ଓଡିଶା

odisha

ETV Bharat / bharat

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

ନଜର ପକାନ୍ତୁ NEWS@3PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

By

Published : Jun 7, 2021, 3:06 PM IST

1-ଦେଶରେ କମ ରହିଛି ECMO, ଖୁବଶୀଘ୍ର ଏସସିବିରେ ଆରମ୍ଭ ହେବ ୟୁନିଟ

କୋଭିଡ ସମୟରେ ECMO ମେସିନର ବ୍ୟବହାର ଦ୍ବାରା ବହୁମାତ୍ରାରେ କୋଭିଡ ରୋଗୀଙ୍କ ଜୀବନ ରକ୍ଷା ହୋଇପାରିବ ।

2-ସ୍ୱତନ୍ତ୍ର ଡ୍ରାଇଭ ଜରିଆରେ ବିଦେଶ ଯିବାକୁ ଥିବା ଛାତ୍ରଛାତ୍ରୀଙ୍କ ଟୀକାକରଣ ବ୍ୟବସ୍ଥା

ସ୍ୱତନ୍ତ୍ର ଡ୍ରାଇଭ ଜରିଆରେ ସେମାନଙ୍କ ପାଇଁ କରାଯିବ ଟୀକାକରଣ ବ୍ୟବସ୍ଥା। 1929 କଲସେଣ୍ଟର ଜରିଆରେ ଛାତ୍ରଛାତ୍ରୀଙ୍କୁ ପଞ୍ଜିକରଣ କରିବାକୁ ହେବ ।

3-ବର୍ତ୍ତମାନ ଟୀକାକରଣରେ ଦ୍ବିତୀୟ ଡୋଜକୁ ଗୁରୁତ୍ବ: ସ୍ବାସ୍ଥ୍ୟ ନିର୍ଦ୍ଦେଶକ

ରାଜ୍ୟରେ ଟୀକା ଅଭାବ ରହିଥିବା ବେଳେ ବର୍ତ୍ତମାନ ସମୟରେ ଟୀକାକାରଣରେ ଦ୍ବିତୀୟ ଡୋଜକୁ ଗୁରୁତ୍ବ ଦିଆଯାଉଛି।

4-ତୈଳଦର ବୃଦ୍ଧିକୁ ନେଇ କେନ୍ଦ୍ରକୁ ଟାର୍ଗେଟ କଲା ବିଜେଡି, ଜବାବ ରଖିଲା ବିଜେପି

ଦିନକୁ ଦିନ ତୈଳଦର ବୃଦ୍ଧି ପାଉଛି । ଏହାକୁ ନେଇ କେନ୍ଦ୍ରକୁ ଟାର୍ଗେଟ କରିଛି ରାଜ୍ୟ ଯୋଜନା ବୋର୍ଡର ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା ।

5-ଆଜି ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ

ଆଜି (ସୋମବାର) ସଂଧ୍ୟା 5ଟାରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ । ମହାମାରୀ କୋରୋନା ତଥା ସମ୍ଭାବିତ ତୃତୀୟ ଲହର ନେଇ ଦେଇପରାନ୍ତି ବଡ ବାର୍ତ୍ତା ।

6-ଶିଶୁଙ୍କୁ ଲାଗିବ ଟିକା, ଏମ୍ସରେ କୋଭାକ୍ସିନର ଟ୍ରାଏଲ ଆରମ୍ଭ

ଏମ୍ସରେ ସ୍ବଦେଶୀ ଟିକା କୋଭାକ୍ସିନର ଟ୍ରାଏଲ ପାଇଁ ଆରମ୍ଭ ହୋଇଛି ଦୁଇ ବର୍ଷରୁ 18 ବର୍ଷ ପର୍ଯ୍ୟନ୍ତ ପିଲାଙ୍କ ଯାଞ୍ଚ ପ୍ରକ୍ରିୟା ।

7-ସରୁନି PHD ପାଇପ ଲାଇନ କାର୍ଯ୍ୟ, ପାଣି ପାଇଁ ହନ୍ତସନ୍ତ ସମ୍ବଲପୁରବାସୀ

ସମ୍ବଲପୁର ସହରକୁ 2014 ମସିହାରୁ ମିଳିଲାଣି ମହାନଗର ନିଗମର ମାନ୍ୟତା । କିନ୍ତୁ ଆଜି ପର୍ଯ୍ୟନ୍ତ ସୁଧୁରିପାରିନି ମହାନଗର ନିଗମର PHD ଜଳ ଯୋଗାଣ ବ୍ୟବସ୍ଥା ।

8-ଡେରାଡୁନରେ 20 ନୂଆ ବ୍ଲାକ ଫଙ୍ଗସ ରୋଗୀ ଚିହ୍ନଟ, 3 ମୃତ

ଉତ୍ତରାଖଣ୍ଡର ରାଜଧାନୀ ଡେରାଡୁନରେ ରବିବାର 20ଟି ନୂଆ ବ୍ଲାକ ଫଙ୍ଗସ ରୋଗୀ ଚିହ୍ନଟ ହୋଇଛନ୍ତି ।

9-ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ଘୋଷଣା, ଯେଉଁଠି ଭୋଟ ସେଇଠି ଭ୍ୟାକ୍ସିନେସନ

'ଯେଉଁଠି ଭୋଟ ସେଇଠି ଭ୍ୟାକ୍ସିନେସନ' ଅଭିଯାନ ଆରମ୍ଭ କରିବା ନେଇ କହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ।

10-କୋଭିଡ୍ ସଂକ୍ରମଣ କମିଲେ ମିଳିବ ସୁଟିଂ ଅନୁମତି: ଉଦ୍ଧବ ଠାକରେ

କୋଭିଡ-19 ଦୈନିକ ସଂକ୍ରମଣ ସଂଖ୍ୟା କମିଲେ, ମୁମ୍ବାଇରେ ଚଳଚ୍ଚିତ୍ର ଏବଂ ଟିଭି ସୁଟିଂ ପାଇଁ ଅନୁମତି ଦିଆଯିବ।

ABOUT THE AUTHOR

...view details