ଓଡିଶା

odisha

ETV Bharat / bharat

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

ନଜର ପକାନ୍ତୁ TOP NEWS@3PM ର କେତେକ ଗୁରୁତ୍ବପୂର୍ଣ୍ଣ ଖବର ଉପରେ....

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

By

Published : May 8, 2021, 3:04 PM IST

1. କୋଭିଡ କଟକଣାରେ ହେବ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା

କୋଭିଡ କଟକଣାରେ ହେବ ଚନ୍ଦନ ଯାତ୍ରା । ଆସନ୍ତା 11 ତାରିଖରେ ହେବ ଚୁଡାନ୍ତ ନିଷ୍ପତ୍ତି ।

2. ଆନ୍ଧ୍ରର ପଥର ଖାଦାନରେ ବିସ୍ଫୋରଣ, 9 ମୃତ

ଆନ୍ଧ୍ରପ୍ରଦେଶର କଡପା ଜିଲ୍ଲାର ମାମିଲ୍ଲାପାଲରେ ଏକ ବଡ ଧରଣର ବିସ୍ଫୋରଣ ଘଟିଛି । ଏଥିରେ 9 ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

3. ଓସିଏକୁ ଝଟ୍‌କା, କୋରୋନା ନେଲା ପୂର୍ବତନ କ୍ରିକେଟର ରବି ନାରାୟଣଙ୍କ ଜୀବନ

କୋଭିଡ଼ରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଲେ ଓଡ଼ିଶାର ପୂର୍ବତନ କ୍ରିକେଟର ରବି ନାରାୟଣ ପଣ୍ଡା

4. ବୋର୍ଡ ଇତିହାସରେ ଏଭଳି ସ୍ଥିତି ପ୍ରଥମ: ଗଣଶିକ୍ଷାମନ୍ତ୍ରୀ

ମାଟ୍ରିକ ଫଳାଫଳ ପାଇଁ ନିଆଯାଉଥିବା ନିଷତ୍ତି ବୋର୍ଡ ଇତିହାସରେ ପ୍ରଥମ ବୋଲି କହିଛନ୍ତି ଗଣଶିକ୍ଷାମନ୍ତ୍ରୀ ସମୀର ଦାଶ ।

5. ହିମନ୍ତ ବିଶ୍ବଶର୍ମା ହେବେ ଆସାମର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ !

ନିର୍ବାଚନ ପୂର୍ବରୁ ବିଜେପି କାହାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଉପସ୍ଥାପନ କରିନଥିଲା । ସେହି ଦୃଷ୍ଟିରୁ ଗତ 5 ବର୍ଷ ଧରି ମୁଖ୍ୟମନ୍ତ୍ରୀ ଥିବା ସର୍ବାନନ୍ଦ ସୋନୁୱାଲ ପରିବର୍ତ୍ତନ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । କାରଣ ବିଜେପି ଏବେ ଉତ୍ତର-ପୂର୍ବାଞ୍ଚଳ ପାଇଁ ବଡ ଯୋଜନାରେ ଅଛି ।

6. ଭାରତକୁ ଅମ୍ଳଜାନ ଜେନେରେଟର ଓ 1000 ଭେଣ୍ଟିଲେଟର ପଠାଇଲା ୟୁକେ

ଭାରତ ଏବେ କୋରୋନା ମହାମାରୀ ଭଳି ମହାସଙ୍କଟ ଦେଇ ଗତି କରୁଛି । ତେବେ ଦେଶରେ ଏବେ ଅମ୍ଳଜାନ ଅଭାବରୁ ଅନେକ ଲୋକଙ୍କ ଜୀବନ ଚାଲିଯାଉଥିବା ବେଳେ ବ୍ରିଟେନ, ଭାରତକୁ ସହଯୋଗ ଲାଗି ଶୁକ୍ରବାର ଦିନ ଉତ୍ତର ଆୟରଲ୍ୟାଣ୍ଡରୁ ବିଶ୍ୱର ସର୍ବବୃହତ କାର୍ଗୋ ବିମାନରେ ୧୮ଟନ୍‌ ଅକ୍ସିଜେନ୍‌ ଏବଂ ଏକ ହଜାର ଭେଣ୍ଟିଲେଟର ପଠାଇଛି ।

7. ସାପ କାମୁଡ଼ାରେ ଭାଇଭଉଣୀ ମୃତ

ଶୁକ୍ରବାର ବିଳମ୍ବିତ ରାତିରେ ଶୋଇଥିବା ଅବସ୍ଥାରେ ସାପ କାମୁଡ଼ାରେ ଗୋବିନ୍ଦପୁର ଗାଁର ଅରୁଣ କୁମାର ଦାଶଙ୍କର ୧୧ ବର୍ଷର ପୁଅ ଅଭିଷେକ ଓ ୩ ବର୍ଷର ଝିଅ ଭୂମିକାର ମୃତ୍ୟୁ ଘଟିଛି।

8. ଆନ୍ଧ୍ରର 4 କୋଭିଡ ହସ୍ପିଟାଲ ବିରୋଧରେ ଅପରାଧିକ ମାମଲା ରୁଜୁ

କୋଭିଡ ପରିଚାଳନାରେ ଅବ୍ୟବସ୍ଥା ପାଇଁ ଆନ୍ଧ୍ରର 4 କୋଭିଡ ହସ୍ପିଟାଲ ବିରୋଧରେ ଅପରାଧିକ ମାମଲା ରୁଜୁ ହୋଇଛି ।

9. ରାଜ୍ୟରେ 21 ଜଣଙ୍କ ଜୀବନ ନେଲା କିଲର ଭାଇରସ

ରାଜ୍ୟରେ କୋରୋନା ମୃତ୍ୟୁ ସଂଖ୍ୟାରେ ଲାଗୁନି ବ୍ରେକ । ଦିନକରେ ପୁଣି 21 କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ

10. କୋରୋନାରେ ଆକ୍ରାନ୍ତ ହେଲେ ବି-ଟାଉନ କୁଇନ

କଙ୍ଗନା ରଣାୱତଙ୍କ କୋରୋନା ରିପୋର୍ଟ ପଜିଟିଭ ଆସିଛି । ନିଜକୁ ବର୍ତ୍ତମାନ ହୋମ କ୍ବାରେଣ୍ଟାଇନ କରିଛନ୍ତି ସେ । ଏହାସହ ଭୟଭୀତ ନହେବାକୁ ଫ୍ୟାନ୍ସଙ୍କୁ କଲେ ଅନୁରୋଧ।

ABOUT THE AUTHOR

...view details