ଓଡିଶା

odisha

ETV Bharat / bharat

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ଟପ୍ ନ୍ୟୁଜ

ନଜର ପକାନ୍ତୁ @3PM ସୁଦ୍ଧା କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

By

Published : May 4, 2022, 2:56 PM IST

1. ଆସନ୍ତା 3 ଦିନ ପରେ ସ୍ପଷ୍ଟ ହେବ ବାତ୍ୟାର ଚିତ୍ର: ମୁଖ୍ୟ ଶାସନ ସଚିବ

ସମ୍ଭାବ୍ୟ ବାତ୍ୟା ନେଇ ଏଯାଏଁ ଚିତ୍ର ସ୍ପଷ୍ଟ ହୋଇନାହିଁ । 3 ଦିନ ପରେ ଏହାର ଚିତ୍ର ସ୍ପଷ୍ଟ ହେବ ।

2. Brajrajnagar By-Poll: ପ୍ରକାଶ ପାଇଲା ବିଜ୍ଞପ୍ତି, ଆଜିଠୁ ନାମାଙ୍କନ ଦାଖଲ

ବ୍ରଜରାଜନଗର ବ୍ୟାଟେଲ ପାଇଁ ପ୍ରସ୍ତୁତ ପ୍ରଶାସନ ଓ ରାଜନୈତିକ ଦଳ । ମେ ୩୧ ତାରିଖରେ ବ୍ରଜରାଜନଗର ଉପନିର୍ବାଚନ ପାଇଁ ପଡିବ ଭୋଟ । ଆଜିଠାରୁ ନାମାଙ୍କନ ପତ୍ର ଦାଖଲ ଆରମ୍ଭ ।

3. Ratha Yatra 2022: ଚଳଚଞ୍ଚଳ ରଥଖଳା, ତୁମ୍ବ କାର୍ଯ୍ୟରୁ ଆରମ୍ଭ ହେଲା ରଥ ନିର୍ମାଣ

ପବିତ୍ର ଅକ୍ଷୟ ତୃତୀୟାରେ ରଥ ନିର୍ମାଣ କାର୍ଯ୍ୟ ଅନୁକୂଳ ହୋଇ ସାରିଛି । ରଥକାଠ ଅନୁକୂଳ ସହ ରଥଯାତ୍ରାର ଆଦ୍ୟ ପର୍ବ ଆରମ୍ଭ ହୋଇଛି ।

4. ବିଧାୟକଙ୍କୁ ଦିଲ୍ଲୀ ଡକରା ନେଇ ପ୍ରତିକ୍ରିୟା ରଖିଲେ ନିରଞ୍ଜନ, 5 ନୁହେଁ 9ରେ ଯିବେ ନେତା

କିଏ ଓ କେବେ ଓଡ଼ିଶା କଂଗ୍ରେସ କମିଟି ମଙ୍ଗ ଧରିବ ତାହାକୁ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରୁ ନାହିଁ । ପରବର୍ତ୍ତୀ ପିସିସି ମୁଖିଆ କିଏ ହେବେ ଓଡ଼ିଶାରେ ଏହାର ସମାଧାନ ହୋଇପାରିଲା ନାହିଁ ଶେଷରେ ଦିଲ୍ଲୀ ଦରବାରରୁ ଆସିଲା ଡାକରା ।

5. Hanuman Chalisa Controversy: ରାଣା ଦମ୍ପତିଙ୍କୁ ସର୍ତ୍ତମୂଳକ ଜାମିନ

ରାଣା ଦମ୍ପତିଙ୍କୁ ଆଶ୍ବସ୍ତି । ହନୁମାନ ଚାଳିଶା ପାଠ ବିବାଦରେ ସାଂସଦ ନବନୀତ ରାଣା ଓ ସ୍ବାମୀ ରବି ରାଣାଙ୍କୁ ଜାମିନ ମିିଳିଛି । ଜାମିନ ପ୍ରଦାନ କରିଛନ୍ତି ମୁମ୍ବାଇ ସେସନ କୋର୍ଟ ।

6. ସମ୍ଭାବ୍ୟ ବାତ୍ୟାକୁ ନେଇ ମନ୍ତ୍ରୀଙ୍କ ଚିନ୍ତା, କଳାବଜାରୀ କଲେ ହେବ କାର୍ଯ୍ୟାନୁଷ୍ଠାନ

ସାମ୍ଭାବ୍ୟ ବାତ୍ୟାକୁ ନେଇ ଆଶଙ୍କା ଘନୀଭୂତ ହେବାର ଲାଗିଛି । ସମ୍ଭାବ୍ୟ ବାତ୍ୟାକୁ ନେଇ ଏବେଠାରୁ ଲୋକଙ୍କୁ ସଚେତନ କରିଛନ୍ତି ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ।

7. ଡେନମାର୍କ ରାଣୀଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦି

3 ଦିନିଆ ୟୁରୋପ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦ୍ବିତୀୟ ଦିନରେ ଡେନମାର୍କ ଗସ୍ତ କରିଥିଲେ ମୋଦି । ମଙ୍ଗଳବାର ଡେନମାର୍କର ରାଣୀ ମାର୍ଗ୍ରେଥ୍‌ ଦ୍ବିତୀୟଙ୍କୁ ତାଙ୍କ ପ୍ୟାଲେସରେ ଭେଟିଛନ୍ତି ପ୍ରଧାନମନ୍ତ୍ରୀ ।

8. Khargone Curfew Relaxed: ୧୧ ଘଣ୍ଚା ପାଇଁ କର୍ଫ୍ୟୁ କୋହଳ, ଖୋଲିବ ପେଟ୍ରୋଲ ପମ୍ପ

ମଧ୍ୟପ୍ରଦେଶର ଖାର୍ଗୋନ ଜିଲ୍ଲା ( Khargone district)ରେ କର୍ଫ୍ୟୁ କଟକଣାକୁ କୋହଳ କରାଯାଇଛି । ଆଜି(ବୁଧବାର) 11 ଘଣ୍ଟା ପାଇଁ କର୍ଫ୍ୟୁକୁ କୋହଳ କରିଛି ପ୍ରଶାସନ ।

9. IPL 2022: ଆଜି ଚେନ୍ନାଇ ବନାମ ବାଙ୍ଗାଲୋର ମୁକାବିଲା

ଚଳିତ ଆଇପିଏଲରେ ଆଜି (ବୁଧବାର) 49 ତମ ଲିଗ ମ୍ୟାଚ ଖେଳାଯିବ । ଡିଫେଣ୍ଡିଂ ଚମ୍ପିୟାନ ଚେନ୍ନାଇ ସୁପରକିଙ୍ଗ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପରସ୍ପରକୁ ଭେଟିବେ ।

10. ଦେଶୀ ଘିଅ ଖାଉଛନ୍ତି କି ? ଜାଣନ୍ତୁ ଏହାର ଉପକାରିତା

ସାଧାରଣତଃ ଦେଶୀ ଘିଅ ନିୟମିତ ଖାଇବା ଦ୍ବାରା ଓଜନ ବୃଦ୍ଧି ହେବା ସହ ଶରୀର ପାଇଁ କ୍ଷତିକାରକ ବୋଲି ଭାବିଥାଉ । କିନ୍ତୁ ଏହା କେତେକାଂଶରେ ଭୁଲ ପ୍ରମାଣିତ ହୋଇଥାଏ ।

ABOUT THE AUTHOR

...view details