ଓଡିଶା

odisha

ETV Bharat / bharat

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

ନଜର ପକାନ୍ତୁ NEWS@3PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

By

Published : Sep 5, 2021, 2:59 PM IST

1.ଭିନୁ ମଙ୍କଡ଼ ଟ୍ରଫି ପାଇଁ ଟିମ ଘୋଷଣା କଲା OCA

ଭିନୁ ମଙ୍କଡ଼ ଟ୍ରଫି ପାଇଁ ଓଡିଶା ୧୯ବର୍ଷରୁ କମ କ୍ରିକେଟ ଦଳ ଘୋଷଣା ହୋଇଛି । ସୂର୍ଯ୍ୟ ମହାପାତ୍ରଙ୍କ ମୁଣ୍ଡରେ ଅଧିନାୟକ ଭାର ।

2.ଆଜି ଖୁଦୁରୁକୁଣୀ ଓଷାର ଦ୍ବିତୀୟ ପାଳି, ମହକୁଛି ପୁରପଲ୍ଲୀ

ବାର ମାସ ତେର ପର୍ବ ଭିତରେ ଏହି ଓଷା ଏକ ପାରମ୍ପରିକ ପର୍ବ । ଭାଦ୍ରବ ମାସର ପ୍ରତି ରବିବାର ଏହି ଓଷା ହୋଇଥାଏ । ଆଜି(ରବିବାର) ଓଷାର ଦ୍ବିତୀୟ ପାଳି।

3.National Teachers Awards: 44 ଶ୍ରେଷ୍ଠ ଶିକ୍ଷକ ସମ୍ମାନିତ, 2 ଓଡିଆ ସାମିଲ

ପବିତ୍ର ଗୁରୁଦିବସ ଅବସରରେ ରାଷ୍ଟ୍ରପତି ଦେଶର ଶିକ୍ଷକମାନଙ୍କୁ ସମ୍ମାନିତ କରିଛନ୍ତି । ଏହି ଶିକ୍ଷକଙ୍କ ମଧ୍ୟରେ ରାଜ୍ୟରୁ ଅଛନ୍ତି ୨ ଶିକ୍ଷକ ।

4.୭୦% ରେଟିଂ ସହ ୧୩ ଦେଶର ମୁଖିଆଙ୍କୁ ମାତ୍ ଦେଲେ ମୋଦି

ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ବକୁ ନେଇ ପୁଣି ବିଶ୍ବରେ ଚର୍ଚ୍ଚା । ବିଶ୍ବର ଶ୍ରେଷ୍ଠ ଲିଡର ଭାବେ ୭୦ ପ୍ରତିଶତ ରେଟିଂ ସହ ଶୀର୍ଷରେ ମୋଦି ।

5.ଦେଶରେ ଦିନକରେ 42766 ପଜିଟିଭ ଚିହ୍ନଟ, 308 ମୃତ

ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁସାରେ, ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ 42 ହଜାର 766 ନୂଆ ପଜିଟିଭ ଚିହ୍ନଟ ହୋଇଥିବା ବେଳେ 308 ଜଣଙ୍କ ମୁଣ୍ତ ନେଇଛି ମହାମାରୀ ।

6.Tokyo Paralympics: ଭାରତ ପାଇଁ ପଦକ ବର୍ଷା, ବ୍ୟାଡମିଣ୍ଟନ SL6ରେ ସ୍ବର୍ଣ୍ଣ ଜିତିଲେ କ୍ରିଷ୍ଣା

ଅନ୍ତିମ ଦିନରେ ଭାରତ ପାଇଁ ପଦକ ପରେ ପଦକ ବର୍ଷା ହେବାର ଲାଗିଛି । ପ୍ରଥମେ ବ୍ୟାଡମିଣ୍ଟନ ଏସଏଲ୪ରେ ସୁହାସଙ୍କୁ ରୌପ୍ୟ ପରେ ପୁଣି ବ୍ୟାଡମିଣ୍ଟନରେ ଭାରତକୁ ଆଉ ଏକ ସ୍ବର୍ଣ୍ଣ ଭେଟି ଦେଇଛନ୍ତି କ୍ରିଷ୍ଣା ନାଗର ।

7.କୋରୋନା ପରେ କେରଳରେ ନିପା ଭାଇରସ କୋପ, ୧୨ ବର୍ଷୀୟ ନାବାଳକ ମୃତ
କେରଳ କୋଝିକୋଡରେ ଜଣେ ୧୨ବର୍ଷର ବାଳକ ନିପା ଭୂତାଣୁରେ ସଂକ୍ରମିତ ହୋଇ ମୃତ୍ୟୁ ହୋଇଥିବା ଜଣାପଡିଛି

8.ପୂର୍ବତନ ବଡିଗାର୍ଡଙ୍କ ମୃତ୍ୟୁ ମାମଲା; ସୋମବାର ଶୁଭେନ୍ଦୁଙ୍କ ବୟାନ ରେକର୍ଡ କରିବ CID

ଶୁଭେନ୍ଦୁ ଅଧିକାରୀଙ୍କ ପୂର୍ବତନ ବଡିଗାର୍ଡଙ୍କ ମୃତ୍ୟୁ ମାମଲା । ଏନେଇ ସୋମବାର ସିଆଇଡି ମୁଖ୍ୟାଳୟରେ ହାଜର ହେବେ ବିଜେପି ନେତା ଶୁଭେନ୍ଦୁ ଅଧିକାରୀ ।

9.State Corona Death; ଆଜି ଆଉ 7 ଜଣଙ୍କ କୋରୋନାରେ ମୃତ୍ୟୁ

କିଛିଦିନ ହେବ ମୃତ୍ୟୁସଂଖ୍ୟା କମିବାରେ ଲାଗିଛି । ଆଜି(ରବିବାର) ରାଜ୍ୟରେ ୭ଜଣଙ୍କ ଜୀବନ ନେଇଛି ମହାମାରୀ କୋରୋନା ।

10.STATE CORONA; ଦିନକରେ 805 ପଜିଟିଭ ଚିହ୍ନଟ, 131 ଶିଶୁ ଆକ୍ରାନ୍ତ

ରାଜ୍ୟରେ ଧୀରେ ଧୀରେ ତଳକୁ ଖସୁଛି ସଂକ୍ରମଣର ପାରା । ଗତ ୨୪ ଘଣ୍ଟା ମଧ୍ୟରେ 805 କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

ABOUT THE AUTHOR

...view details