ଓଡିଶା

odisha

ETV Bharat / bharat

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ବର୍ତ୍ତମାନର ମୁଖ୍ୟ ଖବର

ନଜର ପକାନ୍ତୁ NEWS@1PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

ବର୍ତ୍ତମାନର ବଡ ଖବର
ବର୍ତ୍ତମାନର ବଡ ଖବର

By

Published : Dec 27, 2021, 1:01 PM IST

1-7 ଥରର ରାଜ୍ୟସଭା ସାଂସଦ ମହେନ୍ଦ୍ର ପ୍ରସାଦଙ୍କ ପରଲୋକ

ଜନତା ଦଳ ୟୁନାଇଟେଡ JD(U) ରାଜ୍ୟସଭା ସାଂସଦ ତଥା ରାଜା ମହେନ୍ଦ୍ର ଭାବରେ ଜଣାଶୁଣା ମହେନ୍ଦ୍ର ପ୍ରସାଦଙ୍କ ପରଲୋକ (MP Mahendra Prasad passed away) । ଦୀର୍ଘ ଦିନ ଧରି ଅସୁସ୍ଥତା କାରଣରୁ ତାଙ୍କର ଦେହାନ୍ତ ହୋଇଛି ।

2-Ganja Seized: ବିଜୁ ପକ୍କା ଘରୁ କୋଟିଏ ଟଙ୍କାର ଗଞ୍ଜେଇ ଜବତ

ବାହାର ରାଜ୍ୟକୁ ଚାଲାଣ ହେବାକୁ ଥିବା ବେଳେ ନିର୍ମାଣାଧୀନ ଏକ ବିଜୁ ପକ୍କା ଘରୁ କୋଟିଏ ଟଙ୍କାର ଗଞ୍ଜେଇ ଜବତ କଲା ମାଛକୁଣ୍ଡ ପୋଲିସ ।

3-ନୂଆ ବର୍ଷରେ ନୂଆ DGP, ସୁନୀଲଙ୍କୁ କେନ୍ଦ୍ରର ସବୁଜ ସଙ୍କେତ

ନୂଆ ବର୍ଷରୁ ଓଡିଶାକୁ ମିଳିବେ ନୂଆ ଡିଜିପି । ନୂତନ ଡିଜିପି ଭାବେ ଦାୟିତ୍ବ ନେବେ ୧୯୮୭ ବ୍ୟାଚ୍‌ର IPS ସୁନୀଲ କୁମାର ବଂଶଲ । ଏ ନେଇ ମିଳିଛି କେନ୍ଦ୍ରର ଅନୁମତି । ସୁନିଲ ବଂଶଲଙ୍କ ନିଯୁକ୍ତ ପରେ ତାଙ୍କୁ ଓଡ଼ିଶା ଆସିବାକୁ ଅନୁମତି ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରାଳୟ ।

4-ପ୍ରଧାନମନ୍ତ୍ରୀଙ୍କ ଭାବମୂର୍ତ୍ତି ଖରାପ କରିବାକୁ ଚାହୁଁନାହୁଁ: ରାକେଶ ଟିକାୟତ

ଚାଷୀ ଚାହୁଁନାହାନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ କ୍ଷମା ମାଗନ୍ତୁ । ପ୍ରଧାନମନ୍ତ୍ରୀଙ୍କ ଭାବମୂର୍ତ୍ତି ଓ ସମ୍ମାନକୁ କୌଣସି ମତେ ଖରାପ କରିବାକୁ ଚାହୁଁନାହାନ୍ତି ଚାଷୀ (Do not want to tarnish PM Modi's reputation says Rakesh Tikait) ।

5-ମାଞ୍ଜା ସୂତାରେ ଯୁବକଙ୍କ ମୃତ୍ୟୁ ଘଟଣା, ୩ ଅଟକ

ଜଗତପୁର ପିରବଜାର ଅଞ୍ଚଳରେ ମାଞ୍ଜା ସୂତାରେ ଯୁବକଙ୍କ ମୃତ୍ୟୁ ଘଟଣାରେ (young man died by chinese manja case)୩ ଜଣଙ୍କୁ ଅଟକ ରଖିଛି ପୋଲିସ । ମାଞ୍ଜା ସୂତା ବିକ୍ରି ଓ ଉଡାଇବା ଅଭିଯୋଗରେ ଜଗତପୁର ଥାନାରେ ୩ ଜଣ ଅଟକ ।

6-ବୋହୂକୁ ହତ୍ୟା କରି ଆତ୍ମହତ୍ୟା ରୂପ ଦେଉଥିଲେ ଶାଶୂଘର !

ନିଆଳୀ ଥାନା ପୋଖରୀ ଗାଁ ରାଣିପଡ଼ା ଗାଁରେ ଅଭାବନୀୟ ଘଟଣା । ଯୌତୁକ ପାଇଁ ବଧୂକୁ ହତ୍ୟା କରି ଆତ୍ମହତ୍ୟାର ରୂପ ଦେବାକୁ ଷଡଯନ୍ତ୍ର ଶାଶୁଘର ରଚିଥିବା ଅଭିଯୋଗ ହୋଇଛି । ଏହି ଘଟଣାରେ 2 ଜଣଙ୍କୁ ଅଟକ ରଖିଛି ପୋଲିସ ।

7-ରାଜ୍ୟସଭା ଯିବାକୁ ଆଶାୟୀ ପ୍ରସନ୍ନ ପାଟ୍ଟଶାଣୀ, କହିଲେ ପ୍ରତିଶୃତି ରଖନ୍ତୁ ନବୀନ

ରବିବାର ଦିନ ରାଜ୍ୟ କାର୍ଯ୍ୟାଳୟରେ ପାଳିତ ହୋଇଯାଇଛି ବିଜେଡିର ୨୫ତମ ପ୍ରତିଷ୍ଠା ଦିବସ । ପ୍ରତିଷ୍ଠା ଦିବସ ଅବସରରେ ମୁହଁ ଖୋଲିଲେ ପୁର୍ବତନ ଭୁବନେଶ୍ଵର ସାଂସଦ ପ୍ରସନ୍ନ ପାଟ୍ଟଶାଣୀ। କହିଲେ ଏବେବି ରାଜ୍ୟସଭା ଯିବା ପାଇଁ ଆଶାୟୀ ଅଛି । ‘‘ଦୁଇଥର ସିଟ ଖାଲି ହୋଇଛି, ତଥାପି ନିରାଶ ହୋଇନି । ଏଥର ମୁଁ ଆଶାବାଦୀ ନବୀନ ତାଙ୍କ ପ୍ରତିଶ୍ରୁତି ରଖିବେ ।

8-Migrant Workers Clash With Police Incident: ୨୪ ପ୍ରବାସୀ ଶ୍ରମିକ ଗିରଫ

କେରଳ କୋଚିର କିଜାକକମ୍ବଲାମରେ ପ୍ରବାସୀ ଶ୍ରମିକମାନେ ପୋଲିସ ଉପରକୁ ଆକ୍ରମଣ (migrant workers attack policemen) କରିବା ଓ ପୋଲିସ ଜିପ୍ ଜାଳିଦେବା ଘଟଣା । ମୋଟ ୨୪ ଶ୍ରମିକଙ୍କୁ ଘଟଣାରେ (24 migrant workers arrest) ସଂପୃକ୍ତି ଥିବା ନେଇ ଗିରଫ କରାଯାଇଛି ।

9-ତେଲେଙ୍ଗାନା-ଛତିଶଗଡ ସୀମାରେ ଏନକାଉଣ୍ଟର, ୬ ମାଓବାଦୀ ନିହତ

ତେଲେଙ୍ଗାନା- ଛତିଶଗଡ ସୀମାରେ ପୋଲିସ ଓ ମାଓବାଦୀ ମୁହାଁମୁହିଁ । ତେଲେଙ୍ଗାନା ଗ୍ରେହାଉଣ୍ଡ ଯବାନଙ୍କ ସହ ଗୁଳିବିନିମୟରେ ୬ ମାଓବାଦୀ ନିପାତ ହୋଇଛନ୍ତି ।

10-Covid Vaccination: ସିଙ୍ଗାପୁର ଯିବା ପୂର୍ବରୁ ଜାଣି ରଖନ୍ତୁ ଏହି ନୂଆ ନିୟମ

କୋଭିଡ ଟିକାକୁ ବାଧ୍ୟତାମୂଳକ ପାସ ବନାଇଲା ସିଙ୍ଗାପୁର । ଚାକିରି ଉଦ୍ଦେଶ୍ୟରେ ହେଉ ଅବା ପଢା ପାଇଁ ସିଙ୍ଗାପୁର ଯାଉଥିବା ଲୋକଙ୍କ ପାଇଁ କୋଭିଡ ସାର୍ଟିଫିକେଟ ବାଧ୍ୟତାମୂଳକ କରିଛନ୍ତି ସିଙ୍ଗାପୁର ସରକାର । ତେବେ ଆସନ୍ତା ଫେବୃଆରୀ ୧ ତାରିଖରୁ ସିଙ୍ଗାପୁରରେ ଏହି ନିୟମ ଲାଗୁ ହେବ ।

ABOUT THE AUTHOR

...view details