ଓଡିଶା

odisha

ETV Bharat / bharat

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ଗରୁତ୍ବପୂର୍ଣ୍ଣ ଖବର

ନଜର ପକାନ୍ତୁ NEWS@1PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

ଦେଖନ୍ତୁ ବର୍ତ୍ତମାନର ବଡ ଖବର
ଦେଖନ୍ତୁ ବର୍ତ୍ତମାନର ବଡ ଖବର

By

Published : Apr 19, 2022, 1:01 PM IST

1.କେନ୍ଦୁପତ୍ର ସଂଗ୍ରହ ମୂଲ୍ୟ ହେବ ବୃଦ୍ଧି, ଉପକୃତ ହେବେ ୭.୫୦ ଲକ୍ଷ ଗୋଟାଳୀ

କେନ୍ଦୁପତ୍ର ସଂଗ୍ରହ ମୂଲ୍ୟ ବୃଦ୍ଧି ନେଇ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି । ଏହାଦ୍ବାରା ପ୍ରାୟ ୭.୫୦ ଲକ୍ଷ କେନ୍ଦୁପତ୍ର ଗୋଟାଳୀ ଉପକୃତ ହେବେ ବୋଲି ଜଣାପଡ଼ିଛି ।

2.Mahanga Murder Case: ଆସିଲା ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ, ହତ୍ୟା ସମୟରେ ମୃତକମାନେ କରିଥିଲେ ପ୍ରତିରୋଧ

ମାହାଙ୍ଗା ଗଣହତ୍ୟା ମାମଲାରେ ଆଜି ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଆସିଛି । ହତ୍ୟାକାଣ୍ଡ ସମୟରେ ମୃତକ ମାନେ ପ୍ରତିରୋଧ କରିଥିବା ରିପୋର୍ଟରେ ସ୍ପଷ୍ଟ ହୋଇଛି ।

3.ଚତୁର୍ଥ ଲହର ଭୟ, ନୂଆ ଷ୍ଟ୍ରାଟେଜି କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ

ଦେଶରେ କିଛି ରାଜ୍ୟରେ କୋରୋନା ସଂକ୍ରମଣ ପୁଣିଥରେ ବଢ଼ିବାରେ ଲାଗିଛି ।

4.ପୁଣି ସୋନିଆଙ୍କୁ ଭେଟିଲେ ପ୍ରଶାନ୍ତ, 3 ରାଜ୍ୟରେ ଏକାକୀ ଲଢିବାକୁ ଚାଲିଛି ପ୍ରସ୍ତୁତି

ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ପୁଣି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଭେଟିଛନ୍ତି ।

5.SAMS ନାମଲେଖାରେ ସାମିଲ ହେବାକୁ ରେଭେନ୍ସା ଓ ଗଙ୍ଗାଧର ମେହେର ବିଶ୍ଵବିଦ୍ୟାଳୟକୁ ଚିଠି

ରାଜ୍ୟରେ ସାମ୍ସ ଜରିଆରେ ସ୍ନାତକ(ୟୁଜି) ପାଠ୍ୟକ୍ରମ ପାଇଁ ଏକକ ଭାବେ ନାମଲେଖା ଅନୁଷ୍ଠିତ ହେଉଛି।

6.ବଢିବ ଓମଫେଡ କ୍ଷୀର ଦର, 21ରୁ ନୂଆ ଦାମ ଲାଗୁ

ରାଜ୍ୟରେ ବଢିବ ଓମଫେଡ କ୍ଷୀର ଦର । ଓମଫେଡ କ୍ଷୀର ଲିଟର ପିଛା ୨ ଟଙ୍କା ମହଙ୍ଗା ହେବ ।

7.ମହଙ୍ଗା ମାଡରେ ବେହାଲ ଖାଉଟି, ମାର୍ଚ୍ଚରେ ପାଇକାରୀ ମୁଦ୍ରାସ୍ଫୀତି 14.55%

ମହଙ୍ଗା ମାଡରେ ହନ୍ତସନ୍ତ ଖାଉଟି । ଗତ ମାର୍ଚ୍ଚରେ ପାଇକାରୀ ମୁଦ୍ରାସ୍ଫୀତି ୧୪.୪୫%କୁ ବୃଦ୍ଧି । ଫେବୃୟାରୀ ଏହି ମୁଦ୍ରାସ୍ଫୀତି ୧୩.୧୧% ରହିଥିଲା ।

8.ସାପ କାମୁ଼ଡାରେ ଶିଶୁକନ୍ୟା ମୃତ

ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ପୋଣ୍ଡିକୋଟ ଗ୍ରାମରେ ଅଘଟଣ । ମାଆ କୋଳ ଖାଲି ହୋଇଯାଇଛି । ସାପ କାମୁଡାରେ ଜଣେ ଶିଶୁର ମୃତ୍ୟୁ ହୋଇଛି ।

9.IPL 2022: ଆଜି LSG - RCB ମୁକାବିଲା

ଆଜି ଆଇପିଏଲର 31ତମ ଲିଗ ମ୍ୟାଚ ଖେଳାଯିବ । ମ୍ୟାଚରେ ଲକ୍ଷ୍ନୌ ସୁପରଜିଆଣ୍ଟସ ଓ ରୟାଲ ଚ୍ୟାଲେଞ୍ଜର୍ସ ପରସ୍ପରକୁ ଭେଟିବେ ।

10.Arshad Warsi @54: ଘର ଘର ବୁଲି ବିକ୍ରି କରୁଥିଲେ କସ୍‌ମେଟିକ୍‌ ପ୍ରଡକ୍ଟସ୍‌, ଆଜି କରୁଛନ୍ତି ବଲିଉଡରେ ରାଜ୍‌

ବଲିଉଡର ଜଣାଶୁଣା ଅଭିନେତା ଅର୍ଶଦ ୱାର୍ସି ପ୍ରତିବର୍ଷ ଏପ୍ରିଲ 19ରେ ତାଙ୍କ ଜନ୍ମଦିନ ପାଳନ କରନ୍ତି ।

ABOUT THE AUTHOR

...view details