ଓଡିଶା

odisha

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

By

Published : Jun 9, 2022, 1:02 PM IST

ନଜର ପକାନ୍ତୁ @1PM ସୁଦ୍ଧା ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

1-ରାଜଧାନୀକୁ ଫେରିଲା ଡେଙ୍ଗୁ ଆତଙ୍କ, ନେଲା ଚଳିତ ବର୍ଷର ପ୍ରଥମ ଜୀବନ

ଭୁବନେଶ୍ବରରେ ଡେଙ୍ଗୁ ଆତଙ୍କ । ଅବସରପ୍ରାପ୍ତ ପୋଲିସ ଅଧିକାରୀଙ୍କ ମୃତ୍ୟୁ ଘଟିଥିବା ସୂଚନା ।

2-ମାଟି ଅତଡା ଧସି ଚାଲିଗଲା ଦୁଇ କଅଁଳ ଜୀବନ

କେନ୍ଦ୍ରାପଡ଼ା ଜିଲ୍ଲା ସଦର ଥାନା ଅନ୍ତର୍ଗତ ମାଗୁରଗଣ୍ଡ ପାଟଣାରେ ଅଘଟଣ l ମାଟି ଅତଡା ଧସି ଯିବାରୁ ଦୁଇ ଶିଶୁଙ୍କର ମୃତ୍ୟୁ ।

3-ଓଡିଶାରେ ପ୍ରଥମ: ଚିଲିକାରେ ଆରମ୍ଭ ହେଲା ବିଳାସପୂର୍ଣ୍ଣ ହାଉସବୋଟ୍‌ ସେବା

ଚିଲିକାରେ ମିଳିବ ବିଳାସପୂର୍ଣ୍ଣ ହାଉସବୋଟ ସେବା । ହାଉସବୋଟକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ।

4-Odisha Corona: ବଢିଲା ସଂକ୍ରମଣ, ଦିନକରେ 31 ପଜିଟିଭ

ଉପରମୁହାଁ ହୋଇଛି ମହାମାରୀ । ଗତ ୨୪ ଘଣ୍ଟାରେ ରାଜ୍ୟରେ 31 ଜଣ ନୂଆ କୋରୋନା (COVID-19) ପଜିଟିଭ ଚିହ୍ନଟ ହୋଇଛନ୍ତି ।

5-Presidential Election: ରାଷ୍ଟ୍ରପତି ନିର୍ବାଚନ ପାଇଁ ଆଜି ତାରିଖ ଘୋଷଣା

ରାଷ୍ଟ୍ରପତି ନିର୍ବାଚନ ପାଇଁ ଆଜି ତାରିଖ ଘୋଷଣା କରିବେ ନିର୍ବାଚନ କମିଶନ ।

6-Prophet Row: ନୂପୁର ଶର୍ମାଙ୍କ ସମେତ ଅନେକଙ୍କ ନାମରେ ମାମଲା ରୁଜୁ

ଢିଲା ନୂପୁର ଶର୍ମାଙ୍କ ଅଡୁଆ । କିଛି ଦିନ ତଳେ ପ୍ରଫେଟ ମହମ୍ମଦଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇଥିବା ବିଜେପିର ପୂର୍ବତନ ରାଷ୍ଟ୍ରୀୟ ମୁଖପାତ୍ର ନୂପୁର ଶର୍ମାଙ୍କ ସମେତ ଅନେକଙ୍କ ନାଁରେ ମାମଲା ରୁଜୁ ।

7-Kanpur violence: ମାଷ୍ଟରମାଇଣ୍ଡ ଆକାଉଣ୍ଟରୁ ମିଳିଲା ୫୦ କୋଟିର ସୁରାକ

ଉତ୍ତରପ୍ରଦେଶ କାନପୁରରେ ହିଂସାକାଣ୍ଡ ଘଟଣା । ମୁଖ୍ୟ ଅଭିଯୁକ୍ତ ଆକାଉଣ୍ଟରେ କୋଟି କୋଟି ଟଙ୍କା ନେଣଦେଣ ହୋଇଥିବା ମିଳିଲା ସୂଚନା ।

8-Ganga Dussehra: ଗଙ୍ଗାରେ ବୁଡ ପକାଇବାକୁ ହରିଦ୍ବାରରେ ପ୍ରବଳ ଜନସମାଗମ

ଆଜି ହେଉଛି ପବିତ୍ର ଗଙ୍ଗା ଦଶହରା ପର୍ବ । ହରିଦ୍ବାରରେ ଗଙ୍ଗାରେ ବୁଡ ପକାଇଲେ ହଜାର ହଜାର ଭକ୍ତ ।

9-ଜମ୍ମୁ ଅର୍ନିଆରେ ପୁଣି ଉଡିଲା ପାକ୍ ଡ୍ରୋନ୍‌, ସେନାର ଗୁଳିମାଡ

ପୁଣି ଭାରତ ଆକାଶରେ ଉଡିଲା ପାକିସ୍ତାନ ଡ୍ରୋନ । ଜମ୍ମୁର ଅର୍ନିଆ ଅଞ୍ଚଳରେ ଏକ ପାକିସ୍ତାନ ଡ୍ରୋନ ଉଡୁଥିବାର ଦେଖିବାକୁ ମିଳିଛି । ସୀମା ସୁରକ୍ଷାବଳ ପକ୍ଷରୁ ଡ୍ରୋନକୁ ଗୁଳିମାଡ କରାଯାଇଛି ।

10-Ind vs SA T20: ଟିକେଟ ବିକ୍ରି ଆରମ୍ଭ, ଅସନ୍ତୋଷ ବ୍ୟକ୍ତକଲେ ବରିଷ୍ଠ ନାଗରିକ

ବାରବାଟୀ ଟି୨୦ ପାଇଁ ଆରମ୍ଭ ହୋଇସାରିଛି କାଉଣ୍ଟଡାଉନ । କଟକରେ ଦେଖିବାକୁ ମିଳିଛି କ୍ରିକେଟ କ୍ରେଜ୍‌ । ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ କଟକରେ ଖେଳାଯିବାକୁ ଥିବା ଦ୍ବିତୀୟ ଟି୨୦ ମ୍ୟାଚ୍‌ ପାଇଁ ଆଜିଠୁ ସାଧାରଁ ଦର୍ଶକଙ୍କ ପାଇଁ କାଉଣ୍ଟରରେ ଟିକେଟ ବିକ୍ରି ଆରମ୍ଭ ହୋଇଛି ।

ABOUT THE AUTHOR

...view details