ଓଡିଶା

odisha

ETV Bharat / bharat

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

ନଜର ପକାନ୍ତୁ NEWS@3PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

ନଜର ପକାନ୍ତୁ NEWS@3PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ
ନଜର ପକାନ୍ତୁ NEWS@3PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

By

Published : May 20, 2022, 3:22 PM IST

1.ମହାରାଷ୍ଟ୍ର ଚନ୍ଦ୍ରପୁରରେ ଟ୍ୟାଙ୍କର-ଟ୍ରକ ମୁହାଁମୁହିଁ ଧକ୍କା, 9 ଜୀବନ୍ତ ଦଗ୍ଧ

ମହାରାଷ୍ଟ୍ର ଚନ୍ଦ୍ରପୁରରେ ବଡ ଅଘଟଣ । ଡିଜେଲ ଭର୍ତ୍ତି ଟ୍ୟାଙ୍କର ଓ ଟ୍ରକ ଧକ୍କା ହେବା ଫଳରେ 9 ଜଣ ଲୋକ ଜୀବନ୍ତ ଦଗ୍ଧ ।

2.Road Rage case: ଆତ୍ମସମର୍ପଣ ପାଇଁ ସମୟ ମାଗିଲେ ସିଦ୍ଧୁ, ମନା କଲେ କୋର୍ଟ

ରୋଡ ରେଜ୍ ମାମଲାରେ ଆତ୍ମସମର୍ପଣ ପାଇଁ ସୁପ୍ରିମକୋର୍ଟଙ୍କୁ ସମୟ ମାଗିଲେ ସିଦ୍ଧୁ । ହେଲେ ମିଳିଲାନି ଆଶ୍ବସ୍ତି ।

3.ଲୋକଙ୍କ ବିଶ୍ବାସଭାଜନ ହୋଇଛି ଭାଜପା: ପ୍ରଧାନମନ୍ତ୍ରୀ

ରାଜସ୍ଥାନର ଜୟପୁରରେ BJP ରାଷ୍ଟ୍ରୀୟ ପଦାଧିକାରୀଙ୍କ ବୈଠକ ଅନୁଷ୍ଠିତ ହୋଇଛି । ବୈଠକକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭର୍ଚୁଆଲ ମାଧ୍ୟମରେ ସମ୍ବୋଧନ କରିଛନ୍ତି ।

4.ରାଜଧାନୀରେ ବୋମାମାଡ, ଟାର୍ଗେଟରେ ମଲ MD

ଅଶାନ୍ତ ହେଉଛି ରାଜଧାନୀ । ଜଗନ୍ନାଥ ନଗର ଲେନ ୬ରେ ଥିବା ସନ୍ଦିପ ସିଂଙ୍କ ପ୍ରୋଜେକ୍ଟ ସାଇଟରେ ଏହି ବୋମା ମାଡ ହୋଇଛି ।

5.ଭାଇରାଲ୍ ଭିଡିଓ ପରେ ଅନୁଭବଙ୍କ ଟ୍ୱିଟ, ଆଉ କେବେ ବି ସମ୍ଭବ ନୁହେଁ ପୁନଃମିଳନ

ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାର ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି । ଗତକାଲି (ଶୁକ୍ରବାର) ଭିଡିଓରେ ବଖାଣିଥିଲେ କ୍ଷୋଭ ଓ ଅଭିମାନ ଭରା ଅନୁଭୂତି । ଆଜି (ଶୁକ୍ରବାର) ଆଉ ଏକ ଟ୍ବିଟ ତାଙ୍କ ସହ ବର୍ଷାଙ୍କ ସମ୍ପର୍କକୁ ଚର୍ଚ୍ଚାକୁ ଆଣିଛି ।

6.ଚେକଅପ୍‌ ପାଇଁ ଆସି ମେଡିକାଲରୁ ଚମ୍ପଟ ମାରିଲେ 2 ଅଭିଯୁକ୍ତ

ଗଞ୍ଜେଇ ଚୋରା ଚାଲାଣରେ ଗିରଫ ହୋଇ ହସ୍ପିଟାଲକୁ ଚେକଅପ ପାଇଁ ଯାଇଥିବା ବେଳେ ୨ ଅଭିଯୁକ୍ତ ଫେରାର ।

7.ଭାରତରେ ଏଣ୍ଟ୍ରି ମାରିଲା ଓମିକ୍ରନର ଉପପ୍ରଜାତି BA.4

ଭାରତରେ ପ୍ରବେଶ କଲା ଓମିକ୍ରନର ଉପପ୍ରଜାତି BA.4 । ହାଇଦ୍ରାବାଦରେ ଚିହ୍ନଟ ହେଲା ପ୍ରଥମ ଆକ୍ରାନ୍ତ ।

8.ନାହିଁ ନାହିଁରେ ରାଜ୍ୟରେ ଚାଲିଛି ରୋଗୀସେବା, ଫର୍ମାସିଷ୍ଟଙ୍କ ବଦଳରେ ମେଡିସିନ ଦେଉଛନ୍ତି ସିକ୍ୟୁରିଟି ଗାର୍ଡ

ଖୋର୍ଦ୍ଧା: ରାଜ୍ୟରେ ନାହିଁ ନାହିଁରେ ଚାଲିଛି ସ୍ବାସ୍ଥ୍ୟସେବା । ଖୋର୍ଦ୍ଧାରୁ ଆସିଲା ରୋଗୀସେବାର ନଗ୍ନଚିତ୍ର । ଫର୍ମାସିଷ୍ଟଙ୍କ ଚେୟାରରେ ବସି ସୁରକ୍ଷା କର୍ମଚାରୀ ମେଡିସିନ ଦେଉଛନ୍ତି ଓ କାମ ଚଳେଇ ନେଉଛନ୍ତି । ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ସ୍ବାସ୍ଥ୍ୟ କେନ୍ଦ୍ର ପରିସରରୁ ସାମ୍ନାକୁ ଆସିଲା ଅଭାବନୀୟ ଦୃଶ୍ୟ । ଜଣେ ରୋଗୀଙ୍କୁ ସୁରକ୍ଷା କର୍ମଚାରୀ ମେଡ଼ିସିନ ଦେଉଥିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ।

9.IPL 2022: ରାଜସ୍ଥାନ ପ୍ଲେ-ଅଫ୍‌ ରାସ୍ତାରେ କଣ୍ଟା ହୋଇପାରେ CSK

ପାଖଉଛି ଚଳିତ ଆଇପିଏଲ ଟୁର୍ଣ୍ଣାମେଣ୍ଟର (IPL 2022) ପ୍ଲେ-ଅଫ୍‌ ପର୍ଯ୍ୟାୟ । ସ୍ଥାନ ପକ୍କା କରିବାକୁ ଦଳମାନଙ୍କର ଜୋରଦାର କସରତ ଆରମ୍ଭ ହୋଇଛି । ଆଜି ଖେଳାଯିବାକୁ ଥିବା 68 ତମ ଲିଗ ମ୍ୟାଚରେ ରାଜସ୍ଥାନ ଓ ଚେନ୍ନାଇ ପରସ୍ପରକୁ ଭେଟିବେ ।

10.ବାରବାଟୀ ମୁକାବିଲା ପାଇଁ ପ୍ରସ୍ତୁତ OCA, ସନ୍ଧ୍ୟାରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ

ବାରବାଟୀ ମୁକାବିଲା ପାଇଁ ଜିଲ୍ଲା କଟକ ପ୍ରଶାସନର ଜୋରଦାର ପ୍ରସ୍ତୁତି । ବାଲିଯାତ୍ରା ପଡିଆରେ ପାର୍କିଂ ବ୍ୟବସ୍ଥା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ।

ABOUT THE AUTHOR

...view details