ଓଡିଶା

odisha

ETV Bharat / bharat

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ବିଶେଷ ଖବର

ନଜର ପକାନ୍ତୁ NEWS@1PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

ଦେଖନ୍ତୁ ବର୍ତ୍ତମାନର ବଡ ଖବର
ଦେଖନ୍ତୁ ବର୍ତ୍ତମାନର ବଡ ଖବର

By

Published : Nov 10, 2021, 1:06 PM IST

1.ଅରିଲୋରେ ସର୍ବବୃହତ ଓମଫେଡ ଡାଏରୀ ପ୍ଲାଣ୍ଟ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଅରିଲୋ ଠାରେ ରାଜ୍ୟର ସର୍ବବୃହତ ଓମଫେଡ ଡାଏରୀ ପ୍ଲାଣ୍ଟ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ । ରାଜ୍ୟରେ ଚାଷୀଙ୍କ ରୋଜଗାର ବଢାଇବା ଲକ୍ଷ୍ୟ ବୋଲି କହିଲେ ନବୀନ ।

2.ନବୀନଙ୍କ ଅରିଲୋ ଗସ୍ତକୁ ବିରୋଧ, କଳା ପତାକା ଦେଖାଇ ଅଣ୍ଡାମାଡ କଲେ ବିଜେପି କର୍ମୀ

ଆଜି(ବୁଧବାର) କଟକ ଅରିଲୋରେ ଅତ୍ୟାଧୁନିକ ମେଗା ଓମଫେଡ ଡାଏରୀ ପ୍ଲାଣ୍ଟ ଉଦଘାଟନ କରିବାକୁ ଆସିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ସମୟରେ ନବୀନ ପଟ୍ଟନାୟକଙ୍କୁ ଜୋରଦାର ବିରୋଧ କରିଛି କଟକ ବିଜେପି ।

3.24 ଘଣ୍ଟାରେ ରାଜ୍ୟରେ ଆଖି ବୁଜିଲେ ଆଉ ୪ ଆକ୍ରାନ୍ତ

ରାଜ୍ୟରେ କମୁଛି ଦୈନିକ ମୃତ୍ୟୁସଂଖ୍ୟା । ଆଜି(ବୁଧବାର) ରାଜ୍ୟରେ ଚାରିଜଣ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ଜନିତ ମୃତ୍ୟୁସଂଖ୍ୟା ୮ ହଜାର ୩୬୮ରେ ପହଞ୍ଚିଛି ।

4. ଦିଲ୍ଲୀରେ ଚାଲିଛି ସୁରକ୍ଷା ବୈଠକ: ଭାଗ ନେଲେ ୭ ଦେଶ, ଆସିଲେନି ଚୀନ-ପାକିସ୍ତାନ

ଆଜି ବସିଛି ଆଞ୍ଚଳିକ ସୁରକ୍ଷା ବୈଠକ । ଅଧ୍ୟକ୍ଷତା କରୁଛନ୍ତି ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲ । ଆଫଗାନିସ୍ତାନର ସୁରକ୍ଷା ସ୍ଥିତି ଉପରେ କରାଯାଉଛି ଆଲୋଚନା ।

5.ନୱାବ ମଲ୍ଲିକଙ୍କ ନାଁରେ FIR ଦେଲେ ସମୀର ୱାଙ୍ଖଡେଙ୍କ ଶାଳି

ଘନେଇବାରେ ଲାଗିଛି ନୱାବ-ୱାଙ୍ଖଡେ ଫାଇଟ । ସମୀର ୱାଙ୍ଖଡେଙ୍କ ଶାଳିଙ୍କ ନାଁରେ ଡ୍ରଗ୍ସ କାରବାର ଅଭିଯୋଗ ଆଣିବା ପରେ ନୱାବଙ୍କ ନାଁରେ ଥାନାରେ ଅଭିଯୋଗ କଲେ ଶାଳି ହର୍ଷଦା ଦୀନାନାଥ ରେଡକର । ପୂର୍ବରୁ ୱାଙ୍ଖଡେଙ୍କ ବାପା ମଧ୍ୟ ଥାନାରେ ମାମଲା ରୁଜୁ କରିଛନ୍ତି ।

6.ରାତି ଅଧରେ ଯୁବକଙ୍କ ଆତଙ୍କରାଜ, ପୁଅକୁ ନ ପାଇ ବାପାକୁ ଅପହରଣ

ରାତି ଅଧରେ ଆତଙ୍କ ଖେଳାଇଛନ୍ତି ଦଳେ ଯୁବକ । ୧୫ରୁ ୨୦ ଜଣ ଯୁବକ ଜଣଙ୍କ ଘରେ ପଶି ଭଙ୍ଗାରୁଜା କରିବା ସହିତ ମାରପିଟ କରିଥିବା ଅଭିଯୋଗ ହୋଇଛି ।

7.INDIA CORONA: ଦିନକରେ 11,466 ନୂଆ ସଂକ୍ରମିତ, 460 ମୃତ

ଲଗାତର କୋରୋନା ମାମଲାରେ ହ୍ରାସ ବୃଦ୍ଧି ଲାଗି ରହିଛି । କିନ୍ତୁ ମୃତ୍ୟୁସଂଖ୍ୟାରେ ଲାଗୁନି ବ୍ରେକ। ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ 11 ହଜାର 466 ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 460 ଜଣଙ୍କ ଜୀବନ ନେଇଛି କିଲର ଭାଇରସ ।

8.ଜମ୍ମୁ କାଶ୍ମୀରରେ ବଢିଲା ସୁରକ୍ଷା, ସୀମାରେ 5500 ଯବାନ ନିୟୋଜିତ

ସୀମା ସୁରକ୍ଷାକୁ ଦୃଷ୍ଟିରେ ରଖି ଜମ୍ମୁ କାଶ୍ମୀରକୁ ପଠାଗଲା ୫ ହଜାର ୫୦୦ ଯବାନ ।

9.ବୌଦ୍ଧ କୃଷି ଶିଳ୍ପ ନିଗମରେ ବ୍ୟାପକ ଦୁର୍ନୀତି ଅଭିଯୋଗ

ବୌଦ୍ଧ କୃଷି ଶିଳ୍ପ ନିଗମ ବିଭାଗରେ ବ୍ୟାପକ ଦୁର୍ନୀତି ଅଭିଯୋଗ । ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଦାବି ।

10.ବିଦେଶୀ ବିଟ୍‌ରେ ସିନ୍ଧୁଙ୍କ ଦେଶୀ ଠୁମକା, ପସନ୍ଦ କଲେଣି ୧୦ଲକ୍ଷ ଦର୍ଶକ

ଲଭ ନ୍ବାଣ୍ଟିଟି ଗୀତର ତାଳେ ତାଳେ ଠୁମକା ଲଗାଇଛନ୍ତି ଭାରତୀୟ ବ୍ୟାଡମିଣ୍ଟନ ତାରକା ପିଭି ସିନ୍ଧୁ । ଯାହା ଏବେ ଚର୍ଚ୍ଚାର ବିଷୟ ହୋଇଛି ।

ABOUT THE AUTHOR

...view details