ଓଡିଶା

odisha

By

Published : Nov 11, 2021, 12:59 PM IST

ETV Bharat / bharat

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

ନଜର ପକାନ୍ତୁ NEWS@1PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

୧. ଡିସେମ୍ବର ୬ରେ ଭାରତ ଆସିବେ ଋଷ ରାଷ୍ଟ୍ରପତି !

ଆସନ୍ତା ମାସ ପ୍ରଥମ ସପ୍ତାହରେ ଭାରତ ଆସିପାରନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦମିର ପୁତିନ ।

୨. OCAC ମୁଖ୍ୟଙ୍କ WhatsApp ହ୍ୟାକ, ଠକିନେଲେ 7 ଲକ୍ଷ

ସାଇବର ଅପରାଧୀ ଜାଲରେ OCAC ମୁଖ୍ୟ । ତାଙ୍କ ହ୍ବାର୍ଟ୍ସଆପ ନମ୍ବର ହ୍ୟାକ କରି ସମ୍ପର୍କୀୟଙ୍କ ଠୁ ୭ ଲକ୍ଷ ଠକି ନେଇ ଠକ ।

୩. ଅନ୍ତରାଷ୍ଟ୍ରୀୟ ମହାକାଶ ଷ୍ଟେସନକୁ ଗଲେ ଆଉ ୪ ମହାକାଶଚାରୀ

ଅନ୍ତରାଷ୍ଟ୍ରୀୟ ମହାକାଶ ଷ୍ଟେସନକୁ ଆଉ ୪ ଜଣ ମହାକାଶଚାରୀଙ୍କୁ ପଠାଇଲା SpaceX । ୨୪ ଘଣ୍ଟା ମଧ୍ୟରେ ଅବତରଣ କରିବେ ଏହି ଅନ୍ତରୀକ୍ଷ ଯାତ୍ରୀ ।

୪. ହକି ମହାକୁମ୍ଭ; ବିନା ଦର୍ଶକରେ ହେବ ଖେଳ

ଆସନ୍ତା ୨୪ରୁ ଡିସେମ୍ବର ୫ ପର୍ଯ୍ୟନ୍ତ କଳିଙ୍ଗ ଷ୍ଟାଡିୟମ ହକି ମେଗା ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ। ଖେଳ ଦେଖିବାକୁ ଦର୍ଶକଙ୍କୁ ଅନୁମତି ନାହିଁ। କୋରୋନା ପାଇଁ ବିନା ଦର୍ଶକରେ ଖେଳାଯିବ ମ୍ୟାଚ ।

୫. ଆକାଶ ପାଠକଙ୍କୁ ଜେଲରେ ED ର ଜେରା

ଚାକିରି ନାଁରେ ଠକେଇ ଅଭିଯୋଗରେ ଗିରଫ ଆକାଶ ପାଠକଙ୍କୁ ଜେରା । ଜେଲରେ ଆକାଶଙ୍କୁ ଜେରା କରିଛି ଇଡି ।

୬. ଲାଞ୍ଚୁଆଙ୍କୁ ନାହିଁ ତ୍ରାହି, ଭିଜିଲାନ୍ସ ନିର୍ଦ୍ଦେଶକ ଦେଲେ କଡା ଚେତାବନୀ

ଦୁର୍ନୀତିଖୋରଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ସ୍ପେଶାଲ ଟିମ୍ ଗଠନ ହୋଇଥିବା ନେଇ ଭିଜିଲାନ୍ସ ନିର୍ଦ୍ଦେଶକଙ୍କ ସୂଚନା ।

୭. ବନ୍ଧୁକ ମୁନରେ ପେଟ୍ରୋଲ ପମ୍ପରୁ ଟଙ୍କା ଲୁଟ୍‌, CCTVରେ କଏଦ ହେଲା ଦୃଶ୍ୟ

ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ମାଣିତ୍ରୀ ନିକଟରେ ଥିବା ଇଣ୍ଡିଆନ ଅଏଲ ପେଟ୍ରୋଲ ପମ୍ପରୁ ଗତକାଲି(ବୁଧବାର) ବିଳମ୍ବିତ ରାତିରେ ବନ୍ଧୁକ ଦେଖାଇ ପେଟ୍ରୋଲ ପମ୍ପ କର୍ମଚାରୀଙ୍କଠାରୁ ୪୦ ହଜାର ଟଙ୍କା ଲୁଟିନେଲେ ଦୁଇ ଦୁର୍ବୃତ୍ତ ।

୮. ସକ୍ରିୟ ହେଲା ଅବପାତ, ରାଜ୍ୟରେ ପୁଣି ବର୍ଷିବ !

ଦକ୍ଷିଣ ବଙ୍ଗୋପସାଗରରେ ସୃଷ୍ଟ ଅବପାତ ସକ୍ରିୟ ହୋଇଛି । ଏହାର ପ୍ରଭାବରେ ଓଡିଶାର କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି ।

୯. T-20 WC, ଆଜି ଦ୍ବିତୀୟ ସେମିଫାଇନାଲରେ ଅଷ୍ଟ୍ରେଲିଆ-ପାକିସ୍ତାନ ଫାଇଟ

ଚଳିତ ଟି-ଟେଣ୍ଟି ବିଶ୍ବକପରେ ଆଜି(ଗୁରୁବାର) ଦ୍ବିତୀୟ ସେମିଫାଇନାଲ ମ୍ୟାଚ ଖେଳାଯିବ । ଅପରାଜେୟ ପାକିସ୍ତାନ ସହ ଖେଳିବ ଅଷ୍ଟ୍ରେଲିଆ । ପାକିସ୍ତାନ ବିପକ୍ଷରେ ଶ୍ରେଷ୍ଠ ପ୍ରଦର୍ଶନ କରି ଫାଇନାଲରେ ପ୍ରବେଶ କରିବାକୁ ପ୍ରୟାସ କରିବ ଦଳ । ସେହିପରି ପାକିସ୍ତାନ ୨୦୧୦ ଟି-ଟେଣ୍ଟି ବିଶ୍ବକପ ସେମି ଫାଇନାଲ ପରାଜୟର ପ୍ରତିଶୋଧ ନେବାକୁ ସବୁ ଶକ୍ତି ଖଟାଇବ ।

୧୦. ୧୦୦ କୋଟି କ୍ଲବରେ 'ସୂର୍ଯ୍ୟବଂଶୀ', 'Thank You India' କହିଲେ ନିର୍ଦ୍ଦେଶକ

ଆକ୍ସନ-ପ୍ୟାକ୍‌ଡ଼ ଫିଲ୍ମ 'ସୂର୍ଯ୍ୟବଂଶୀ' ୧୦୦ କୋଟି କ୍ଲବରେ ପ୍ରବେଶ କରିଛି । ଏଥିଲାଗି ନିର୍ଦ୍ଦେଶକ ରୋହିତ ସେଟ୍ଟୀ ଦେଶବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ABOUT THE AUTHOR

...view details