ଓଡିଶା

odisha

ETV Bharat / bharat

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

ନଜର ପକାନ୍ତୁ @3PM ସୁଦ୍ଧା କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

By

Published : Jul 5, 2022, 3:35 PM IST

୧.ଆସିଲା BJB ଛାତ୍ରୀଙ୍କ ପୋଷ୍ଟମର୍ଟମ ରିପୋର୍ଟ: ଶ୍ୱାସରୁଦ୍ଧ ହୋଇ ରୁଚିକାଙ୍କ ମୃତ୍ୟୁ

ବିଜେବି କଲେଜ ଛାତ୍ରୀ ମୃତ୍ୟୁ ଘଟଣା,ରୁଚିକା ଆତ୍ମହତ୍ୟା କରିଥିବା ପୋଷ୍ଟମର୍ଟମ ରିପୋର୍ଟରେ ପ୍ରକାଶ ।

୨.Monsoon Session: ବିଧାୟକଙ୍କୁ ମିଛୁଆ ନ ସଜା ଯାଉ କହିଲେ ସୌମ୍ୟ

ଆଜି ବିଧାନସଭା ମୌସୁମୀ ଅଧିବେଶନର ତୃତୀୟ ଦିନ । ଶୂନ୍ୟକାଳରେ ବିଜେଡି ବରିଷ୍ଠ ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ ଉଦବେଗ ପ୍ରକାଶ କରିଛନ୍ତି ।

୩.Odisha Assembly: ବୁକ ସ୍ରକ୍ୟୁଲାର 47 ଉଲଂଘନ ଅଭିଯୋଗ ଆଣିଲେ ନରସିଂହ

ଆଜି ବିଧାନସଭା ମୌସୁମୀ ଅଧିବେଶନର ତୃତୀୟ ଦିନ । ବୁକ ସ୍ରକ୍ୟୁଲାର କାର୍ଯ୍ୟକାରୀ ହେଉନଥିବା ନେଇ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ।

୪.କ୍ରସରରେ ଫାଟିଲା ସିଲିଣ୍ଡର, 3 ଶ୍ରମିକ ଗୁରୁତର

ବଲାଙ୍ଗୀର ଜିଲ୍ଲା ଦେଓଗାଁ ଥାନା ଭୂତିଆରବାହାଲ ଗାଁରେ ଅଭାବନୀୟ ଘଟଣା । କ୍ରସରରେ ସିଲିଣ୍ଡର ଫାଟିବାରୁ ତିନି ଶ୍ରମିକ ଗୁରୁତର ।

୫.Odisha Knowledge Hub Lecture Series: ଗ୍ରାମୀ ପୁରସ୍କାର ବିଜେତା ରିକି କେଜ ସାମିଲ

ଯୋଜନା ଓ ସଂଯୋଜନ ବିଭାଗ ପକ୍ଷରୁ ଓଡିଶା ନଲେଜ ହବ ବକ୍ତୃତାମାଳା ଶୃଙ୍ଖଳାରେ ୨୫ ତମ ବକ୍ତୃତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ସଚିବାଳୟର ନୂତନ କନଭେନସନ ହଲରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ।

୬.Musewala murder case: ଗିରଫ ସୁଟରଙ୍କୁ ମାନସା ଆଣିଲା ପୋଲିସ, କୋର୍ଟରେ କରାଯିବ ହାଜର

ମାନସା କୋର୍ଟରେ ହାଜର ହେଲେ ସିଦ୍ଧୁ ମୁସେଓ୍ବାଲା ହତ୍ୟାକାଣ୍ଡରେ ସମ୍ପୃକ୍ତ ସୁଟର । 4 ଅଭିଯୁକ୍ତଙ୍କୁ 7 ଦିନିଆ ରିମାଣ୍ଡରେ ପଠାଇଲେ କୋର୍ଟ ।

୭.କରାଚୀରେ ଜରୁରୀ ଅବତରଣ କଲା ଦିଲ୍ଲୀରୁ ଦୁବାଇ ଯାଉଥିବା ସ୍ପାଇସଜେଟ

ପାକିସ୍ତାନର କରାଚୀରେ ଜରୁରୀ ଅବତରଣ କରିଛି ଦିଲ୍ଲୀରୁ ଦୁବାଇ ଅଭିମୁଖେ ଉଡାଣ ଭରିଥିବା ସ୍ପାଇସଜେଟ ବିମାନ । ଯାନ୍ତ୍ରିକ ତ୍ରୁଟି ସୂଚନା । ସମସ୍ତ ଯାତ୍ରୀ ସୁରକ୍ଷିତ ।

୮.ରାହୁଲ ଗାନ୍ଧୀଙ୍କ ଭିଡିଓ ମାମଲା: ଘରୋଇ ଚାନେଲର ଆଙ୍କର ଗିରଫ, କାର୍ଯ୍ୟାନୁଷ୍ଠାନବେଳେ ଦୁଇ ରାଜ୍ୟର ପୋଲିସ ମୁହାଁମୁହିଁ

ରାହୁଲ ଗାନ୍ଧୀଙ୍କ ଭିଡିଓ ମାମଲାରେ ଟିଭି ଚାନେଲର ଆଙ୍କରଙ୍କୁ ବାନ୍ଧିଲା ପୋଲିସ । କାର୍ଯ୍ୟାନୁଷ୍ଠାନବେଳେ ମୁହାଁମୁହିଁ ହେଲେ ନୋଏଡା ଓ ଛତିଶଗଡ ପୋଲିସ ।

୯.27 ବର୍ଷ ପରେ ପୁଣି ବଡ ପରଦାକୁ ଫେରୁଛନ୍ତି କରଣ-ଅର୍ଜୁନ !

28 ବର୍ଷ ପରେ ସଲମାନ ଖାନ ଏବଂ ଶାହାରୁଖ ଖାନ ଏକ ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସିବେ ।

୧୦.ମହିଳା ହକି ବିଶ୍ବକପ: ଆଜି ଚୀନକୁ ଭେଟିବ ଭାରତ

ମହିଳା ହକି ବିଶ୍ବକପ ପୁଲ ବି'ରେ ଆଜି ଭାରତ ଓ ଚୀନ ମଧ୍ୟରେ ମୁକାବିଲା ହେବ ।

ABOUT THE AUTHOR

...view details