ଓଡିଶା

odisha

ETV Bharat / bharat

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ଆଜିର ଟପ ଖବର

ନଜର ପକାନ୍ତୁ @3PM ସୁଦ୍ଧା କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

By

Published : Aug 6, 2022, 3:06 PM IST

୧.ଆସନ୍ତା ୮ରେ ବାହାରିବ ଯୁକ୍ତ ଦୁଇ କଳା ରେଜଲ୍ଟ

ଆସନ୍ତା ୮ରେ ପ୍ରକାଶ ପାଇବ ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ରେଜଲ୍ଟ । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ।

୨.ସରିଲା ଚର୍ଚ୍ଚିତ ମିଶ୍ରଙ୍କ ମେଡିକାଲ ଟେଷ୍ଟ, ଖୁବଶୀଘ୍ର କୋର୍ଟ ଚାଲାଣ

ଲାଞ୍ଚ କାରବାର ମାମଲାରେ ଗିରଫ ଚର୍ଚ୍ଚିତ ମିଶ୍ରଙ୍କ ମେଡିକାଲ ଟେଷ୍ଟ ଶେଷ ହୋଇଛି । ଖୁବଶୀଘ୍ର ତାଙ୍କୁ କୋର୍ଟ ଚାଲାଣ କରିବ ସିବିଆଇ ।

୩.ବୌଦ୍ଧ ନାଏକପଡା ଗୁମ୍ଫା ହେବ ସବୁଜିମାମୟ, ମିଶନ ଶକ୍ତି ମହିଳାଙ୍କୁ ଦାୟିତ୍ବ

ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ବୌଦ୍ଧର ନାଏକପଡା ଗୁମ୍ଫାକୁ ଆହୁରି ଆକର୍ଷଣୀୟ ଓ ସବୁଜିମା କରିବା ପାଇଁ ମିଶନ ଶକ୍ତି ମହିଳାଙ୍କୁ ଦାୟିତ୍ବ ।

୪.ରାଜଧାନୀରେ ପ୍ରବଳ ବର୍ଷା: ଇସ୍କନ ସମ୍ମୁଖରେ ଜଳବନ୍ଦୀ ସମସ୍ୟା, ବୁଡ଼ିଲା ଗାଡ଼ି

ଇସ୍କନ ମନ୍ଦିର ସାମ୍ନା ରାସ୍ତା ବୁଡ଼ି ଅଣ୍ଟା ପର୍ଯ୍ୟନ୍ତ ପାଣି ଠିଆ ହୋଇଥିବାବେଳେ, ଗାଡ଼ି ମଧ୍ୟ ବୁଡ଼ିଯାଇଥିବା ଦେଖିବାକୁ ମିଳିଛି ।

୫.Yamuna River Pollution: ୧୫୦ କୋଟି ତଣ୍ଡ ଗଣିବେ ଦିଲ୍ଲୀ ଜଳ ବୋର୍ଡ ଓ ନୋଏଡା କର୍ତ୍ତୃପକ୍ଷ

ଦିନକୁ ଦିନ ଅଧିକ ଦୂଷିତ ହେବାରେ ଲାଗିଛି ଯମୁନା ନଦୀପାଣି । ଏଥିରେ ଅବହେଳା ଯୋଗୁଁ ଦିଲ୍ଲୀ ଜଳ ବୋର୍ଡ ଓ ନୋଏଡା କର୍ତ୍ତୃପକ୍ଷଙ୍କ ଉପରେ ପଡ଼ିଲା NGT ଛାଟ ।

୬.Race to the moon: ଚନ୍ଦ୍ରକୁ ପ୍ରଥମ ସ୍ପେସକ୍ରାଫ୍ଟ ଲଞ୍ଚ କଲା ସାଉଥ କୋରିଆ

ଭାରତ ସମେତ ବିଶ୍ବର ଅନେକ ଶକ୍ତିଶାଳୀ ରାଷ୍ଟ୍ର ଚନ୍ଦ୍ରପୃଷ୍ଠରେ ପଦାର୍ପଣ କରିବା ଲାଗି ଉଦ୍ୟମ ଜାରି ରଖିଛନ୍ତି । ଏଥିରେ ସାମିଲ ହୋଇଛି ସାଉଥ କୋରିଆ ।

୭.Vice Presidential Election: ଜାରି ରହିଛି ମତଦାନ

ଆଜି ଉପରାଷ୍ଟ୍ରପତି ନିର୍ବାଚନ । ଭାରତର ପରବର୍ତ୍ତୀ ଉପରାଷ୍ଟ୍ରପତିଙ୍କୁ ବାଛିବା ପାଇଁ ଜାରି ରହିଛି ମତଦାନ ।

୮.ଉତ୍ତରାଖଣ୍ଡରେ ରହିଛି ଦେଶର ପ୍ରଥମ ହିମାଳୟ ମସଲା ବଗିଚା, କଣ ରହିଛି ବିଶେଷ୍ବତ ?

ଉତ୍ତରାଖଣ୍ତର ଅଲମୋରା ଜିଲ୍ଲାରେ ରହିଛି ଦେଶର ପ୍ରଥମ ହିମାଳୟ ସ୍ପାଇସ ଗାର୍ଡନ । ଯେଉଁଠା ମିଳେ ୩୦ରୁ ଅଧିକ ମସଲା ।

୯.ବର୍ଷେ ବି ଗଲାନି ସମ୍ପର୍କ, ଅଲଗା ହେଲେ କିମ୍ କରଡାସିୟାନ୍-ପିଟ୍‌ ଡେଭିଡସନ୍‌

ଦୀର୍ଘ 9 ମାସର ଡେଟ୍‌ ପରେ ଆମେରିକୀୟ ରିଆଲିଟି ଟିଭି ଷ୍ଟାର କିମ୍ କରଡାସିୟାନ୍ (Kim Kardashian) ଏବଂ ହାସ୍ୟ ଅଭିନେତା ତଥା ଅଭିନେତା ପିଟ୍‌ ଡେଭିଡସନଙ୍କର ବ୍ରେକଅପ୍‌ ହୋଇଛି ।

୧୦.IND vs WI: ଆଜି ଚତୁର୍ଥ ଟି୨୦, ସିରିଜ କବ୍ଜା ଲକ୍ଷ୍ୟରେ ଭାରତ

ଆଜି ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯିବ ଚତୁର୍ଥ ଟି୨୦ । ଭାରତ ୨-୧ରେ ଆଗୁଆ ରହିଥିବାବେଳେ ସିରିଜ କବ୍ଜା ଲକ୍ଷ୍ୟରେ ରହିଛି ।

ABOUT THE AUTHOR

...view details