖବର ସାମ୍ନାକୁ ଆସିଛି । ଆଷ୍ଟ୍ରାଜେନେକା କୋରୋନା ଟିକାର ଗୋଟିଏ ଡୋଜ ନେବା ପରେ କୋରୋନାଜନିତ ମୃତ୍ୟୁ ହାର ୮୦% କମୁଛି ବୋଲି ସୂଚନା ଦେଇଛି ପବ୍ଲିକ ହେଲଥ ଇଂଲଣ୍ଡ ।

6.ଅଟଳ ବିହାରୀ ବାଜପେୟୀ କୋଭିଡ ହସ୍ପିଟାଲ ପରିଦର୍ଶନ କଲେ ରାଜନାଥ

ଆଜି(ମଙ୍ଗଳବାର) ଲକ୍ଷ୍ନୌରେ ପହଞ୍ଚି ଅଟଳ ବିହାରୀ ବାଜପେୟୀ କୋଭିଡ ହସ୍ପିଟାଲ ପରିଦର୍ଶନ କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଜନସାଧାରଣଙ୍କୁ କୋଭିଡ ନିର୍ଦ୍ଦେଶାବଳୀ ଏବଂ ପ୍ରୋଟୋକଲ ପାଳନ କରିବାକୁ ଅନୁରୋଧ କଲେ ରାଜନାଥ ।

7.ତେଲେଙ୍ଗାନାରେ 10 ଦିନିଆ ଲକଡାଉନ, ଚାରମୀନାର ଭିଡ ପରେ ଚେତିଲେ ସରକାର !

10 ଦିନ ତେଲେଙ୍ଗାନାରେ ଝୁଲିବ ତାଲା । କୋରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ରାଜ୍ୟ କ୍ୟାବିନେଟ ବୈଠକରେ ନିଆଯାଇଛି ବଡ ନିଷ୍ପତ୍ତି

8.ଲକଡାଉନ ଉଲ୍ଲଙ୍ଘନ ଅଭିଯୋଗରେ ପପୁ ଯାଦବ ଗିରଫ

କୋଭିଡ ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ବିହାରର ପୂର୍ବତନ ସାଂସଦ ତଥା ଜନ ଅଧିକାରୀ ପାର୍ଟିର ସଭାପତି ପପୁ ଯାଦବଙ୍କୁ ଗିରଫ କରିଛି ପୋଲିସ । ଶନିବାର ନିୟମ ଭାଙ୍ଗିଥିବା ନେଇ ପପୁଙ୍କ ନାଁରେ ଅମନୌର ଥାନାରେ ଏତଲା ଦିଆଯାଇଥିଲା ।

9.କର୍ଣ୍ଣାଟକରେ ପହଞ୍ଚିଲା ପ୍ରଥମ ଅମ୍ଳଜାନ ଏକ୍ସପ୍ରେସ

କର୍ଣ୍ଣାଟକ ବେଙ୍ଗାଲୁରୁର ହ୍ବାଇଟ ଫିଲ୍ଡରେ ପହଞ୍ଚିଲା 6ଟି କ୍ରାୟୋଜେନିକ କଣ୍ଟେନରରେ 120 ଟନ ତରଳ ମେଡିକାଲ ଅକ୍ସିଜେନ ।
10.ବୁମରା, ଚହର, କୌଲ ନେଲେ କୋରୋନା ଟିକାର ପ୍ରଥମ ଡୋଜ୍‌

ଦ୍ରୁତ ବୋଲର ଜଶପ୍ରୀତ ବୁମରା, ଦୀପକ ଚହର, ସିଦ୍ଧାର୍ଥ କୌଲ ନେଲେ କୋରୋନା ଟିକାର ପ୍ରଥମ ଡୋଜ୍‌ ।

For All Latest Updates

ABOUT THE AUTHOR

...view details