ଓଡିଶା

odisha

ETV Bharat / bharat

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ୩ ପିଏମ

ନଜର ପକାନ୍ତୁ NEWS@3PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

ନଜର ପକାନ୍ତୁ NEWS@3PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ
ନଜର ପକାନ୍ତୁ NEWS@3PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

By

Published : Apr 21, 2022, 2:57 PM IST

1.ସୁଦୃଢ ହେବ ଓଡିଶା ପୋଲିସ: ୧୯୬ଟି ନୂଆ ପଦବୀକୁ ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରୀ

ସଶକ୍ତ ହେବ ରାଜ୍ୟର ୨୮ଟି ସ୍ଥାୟୀ ପୋଲିସ ଆଉଟପୋଷ୍ଟ । ଏଥିପାଇଁ ଆଜି ମୁଖ୍ୟମନ୍ତ୍ରୀ ୧୯୬ଟି ପଦବୀକୁ ମଞ୍ଜୁରୀ କରିଛନ୍ତି । ୨୮ଟି ସ୍ଥାୟୀ ପୋଲିସ ଆଉଟପୋଷ୍ଟ ପାଇଁ ୨୮ଟି ସବ୍‌ଇନ୍‌ସପେକ୍ଟର ଓ ୧୬୮ଟି କନେଷ୍ଟବଳ ପଦବୀ ମଞ୍ଜୁର କରିଛନ୍ତି ।

2.କୋଇଲା ଖଣିରେ ଭୂସ୍ଖଳନ, ଫସିଛନ୍ତି ଅନେକ ଶ୍ରମିକ

ଝାଡଖଣ୍ଡରେ ଅଘଟଣ । କୋଇଲା ଖଣିରେ ଭୂସ୍ଖଳନ । କୋଇଲା ଖଣି ଭିତରେ ପ୍ରାୟ ୫୦ ଶ୍ରମିକ ଫସି ରହିଥିବା ଆଶଙ୍କା କରାଯାଉଛି ।

3.Heritage Corridor Row: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲା, ତଥ୍ୟ ରଖିବାକୁ ସମୟ ମାଗିଲା ASI

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଓ ବେଆଇନ ଖନନକୁ ନେଇ ହାଇକୋର୍ଟରେ ରୁଜୁ ମାମଲାରେ ତଥ୍ୟ ରଖିବାକୁ ସମୟ ନେଲେ ଏଏସଆଇ ।

4.ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଲେ ସୁବାସ ସିଂହ

ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଲେ ସୁବାସ ସିଂହ ।

5.କଅଁଳ କାନ୍ଧରେ ସଂସାର ବୋଝ, ଭଉଣୀର ଚିକିତ୍ସା ପାଇଁ ଭାଇ ଲୋଡୁଛି ସହାୟତା

କଅଁଳ ବୟସରେ କାନ୍ଧରେ ବୋଝ । ଭଉଣୀକୁ କାନ୍ଧରେ ଧରି ଚିକିତ୍ସା ପାଇଁ ଭାଇ ମାଗୁଛି ସହାୟତା । ଡହ ଡହ ଖରାକୁ ଖାତିର ନାହିଁ । ଖାଲି ଏତିକି ଇଚ୍ଛା କିଛି ସହାୟତା ମିଳିଲେ କେମିତି ଭଉଣୀର ଚିକିତ୍ସା ହେବ । ଏ ଦୃଶ୍ୟ ଦେଖିଲେ କାହାର ବି ଆଖି ଓଦା ହୋଇଯିବ ।

6.Jahangirpuri Demolition: ପରବର୍ତ୍ତୀ ନିର୍ଦ୍ଦେଶ ଯାଏଁ ଉଚ୍ଛେଦ ଉପରେ ରୋକ, 2 ସପ୍ତାହ ପରେ ଶୁଣାଣି

ରାଜଧାନୀ ଦିଲ୍ଲୀ ଜାହାଙ୍ଗୀରପୁରୀ ଅଞ୍ଚଳରେ ବୁଲଡୋଜର ବୁଲିବା ଘଟଣାରେ ଆଜି (ଗୁରୁବାର) ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି । ସୁପ୍ରିମକୋର୍ଟଙ୍କ ୨ ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରିଛନ୍ତି । ପରବର୍ତ୍ତୀ ନିର୍ଦ୍ଦେଶ ଯାଏଁ ବୁଲଡୋଜରରେ ବ୍ରେକ ଲଗାଇଛନ୍ତି ସୁପ୍ରିମକୋର୍ଟ ।

7.Baramulla Encounter: 2 ଟପ ଆତଙ୍କୀ ସଫା, 4 ଯବାନ ଆହତ

ପୁଣି ସୀମାରେ ଫୁଟିଲା ଗୁଳି । ଜମ୍ମୁ କାଶ୍ମୀର ବାରମୁଲ୍ଲାର ମାଲୱାହା ଅଞ୍ଚଳରେ ସୁରକ୍ଷାବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏଥିରେ 2 ଆତଙ୍କୀ ନିହତ ହୋଇଥିବା ବେଳେ 4 ଯବାନ ଆହତ ହୋଇଛନ୍ତି ।

8.ପାଲଘର କେମିକାଲ ପ୍ଲାଣ୍ଟରେ ଅଗ୍ନିକାଣ୍ଡ, ଜଣେ ମୃତ

ମହାରାଷ୍ଟ୍ର କେମିକାଲ ପ୍ଲାଣ୍ଟରେ ଅଗ୍ନିକାଣ୍ଡ । ମହାରାଷ୍ଟ୍ର ପାଲଘର ତାରାପୁର ଶିଳ୍ପାଞ୍ଚଳରେ ଥିବା ଏକ କେମିକାଲ ପ୍ଲାଣ୍ଟରେ ଅଗ୍ନିକାଣ୍ଡ ଘଟିଛି । ଏଥିରେ ଜଣଙ୍କ ମୃତ୍ୟୁ ଘଟିଛି ।

9.ଗ୍ଲାମ ଗାଇଡେନ୍ସ ମିସ୍ ଇଣ୍ଡିଆ ୨ୟ ରନର୍ସଅପ ହେଲେ ଓଡ଼ିଆ ଝିଅ ମୋନିକା

ଗ୍ଲାମ ଗାଇଡେନ୍ସ ମିସ୍ ଇଣ୍ଡିଆ ସୁନ୍ଦରୀ ପ୍ରତିଯୋଗିତାରେ ୨ୟ ରନର୍ସଅପ ହୋଇ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ଝିଅ ମୋନିକା ପଣ୍ଡା ।

10.ପଞ୍ଜାବ ଗଳିକନ୍ଦିରେ ଆଇସକ୍ରିମ ବିକୁଛନ୍ତି ସେହନାଜ, ଦେଖନ୍ତୁ ଭିଡ଼ିଓ

ସେହନାଜ ତାଙ୍କ ୟୁଟ୍ୟୁବରେ ଏକ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ସେ ଆଇସକ୍ରିମ ସାଇକେଲ ଚଳାଉଛନ୍ତି । କେବଳ ସାଇକେଲ ଚଳାଉନାହାନ୍ତି ବରଂ ଆଇସକ୍ରିମ ବିକ୍ରି କରିବା ସହିତ ଗିଦା କରୁଛନ୍ତି ଏବଂ ପିଲାଙ୍କ ସହ ସେଲଫି ନେଉଛନ୍ତି ।

ABOUT THE AUTHOR

...view details