ଓଡିଶା

odisha

ETV Bharat / bharat

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ଟପ ଖବର ଇଟିଭି ଭାରତ

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

By

Published : Feb 14, 2021, 3:01 PM IST

1.ପୁଲୱାମା ଆକ୍ରମଣକୁ ଦୁଇବର୍ଷ, ବୀରପୁତ୍ରଙ୍କୁ ଝୁରୁଛି ଦେଶ

ପୁଲୱାମା ଆକ୍ରମଣକୁ ପୁରିଛି ଦୁଇବର୍ଷ । ଦେଶ ପାଇଁ ଜୀବନ ଦେଇଥିବା ସିଆରପିଏଫ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ..

2. ଆସନ୍ତା 2 ଦିନ ବନ୍ଦ ରହିବ ସ୍କୁଲ

ଆସନ୍ତା ସୋମବାର ଓ ମଙ୍ଗଳବାର 2 ଦିନ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ସ୍କୁଲ ବନ୍ଦ ରହିବ। ଏନେଇ ସୂଚନା ଦେଇଛନ୍ତି ଗଣ ଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାସ। ଆସନ୍ତା ଦୁଇ ଦିନ ଧରି ବନ୍ଦ ରହିବ ରାଜ୍ୟର ସମସ୍ତ ସୁଲ। ଏହାସହ ଏକାଦଶ ଓ ଦ୍ବାଦଶ ସ୍କୁଲ ମଧ୍ୟ ବନ୍ଦ ରହିବ ।

3. ଭାରତୀୟ ସେନାକୁ ଅର୍ଜୁନ ଟ୍ୟାଙ୍କ ହସ୍ତାନ୍ତର କଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚେନ୍ନାଇରେ ଭାରତୀୟ ସେନାକୁ ଅର୍ଜୁନ ଟ୍ୟାଙ୍କ (MK-1A) ହସ୍ତାନ୍ତର କରିଛନ୍ତି। ରାଜ୍ୟ ସରକାରଙ୍କ ଦ୍ବାରା ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଯୋଗ ଦେଇଛନ୍ତି।

4.ପୁଣି ନଜରବନ୍ଦୀରେ ଫାରୁକ ଓ ଉମର, ମେହବୁବାଙ୍କୁ ନାହିଁ ପୁଲୱାମା ଯିବାକୁ ଅନୁମତି

ଜାମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାସନାଲ କନଫରେନ୍ସର ନେତା ଫାରୁକ ଅବଦୁଲ୍ଲା ଓ ତାଙ୍କ ପୁଅ ଉମର ଅବଦୁଲ୍ଲାଙ୍କୁ ନଜରବନ୍ଦୀ କରାଯାଇଛି । ଶ୍ରୀନଗର ସ୍ଥିତ ବାସସ୍ଥାନରେ ନଜରବନ୍ଦୀ ରଖାଯାଇଛି ।

5.ରାଜନଗର ନିର୍ବାଚନମଣ୍ଡଳୀ ପାଇଁ 20 କୋଟିର ଭିତ୍ତିପ୍ରସ୍ତର ସ୍ଥାପନ କଲେ ବିଧାୟକ

କୋରୋନା ମହାମାରୀ ପରେ ବିକାଶ ମୁହାଁ ରାଜନଗର ନିର୍ବାଚନ ମଣ୍ଡଳୀ । 20 କୋଟି ଟଙ୍କାର ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନା କରିଛନ୍ତି ରାଜନଗର ବିଧାୟକ ଧ୍ରୁବ ସାହୁ । ଅଧିକ ପଢନ୍ତୁ

6. 13 ଦିନରେ ଦୁଲିଙ୍ଗା ଏନଟିପିସି କୋଲମାଇନ୍ସ ବିସ୍ଥାପିତଙ୍କ ଆନ୍ଦୋଳନ, ଜଣେ ଗୁରୁତର

ଏନଟିପିସି ଦୁଲିଙ୍ଗା କୋଲମାଇନ୍ସ ବିସ୍ଥାପିତ ଝିଅମାନେ ଆର ଆଣ୍ଡ ଆର ପଲିସିରେ ବାପା ଓ ଭାଇଙ୍କୁ ଯେଉଁ ସୁବିଧା କମ୍ପାନୀ ଦେଇଛି ସେହି ସୁବିଧା ମଧ୍ୟ ସେମାନଙ୍କୁ ଦେବା ପାଇଁ ଦାବି କରି ଆଜକୁ 13 ଦିନ ଧରି ଆନ୍ଦୋଳନ ଚଳାଇଛନ୍ତି ଏନଟିପିସି କୋଲମାଇନ୍ସ ବିସ୍ଥାପିତ ଝିଅ ।

7. ଏନଏମଏକୁ କଡା ବିରୋଧ, ୩ ଦିନିଆ ଦସ୍ତଖତ ଅଭିଯାନ ଆରମ୍ଭ କଲା କଂଗ୍ରେସ

ଏନଏମଏକୁ କଡା ବିରୋଧ କରି ପ୍ରତ୍ୟାହାର ଦାବିରେ ଜନମତ ଲୋଡିଲା ରାଜ୍ୟ କଂଗ୍ରେସ । ଏନେଇ ଲିଙ୍ଗରାଜ ମନ୍ଦିର ସମ୍ମୁଖରୁ ଆରମ୍ଭ ହେଲା ୩ ଦିନିଆ ଦସ୍ତଖତ ଅଭିଯାନ ବା ସ୍ବାକ୍ଷର ସମ୍ମିଳିତ ଦାବିପତ୍ର।

8.ଉତ୍ତରାଖଣ୍ଡ ଜଳପ୍ରଳୟ; ମୃତ୍ୟୁ ସଂଖ୍ୟା 41କୁ ବୃଦ୍ଧି

ଉତ୍ତରାଖଣ୍ଡ ଜଳପ୍ରଳୟରେ ଆଉ 3 ମୃତଦେହ ଜବତ ପରେ ମୃତ୍ୟୁ ସଂଖ୍ୟା 41କୁ ବୃଦ୍ଧି । ଘଟଣାସ୍ଥଳରେ ଜାରି ରହିଛି ରେସକ୍ୟୁ ଅପରେସନ।

9.ଚେନ୍ନାଇ ଟେଷ୍ଟ, 2ୟ ଦିନ: ଲଞ୍ଚ ବ୍ରେକ ସୁଦ୍ଧା ଇଂଲଣ୍ଡ 39/4

ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜର 2ୟ ଦିନର ଖେଳ ଜାରି ରହିଛି । ଭାରତୀୟ ବୋଲରଙ୍କ ଚମତ୍କାର ବୋଲିଂ ବଳରେ 18 ଓଭର ସୁଦ୍ଧା 4ଟି ଓ୍ବିକେଟ ହାତେଇଛି ଦଳ । 2ୟ ଦିନର ଲଞ୍ଚ ବ୍ରେକ ସୁଦ୍ଧା 4 ଓ୍ବିକେଟ ହରାଇ 39ରନ୍‌ ସଂଗ୍ରହ କରିଛି ଇଂଲଣ୍ଡ ।

10.ଭାଲେଣ୍ଟାଇନ ଡେ’ରେ ରିଲିଜ ହେଲା ମ୍ୟୁଜିକ ଭିଡିଓ

ଭାଲେଣ୍ଟାଇନ ଡେ'ରେ ଭୁବନେଶ୍ବର ସାମ୍ବାଦିକ ଭବନ ଠାରେ 2ଟି ଲଭ୍ ରୋମାଣ୍ଟିକ ମ୍ୟୁଜିକ୍ ଭିଡ଼ିଓ ଉନ୍ମୋଚନ ହେଇଯାଇଛି ।

ABOUT THE AUTHOR

...view details