ଓଡିଶା

odisha

ETV Bharat / bharat

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ୩ ପିଏମ

ନଜର ପକାନ୍ତୁ NEWS@3PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

ନଜର ପକାନ୍ତୁ NEWS@3PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ
ନଜର ପକାନ୍ତୁ NEWS@3PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

By

Published : May 5, 2022, 3:12 PM IST

1.କଂଗ୍ରେସକୁ କୌଣସି ପ୍ରଶାନ୍ତ କିଶୋରଙ୍କ ଆବଶ୍ୟକତା ନାହିଁ: ପିକେ

ଲାଲୁ ଏବଂ ନୀତିଶଙ୍କ ଶାସନର ୩୦ ବର୍ଷ ପରେ ମଧ୍ୟ ବିହାର ଦେଶର ସବୁଠାରୁ ପଛୁଆ ଏବଂ ଗରିବ ରାଜ୍ୟ ରହିଛି । ବିହାର ବିକାଶର ପାରାମିଟରରେ ପଛରେ ରହିଛି ରହିଲେ ପ୍ରଶାନ୍ତ କିଶୋର ।

2.Cyclone Asani: 18 ଜିଲ୍ଲାପାଳଙ୍କ ସହ କଥା ହେଲେ SRC

ସମ୍ଭାବ୍ୟ ବାତ୍ୟାକୁ ନେଇ ରାଜ୍ୟ ସରକାରଙ୍କ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଏହି ପରିପ୍ରେକ୍ଷୀରେ ମଧ୍ୟାହ୍ନ ୧୨ଟାରେ ଏସଆରସିଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକ ଶେଷ ହୋଇଛି ।

3.ବାର ବର୍ଷରୁ ଅଧିକ ବ୍ୟକ୍ତିଙ୍କ ପାଇଁ ମହଜୁଦ ରହିଛି Covovax: ଆଦର ପୁନୱାଲା

୧୨ ବର୍ଷରୁ ଉର୍ଦ୍ଧ୍ବ ବୟସ୍କଙ୍କ ପାଇଁ ମହଜୁଦ ଅଛି କୋଭୋଭାକ୍ସ ଟିକା । ଏନେଇ ଟ୍ବିଟକରି ସୂଟନା ଦେଇଛନ୍ତି ସେରମ CEO ।

4.ହରିଆଣାରୁ ୪ ସନ୍ଦିଗ୍ଧ ଆତଙ୍କବାଦୀ ଗିରଫ

ହରିୟାଣା ପୋଲିସକୁ ବଡ ସଫଳତା । ଧରାପଡିଲେ ୪ ସନ୍ଦିଗ୍ଧ ଆତଙ୍କବାଦୀ । ପଞ୍ଜାବ ହରିୟାଣା କର୍ଣ୍ଣାଲରୁ ଏମାନଙ୍କୁ ଗିରଫ କରିଛି ଆଇବି ।

5.Shocking ! ତିନି ଶିଶୁଙ୍କୁ ହତ୍ୟା ପରେ ଫାଶିରେ ଝୁଲି ପଡିଲା ମାଆ

ଚିତୋରଗଡ ଜିଲ୍ଲାର କପାସନ ଥାନା ଅଞ୍ଚଳରେ ଦୁଃଖଦନୀୟ ଘଟଣା । ନିଜର ତିନି ଶିଶୁଙ୍କୁ ହତ୍ୟା କରି ନିଜେ ଆତ୍ମହତ୍ୟା କଲା ମାଆ ।

6.Power Crisis: କୋଇଲା ସଙ୍କଟ, ଆଉ ୧୧୦୦ ଯାତ୍ରୀବାହୀ ଟ୍ରେନ୍‌ ବାତିଲ କଲା ରେଳବିଭାଗ

ଦେଶରେ ଉତ୍କଟ କୋଇଲା ସଙ୍କଟ । କୋଇଲା ଯୋଗାଣ ପାଇଁ ୧୧୦୦ ଟ୍ରେନ ବାତିଲ କଲା ରେଳ ବିଭାଗ । ପୂର୍ବରୁ ଏପ୍ରିଲ ୨୯ରେ ଦେଶରେ ବିନାବାଧାରେ ୪୦୦ କୋଇଲାବୁହା ଟ୍ରେନ୍‌ ଚଳାଚଳ ପାଇଁ ୨୪୦ଟି ପାସେଞ୍ଜର ଟ୍ରେନ୍‌ ବାତିଲ କରିଥିଲା ରେଳ ବିଭାଗ ।

7.ସାଂସଦ ଅନୁଭବଙ୍କୁ ଲୋକସଭା ବାଚସ୍ପତିଙ୍କ ଫେକ ହ୍ବାର୍ଟଅପ୍‌ରୁ ମେସେଜ୍‌

ସାଂସଦ ଅନୁଭବ ମହାନ୍ତିଙ୍କୁ ଲୋକସଭା ବାଚସ୍ପତିଙ୍କ(lokasabha speaker) ଫେକ ହ୍ବାର୍ଟଅପରୁ ମେସେଜ ଆସିବାପରେ କାର୍ଯ୍ୟାନୁଷ୍ଠାନ ଦାବି ।

8.JCB ଟାୟାର ହାୱା ଭରିବା ସମୟରେ ବିସ୍ଫୋରଣ, ଚାଲିଗଲା ୨ ମେକାନିକ୍‌ଙ୍କ ଜୀବନ

JCB ଟାୟାର ଫାଟି ଚାଲିଗଲା ଦୁଇ ଜଣ ମେକାନିକ୍‌ଙ୍କ ଜୀବନ । ଛତିଶଗଡ଼ ରାଜଧାନୀ ରାୟପୁରର ସିଲତରାରେ ଏଭଳି ଏକ ଦୁଃଖଦ ଘଟଣା ଘଟିଛି । JCB ଟାୟାରରେ ହାୱା ଭରିବା ସମୟରେ ଅଚାନକ ଟାୟର ଫାଟି ବିସ୍ଫୋରଣ ହୋଇଥିଲା । ଫଳରେ ଏଥିରେ ଦୁଇ ଜଣ ମେକାନିକ୍‌ଙ୍କ ପ୍ରାଣହାନୀ ହୋଇଛି ।

9.କୂଅରେ ପଡିଯାଇଥିଲା ଛୁଆ ହାତୀ, JCB ସାହାଯ୍ୟରେ ଉଦ୍ଧାର କଲା ବନବିଭାଗ

ଯାଜପୁର: କୂଅରୁ ହାତୀ ଛୁଆକୁ ଉଦ୍ଧାର କଲା ବନବିଭାଗ । ବୈରୀ ବନାଞ୍ଚଳସମିଆଁ ପଞ୍ଚାୟତ ଦେହୁରିଗଡା ଗ୍ରାମର ଏକ କୂଅରୁ ହାତୀଟିକୁ ଉଦ୍ଧାର କରାଯାଇଛି । ଗତକାଲି ରାତି ପ୍ରାୟ ୧୦.୦୦ଟା ସମୟରେ ମାଆ ହାତୀ ସହ ଛୁଆ ହାତୀଟି ଗ୍ରାମ ମଧ୍ୟକୁ ଆସିଥିବା ବେଳେ କୂଅରେ ପଡିଯାଇଥିଲା ।

10.IPL 2022: ସନରାଇଜର୍ସ ସାମ୍ନାରେ ୱାର୍ଣ୍ଣର ଚ୍ୟାଲେଞ୍ଜ୍‌, ୮ବର୍ଷ ପରେ ବିପକ୍ଷରେ ଲଢିବେ ପୁରୁଣା ସେନାପତି

ଆଇପିଏଲ ୨୦୧୩ ପରେ ପ୍ରଥମ ଥର ଡେଭିଡ ୱାର୍ଣ୍ଣର, ସନରାଇଜର୍ସ ହାଇଦ୍ରାବାଦ(SRH) ବିପକ୍ଷରେ ଖେଳିବେ । ଏହି ମ୍ୟାଚ୍‌ ଉଭୟ ଦିଲ୍ଲୀ ଓ ହାଇଦ୍ରାବାଦ ପାଇଁ ବେଶ୍‌ ଗୁରୁତ୍ବପୂର୍ଣ୍ଣ ।

ABOUT THE AUTHOR

...view details