ଓଡିଶା

odisha

ETV Bharat / bharat

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

ନଜର ପକାନ୍ତୁ NEWS@3PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

By

Published : Mar 25, 2022, 3:00 PM IST

1-Budget Session: ଗୃହରେ ଶୋକ ପ୍ରସ୍ତାବ ଆଗତ କଲେ ମୁଖ୍ୟମନ୍ତ୍ରୀ

ଆରମ୍ଭ ହୋଇଛି ବିଧାନସଭା ବଜେଟ ଅଧିବେଶନ । ଅଧିବେଶନ ଆରମ୍ଭରୁ ଗୃହରେ ଦିବଙ୍ଗତ ନେତା ଓ କୋଭିଡ ଯୋଦ୍ଧାଙ୍କ ଉଦ୍ଦେଶ୍ୟରେ ବିଧାନସଭାରେ ଶୋକ ପ୍ରସ୍ତାବ ଆଗତ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରସ୍ତାବ ଆଗତ କରିଥିଲେ।

2-ବିଧାନସଭାରେ ରାଜ୍ୟପାଳଙ୍କ ଅଭିଭାଷଣ, ଯୋଜନା ସଫଳତା ଓ ବିକାଶର ଗୋଲାପୀ ଚିତ୍ର ବୟାନ

ଆଜିଠାରୁ ଆରମ୍ଭ ହୋଇଛି ବିଧାନସଭାର ବଜେଟ ଅଧିବେଶନ । ଗୃହରେ ଦିବଙ୍ଗତ ନେତା ଓ କୋଭିଡ଼ ଯୋଦ୍ଧାଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ ପରେ ରାଜ୍ୟ ସରକାରଙ୍କ ଶାସନର ଗୋଲାପି ଚିତ୍ର ଉପସ୍ଥାପନ କଲେ ରାଜ୍ୟପାଳ ।

3-REPOLLING: କଡା ସୁରକ୍ଷା ମଧ୍ୟରେ ଭଦ୍ରକ ୨୪ ନଂ ୱାର୍ଡରେ ମତଦାନ ଜାରି

ଭଦ୍ରକ ୨୪ ନଂ ୱାର୍ଡରେ ଚାଲିଛି ସାନି ମତଦାନ । ଏଠାରେ ଗତକାଲି ଭୋଟ ଗ୍ରହଣ ସମୟରେ ହିଂସାକାଣ୍ଡ ଘଟିଥିବାରୁ ପୁଣି ଏଠାରେ ମତଦାନ ଅନୁଷ୍ଠିତ ହୋଇଛି ।

4-Vote Counting: ମହାନଗର ଭୋଟ ଗଣତି କେନ୍ଦ୍ରରେ ମୁତୟନ ହେବେ 20 ପ୍ଲାଟୁନ ଫୋର୍ସ

ଆସନ୍ତାକାଲି (ଶନିବାର) ଭୁବନେଶ୍ବର ମହାନଗର ନିଗମର ଭୋଟ ଗଣତି ହେବ । ଏହାକୁ ନେଇ କମିଶନରେଟ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।

5-ଗାଁକୁ ପଶି ଆସିଲା ଆହତ ଭାଲୁ, ଆତଙ୍କିତ ଲୋକେ

ଗ୍ରାମରେ ପଶିଲା ଆହତ ଭାଲୁ । ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ଠାକୁରମୁଣ୍ଡା ରେଞ୍ଜ ଅନ୍ତର୍ଗତ ଖଣ୍ଡବନ୍ଧ ପୁରୁଣାପାଣି ଗ୍ରାମରେ ଏକ ଆହତ ଭାଲୁ ଦେଖିବାକୁ ମିଳିଛି । ଗ୍ରାମରେ ଆହତ ଭାଲୁକୁ ଦେଖି ଆତଙ୍କିତ ଅବସ୍ଥାରେ ଅଛନ୍ତି ସ୍ଥାନୀୟ ଲୋକେ ।

6-ସୀମା ଟପିଲା ନୃଶଂସତା, ତତଲା ରଡରେ ମହିଳାଙ୍କୁ ପିଟିଲେ ଗାଁଲୋକ

ସୀମା ଟପିଲା ନୃଶଂସତା । ମହିଳାଙ୍କୁ ତତଲା ରଡରେ ପିଟିଲେ ଦୁର୍ବୃତ୍ତ । ଏମିତି ଏକ ଲୋମହର୍ଷଣକାରୀ ଘଟଣା ଆସିଛି ବିହାରର ମାଧେପୁରା ଅଞ୍ଚଳରୁ ।

7-ବିମାନ ବନ୍ଦରରେ ଅଭାବନୀୟ ଘଟଣା, ଦିବ୍ୟାଙ୍ଗ ବୃଦ୍ଧାଙ୍କୁ ଉଲଗ୍ନ କରି ତଲାସି ନେଲେ CISF ସୁରକ୍ଷାକର୍ମୀ

ଗୌହାଟି ବିମାନ ବନ୍ଦରରେ ସୁରକ୍ଷାକାଳୀନ ଯାଞ୍ଚ ସମୟରେ ଜଣେ 80 ବର୍ଷୀୟ ଦିବ୍ୟାଙ୍ଗ ବୃଦ୍ଧାଙ୍କୁ ଉଲଗ୍ନ କରାଯାଇ ତଲାସି ନିଆଯାଇଥିବା ଅଭିଯୋଗ ହୋଇଛି ।

8-Birbhumi Arson: ବୀରଭୂମି ନରସଂହାର ମାମଲାର ତଦନ୍ତ କରିବ CBI

ପଶ୍ଚିମବଙ୍ଗ ବୀରଭୂମି ହିଂସା ମାମଲାର ତଦନ୍ତ କରିବ ସିବିଆଇ(CBI) । ନିର୍ଦ୍ଦେଶ ଦେଲେ ହାଇକୋର୍ଟ ।

9-The Kashmir Filesକୁ ୟୁଟ୍ୟୁବରେ ଅପଲୋଡ କରିଦିଅ, ସମସ୍ତେ ଦେଖିବେ: କେଜ୍ରିୱାଲ

The Kashmir Files ଫିଲ୍ମକୁ ୟୁଟ୍ୟୁବରେ ଅପଲୋଡ କରିଦିଅ, ସମସ୍ତେ ମାଗଣାରେ ଦେଖିବେ । ଫିଲ୍ମକୁ ଟ୍ୟାକ୍ସ ଫ୍ରି ଘୋଷଣା କରିବା ପାଇଁ ବିଜେପିର ଦାବିରେ ଏଭଳି ପ୍ରତିକ୍ରିୟା ରଖିଲେ ଅରବିନ୍ଦ କେଜ୍ରିୱାଲ ।

10-କଟକରେ ଆରମ୍ଭ ହେଲା ଇଣ୍ଡିଆନ ନ୍ୟାସନାଲ ବାସ୍କେଟବଲ ଲିଗ୍

କଟକରେ ଆରମ୍ଭ ହେଲା ଇଣ୍ଡିଆନ ନ୍ୟାସନାଲ ବାସ୍କେଟବଲ ଲିଗ୍ । ଏହି ଲିଗରେ ଅଂଶଗ୍ରହଣ କରୁଛନ୍ତି 114ଟି ଟିମ୍ ।

ABOUT THE AUTHOR

...view details