ଓଡିଶା

odisha

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

By

Published : Jun 2, 2022, 1:04 PM IST

ନଜର ପକାନ୍ତୁ @1PMର ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

1. ଆଜିଠୁ ଯୁକ୍ତ ଦୁଇ ପ୍ରଥମ ପର୍ଯ୍ୟାୟ ମୂଲ୍ୟାୟନ

ଆଜିଠୁ ଯୁକ୍ତ ଦୁଇ ଖାତାଦେଖା ଆରମ୍ଭ । ପ୍ରଥମ ପର୍ଯ୍ୟାୟ ମୂଲ୍ୟାୟନ ଆରମ୍ଭ ହେବ ।

2. BMCର ପ୍ରଥମ ଷ୍ଟାଣ୍ଡିଂ କମିଟି ବୈଠକ, ପ୍ରସ୍ତୁତ ହେବ କାର୍ଯ୍ୟ ଖସଡ଼ା

BMCର ପ୍ରଥମ ଷ୍ଟାଣ୍ଡିଂ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ଦିନରେ ପୂର୍ତ୍ତ (ପବ୍ଲିକ ୱାର୍କ) କମିଟି ଓ ଅଭିଯୋଗ, ସାମାଜିକ ସୁରକ୍ଷା କମିଟିର ବୈଠକ ଅନୁଷ୍ଠିତ ହୋଇଛି ।

3. ସୁରକ୍ଷା ନିୟମ ଉଲ୍ଲଘଂନ, ୧୦ ଲକ୍ଷ ଗଣିବ ବିମାନ କମ୍ପାନୀ Vistara

ଉପଯୁକ୍ତ ଭାବେ ଟ୍ରେନିଂ ନେଇନଥିବା ପାଇଲଟ ଉଡ଼ାଇଲେ ବିମାନ । ଭିସ୍ତାରା ଏୟାରଲାଇନ ଉପରେ ୧୦ ଲକ୍ଷ ଟଙ୍କା ଫାଇନ ଲଗାଇଲେ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ।

4. କଶ୍ମୀର ପଣ୍ତିତଙ୍କୁ ହତ୍ୟା ପ୍ରସଙ୍ଗ, ଶୁକ୍ରବାର ଦିଲ୍ଲୀରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ

କେନ୍ଦ୍ରଶାସିତ ଅଞ୍ଚଳରେ କଶ୍ମୀର ପଣ୍ତିତଙ୍କୁ ହତ୍ୟା ପ୍ରସଙ୍ଗ । ଏନେଇ ଆସନ୍ତାକାଲି(ଶୁକ୍ରବାର) ବସିବ ଏକ ଗୁରୁତ୍ବପୂର୍ଣ୍ଣ ଉଚ୍ଚସ୍ତରୀୟ ବୈଠକ ।

5. ଆଜି ପଦ୍ମ ଧରିବେ ହାର୍ଦ୍ଦିକ, ସମାଜ ସେବାର ସିପାହୀ ସାଜିବେ

ରାଜନୀତିରେ ସ୍ଥିରତା ନାହିଁ । କାଲି ଯିଏ ଶତ୍ରୁ ଆଜି ସିଏ ମିତ୍ର ପାଲଟିଯାଏ । ହାର୍ଦ୍ଦିକ ପଟେଲଙ୍କୁ ନେଇ ଯାହା ଅନୁମାନ କରାଯାଉଥିଲା ସତ ହେଲା । ଆଜି ବିଜେପିରେ ଯୋଗ ଦେବେ ପୂର୍ବତନ କଂଗ୍ରେସ ଯୁବନେତା ହାର୍ଦ୍ଦିକ ପଟେଲ (Hardik Patel join BJP today) ।

6. Attack on Rakesh Tikait: କନ୍ନଡ ନକହିବାରୁ ଟିକାୟତଙ୍କୁ କାଳିମାଡ

ଚାଷୀନେତା ରାକେଶ ଟିକାୟତଙ୍କୁ କାଳିମାଡ଼ ଘଟଣା । କନ୍ନଡ ନ କହିବା କାଳିମାଡ଼ର କାରଣ ଥିଲା କହିଲେ ଅଭିଯୁକ୍ତ ।

7. ପୁଣି ଅଶାନ୍ତ ଆମେରିକା: ହସ୍ପିଟାଲରେ ଗୁଳିମାଡ, 4 ମୃତ

ଆମେରିକା ଓକଲାହୋମାର ଏକ ହସ୍ପିଟାଲରେ ଗୁଳିକାଣ୍ଡ ଘଟିଛି । ଘଟଣାରେ ୪ ଜଣଙ୍କର ଘଟିଛି ମୃତ୍ୟୁ ।

8. ସ୍ମାର୍ଟଫୋନ ବ୍ୟବହାରକୁ ଅଚଳ କରିପାରେ 6G ନେଟୱାର୍କ: NOKIA ସିଇଓ

ଦିନକୁ ଦିନ ପ୍ରଯୁକ୍ତିବିଦ୍ୟାରେ ଉନ୍ନତି ଘଟି ଆଧୁନିକ କୌଶଳରେ ନିର୍ମିତ ଡିଭାଇସ ପ୍ରସ୍ତୁତ ହେଉଛି । ତେବେ ଆସନ୍ତା ୨୦୩୦ ସୁଦ୍ଧା ୬ଜି ନେଟୱର୍କ ଉପଲବ୍ଧ ହେବା ପରେ ଆଉ କେହି ସ୍ମାର୍ଟଫୋନ ବ୍ୟବହାର କରିବେ ନାହିଁ ବୋଲି କହିଛନ୍ତି NOKIA CEO ।

9. 34 ବର୍ଷରେ ପାଦ ଦେଲେ ଦବଙ୍ଗ ଗର୍ଲ: ଡ୍ରେସ ଡିଜାଇନର ଭାବେ ଆରମ୍ଭ କରିଥିଲେ କ୍ୟାରିୟର

ଦବଙ୍ଗ ଗର୍ଲ ଭାବରେ ଜଣାଶୁଣା ସୋନାକ୍ଷୀ ସିହ୍ନାଙ୍କର ଆଜି ଜନ୍ମଦିନ । ସେ ଆଜି ତାଙ୍କର 34 ତମ ଜନ୍ମଦିନ ପାଳନ କରୁଛନ୍ତି ।

10. ଆସିଲା ମାନହାନି ମାମଲା ରାୟ: ଜିତିଲେ ଜନି, ଅମ୍ବରଙ୍କୁ ଝଟ୍‌କା

ଶେଷ ହେଲା ବିବାଦ। ଦୀର୍ଘ ଦିନ ଧରି ହଲିଉଡ୍‌ର ପ୍ରସିଦ୍ଧ ଅଭିନେତା ଜନି ଡେପ୍‌ ଏବଂ ତାଙ୍କ ପୂର୍ବତନ ପତ୍ନୀ ଅମ୍ବର ହର୍ଡଙ୍କ ମଧ୍ୟରେ ଚାଲିଥିବା ହାଇପ୍ରୋଫାଇଲ ମାନହାନୀ ମୋକଦ୍ଦମାର ରାୟ ଆସିଛି । ବର୍ତ୍ତମାନ ସେମାନଙ୍କର ଆଇନଗତ ବିବାଦ ଶେଷ ହୋଇଛି ।

ABOUT THE AUTHOR

...view details