ଓଡିଶା

odisha

By

Published : Nov 18, 2021, 1:11 PM IST

ETV Bharat / bharat

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

ନଜର ପକାନ୍ତୁ NEWS@1PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

୧. ରାଜନୀତି, ଅର୍ଥନୀତି ଓ ସମାଜକୁ ଡିଜିଟାଲ୍ ଯୁଗ ପୁନଃ ବ୍ୟାଖ୍ୟା କରୁଛି: ମୋଦି

ଡିଜିଟାଲ୍ ଯୁଗ ରାଜନୀତି, ଅର୍ଥନୀତି ଓ ସମାଜକୁ ପୁନଃ ବ୍ୟାଖ୍ୟା କରୁଛି ବୋଲି ସିଡନୀ ସମ୍ବାଦ ଉଦଘାଟନୀ ସଂସ୍କରଣକୁ ସମ୍ବୋଧିତ କରି କହିଛନ୍ତି ।

୨. ମମିତା ମେହେର ମାମଲା: ଆଉ ଏକ ମିସ କେସ ଦାୟର

ମମିତା ମେହେର ହତ୍ୟାକାଣ୍ଡ । ହାଇକୋର୍ଟରେ ପୁଣି ଆଉ ଏକ ମିସ କେସ ଦାୟର ହୋଇଛି ।

୩. ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କ ଗାଡିକୁ ଅଣ୍ଡା ମାଡ

ବିଜୁ ସ୍ବାସ୍ଥ୍ୟ କାର୍ଡ ବଣ୍ଟନ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯିବା ସମୟରେ ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କ ଗାଡିକୁ ଅଣ୍ଡା ମାଡ ।

୪. କେନ୍ଦୁଝରରେ ସ୍ମାର୍ଟ ସ୍ବାସ୍ଥ୍ୟ ସେବା ଶୁଭାରମ୍ଭ, ଉପକୃତ ହେବ ୪ ଲକ୍ଷରୁ ଊର୍ଦ୍ଧ୍ବ

କେନ୍ଦୁଝରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ BSKY ସ୍ମାର୍ଟକାର୍ଡର ଶୁଭାରମ୍ଭ କରିଛନ୍ତି । ଏହାଦ୍ବାରା ଜିଲ୍ଲାର ୪ଲକ୍ଷରୁ ଅଧିକ ହିତାଧିକାରୀ ଉପକୃତ ହେବେ ।

୫. ବଢିଲା କଙ୍ଗନାଙ୍କ ଅଡୁଆ, ଅଭିନେତ୍ରୀଙ୍କ ବିରୋଧରେ କୋର୍ଟରେ ମାମଲା ଦାୟର

ସ୍ବାଧୀନତା ଏବଂ ମହାତ୍ମା ଗାନ୍ଧୀଙ୍କୁ ନେଇ ବିବାଦୀୟ ବୟାନ ଦେବା ପରେ ଅଡୁଆରେ କଙ୍ଗନା । ଅଭିନେତ୍ରୀଙ୍କ ବିରୁଦ୍ଧରେ ଦାୟର ହେଲା ଦେଶଦ୍ରୋହ ମାମଲା ।

୬. ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ, ସହକାରୀ ଯନ୍ତ୍ରୀଙ୍କ ଘରେ ଚାଲିଛି ରେଡ୍

ରଣପୁର ଗ୍ରାମ୍ୟ ଉନ୍ନୟନ ଡିଭିଜନର ଆସିଷ୍ଟାଣ୍ଟ ଇଞ୍ଜିନିୟରଙ୍କ ବାସଭବନରେ ଭିଜିଲାନ୍ସ ରେଡ୍ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍ ହୋଇଥିବା ସୂଚନା ।

୭. ଘରେ ଲାଗୁନି ମନ, ବାହାରେ ବୁଲୁଛନ୍ତି କୋରୋନା ସଂକ୍ରମିତ ସୁର

ମାର୍କେଟରେ ବୁଲୁଛନ୍ତି କଂଗ୍ରେସ ନେତା ସୁର ରାଉତରାୟ । ବୁଧବାର ସେ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

୮. ଆଜି ଲକ୍ଷ୍ମୀ ନୃସିଂହ ବେଶରେ ଦର୍ଶନ ଦେବେ ମହାପ୍ରଭୁ

କାର୍ତ୍ତିକମାସ ଶୁକ୍ଳପକ୍ଷ ବୈକୁଣ୍ଠ ଚତୁର୍ଦ୍ଦଶୀ ତିଥି ଦିନ ଶ୍ରୀମନ୍ଦିରରେ ଶ୍ରୀବିଗ୍ରହମାନଙ୍କୁ ଡାଳିକିଆ ବା ଲକ୍ଷ୍ମୀ ନୃସିଂହ ବେଶରେ ସଜ୍ଜିତ କରାଯାଏ ।

୯. INDIA CORONA: ୧୧୯୧୯ ନୂଆ ସଂକ୍ରମିତ, ୪୭୦ ମୃତ

ଗତ ୨୪ ଘଣ୍ଟା ମଧ୍ୟରେ ୧୧, ୯୧୯ ନୂଆ ସଂକ୍ରମିତ । ୪୭୦ ଆକ୍ରାନ୍ତ ମୃତ ।

୧୦. ଆଜି Rezang Laରେ ଯୁଦ୍ଧ ସ୍ମାରକୀର ଉଦଘାଟନ କରିବେ ପ୍ରତିରକ୍ଷାମନ୍ତ୍ରୀ

ଆଜି(ଗୁରୁବାର) ଲଦାଖ ଗସ୍ତ କରିଛନ୍ତି ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ । ଆଜି ଲଦାଖର ରେଜଙ୍ଗ ଲା(Rezang La)ରେ ନିର୍ମାଣ ହୋଇଥିବା ଏକ ନୂଆ ଯୁଦ୍ଧ ସ୍ମାରକୀର ଉଦଘାଟନ କରିବେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ।

ABOUT THE AUTHOR

...view details