ଓଡିଶା

odisha

By

Published : Nov 20, 2021, 1:09 PM IST

ETV Bharat / bharat

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

ନଜର ପକାନ୍ତୁ NEWS@1PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

1. ପ୍ରତ୍ୟାହାର ହେଲା ୩ କୃଷି ଆଇନ, ଉତ୍ସବ ମନାଉଛି ରାଜ୍ୟ କଂଗ୍ରେସ

3 ବିବାଦୀୟ କୃଷି ଆଇନ ପ୍ରତ୍ୟାହାର ପରେ ଉତ୍ସବ ମନାଉଛନ୍ତି କୃଷକ

2.ପ୍ରକାଶ ପାଇଲା +୨ ଅଫଲାଇନ ରେଜଲ୍ଟ, ପାସହାର ୬୮.୬୬%

ଆଜି ପ୍ରକାଶ ପାଇଲା ଯୁକ୍ତ ୨ ଅଫଲାଇନ ରେଜଲ୍ଟ । ପାସହାର ୬୮.୬୬ ପ୍ରତିଶତ । ଛାତ୍ରଙ୍କ ତୁଳନାରେ ଛାତ୍ରୀ ଆଗୁଆ ।

3. AP flash floods; ୧୭ ମୃତ, ଜଗନଙ୍କ ସହ କଥା ହେଲେ ମୋଦି

ଆନ୍ଧ୍ରପ୍ରଦେଶରେ ବର୍ଷା ତାଣ୍ଡବ । ବିଭିନ୍ନ ସ୍ଥାନରେ ବନ୍ୟା ସ୍ଥିତି ସୃଷ୍ଟି ହୋଇ ୧୭ରୁ ଅଧିକ ଜଣଙ୍କ ମୃତ୍ୟୁ । ସ୍ଥିତି ସମ୍ପର୍କରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ ପିଏମ ମୋଦି ।

4. ବଡ ବିସ୍ଫୋରଣ ପୂର୍ବରୁ ମାଓବାଦୀ ଲୁଚାଇଥିବା ବିସ୍ଫୋରକ ନିଷ୍କ୍ରିୟ କଲା ବିଏସଏଫ

ମାଓବାଦୀଙ୍କ ଯୋଜନା ପଣ୍ଡ । ଓଡିଶା ଓ ଛତିଶଗଡ଼ ସୀମାନ୍ତ ପୂଜାରିପୁଟ ଜଙ୍ଗଲରେ ମାଓବାଦୀ ଲୁଚାଇଥିବା ବିସ୍ଫୋରକ ଦ୍ରବ୍ୟକୁ ନଷ୍ଟ କଲା ବିଏସଏଫ ।

5. Delhi Air Pollution; ଆଜି ବି ଦିଲ୍ଲୀରେ ଗମ୍ଭୀର ବାୟୁ ପ୍ରଦୂଷଣ

ଲଗାତାର ସପ୍ତମ ଦିନରେ ଦିଲ୍ଲୀରେ ବାୟୁ ଗୁଣବତ୍ତା ଅତ୍ୟନ୍ତ ଖରାପ ଶ୍ରେଣୀରେ ରହିଛି । ଗତକାଲି 332 ଥିବା ବେଳେ ଆଜି ଏହା 355କୁ ବୃଦ୍ଧି ହୋଇଛି ।

6. ବିଜେପି ବିନା କ୍ୟାବିନେଟ ବୈଠକରେ ଆଇନ ପ୍ରତ୍ୟାହାର କରିଛି: Chidambaram

ବିଜେପି ସରକାରରେ ବିନା କ୍ୟାବିନେଟ ବୈଠକରେ ଆଇନ ପ୍ରଣୟନ ଏବଂ ପ୍ରତ୍ୟାହାର ହୁଏ କଟାକ୍ଷ କଲେ ବରିଷ୍ଠ କଂଗ୍ରେସ ନେତା ପି ଚିଦାମ୍ବରମ (Chidambaram) ।

ସୁବର୍ଣ୍ଣପୁର ମୁଖ୍ୟ ଚିକିତ୍ସାଳୟରୁ ଶିଶୁ ଚୋରି

ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସ୍ତ୍ରୀ ଓ ପ୍ରସୂତି ବିଭାଗ ୱାର୍ଡରୁ ନବଜାତ ଶିଶୁ ଚୋରି ।

୭. ରାଜସ୍ଥାନ ସରକାରରୁ ଇସ୍ତଫା ଦେଲେ ୩ ମନ୍ତ୍ରୀ

ରାଜସ୍ଥାନ ସରକାରରୁ ଇସ୍ତଫା ଦେଲେ ତିନି କ୍ୟାବିନେଟ୍ ମନ୍ତ୍ରୀ । ରାଜ୍ୟ ଶିକ୍ଷାମନ୍ତ୍ରୀ, ସ୍ବାସ୍ଥ୍ୟମନ୍ତ୍ରୀ ଏବଂ ରାଜସ୍ବ ମନ୍ତ୍ରୀ ଇସ୍ତଫା ଦେଇଥିବା ସୂଚନା ।

୮. ଅମଳ ହେଲାଣି ଧାନ; ମଣ୍ଡି ସମସ୍ୟା ଯୋଗୁଁ ଶୋଷଣର ଶିକାର ଚାଷୀ

କଳାହାଣ୍ଡି ଜିଲ୍ଲାରେ ଶେଷ ପର୍ଯ୍ୟାୟରେ ଧାନ ଅମଳ କାର୍ଯ୍ୟ । ମଣ୍ଡି ବ୍ୟବସ୍ଥା କାର୍ଯ୍ୟକାରୀ ହୋଇପାରି ନଥିବା ଯୋଗୁଁ ଏବେ ବିକ୍ରୟ ଚିନ୍ତାରେ ଚାଷୀ ।

୯. ଜାଡରେ ଥରୁଛି Jammu & Kashmir; ଶୂନ ଡିଗ୍ରୀ ତଳେ ତାପମାତ୍ରା

ଆଜି ଜମ୍ମୁ କାଶ୍ମୀର(Jammu & Kashmir) ସର୍ବନିମ୍ନ ତାପମାତ୍ରା ଶୂନ୍ୟ ଡିଗ୍ରୀ ତଳକୁ ଖସିଛି । ଫଳରେ ଲଦାଖର ଡ୍ରାସ ଟାଉନରେ ତାପମାତ୍ରା ମାଇନସ ୧୨.୨ ଡିଗ୍ରୀ ରେକର୍ଡ ହୋଇ ସବୁଠୁ ଥଣ୍ଡା ସହରରେ ପରିଣତ ହୋଇଛି ।

୧୦. International Film Festival of India: ପ୍ରଦର୍ଶିତ ହେବ ଓଡିଆ ଚଳଚ୍ଚିତ୍ର କାଲିର ଅତୀତ

ଆଜି(ଶନିବାର) ଠାରୁ ଆରମ୍ଭ ହେବ ୫୨ତମ ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲ ଅଫ ଇଣ୍ଡିଆ(IFFI) କାର୍ଯ୍ୟକ୍ରମ । ସ୍ଥାନ ପାଇଛି ଓଡିଆ ଚଳଚ୍ଚିତ୍ର 'କାଲିର ଅତୀତ' ।

ABOUT THE AUTHOR

...view details