ଓଡିଶା

odisha

By

Published : Nov 9, 2021, 1:01 PM IST

ETV Bharat / bharat

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

ନଜର ପକାନ୍ତୁ NEWS@1PM ର କେତେକ ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

1. DRDO ତଥ୍ୟ ଲିକ ମାମଲା, ଜବାବ ରଖିବାକୁ ଉଭୟ ସରକାରଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

DRDO ତଥ୍ୟ ଲିକ ମାମଲାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଜବାବ ତଲବ କଲେ ହାଇକୋର୍ଟ ।

2. କୋଭାକ୍ସିନକୁ WHOର ଅନୁମୋଦନ ପରେ କଟକଣା ହଟାଇଲା ବ୍ରିଟେନ

ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(WHO) ଜରୁରୀକାଳୀନ ବ୍ୟବହାର ପାଇଁ ସମସ୍ତ ଟିକାକୁ ଅନୁମତି ଦେବା ପରେ କଟକଣା ହଟାଇଲେ ବ୍ରିଟେନ ସରକାର ।

3. ଡିଜେଲ ଭରିବାକୁ ଯାଇ ଜାଲିଆତିର ପର୍ଦ୍ଦାଫାଶ କଲେ ମନ୍ତ୍ରୀ, ସିଲ ହେଲା ପେଟ୍ରୋଲପମ୍ପ

ପେଟ୍ରୋଲ-ଡିଜେଲର ଦର ଦାମ ବୃଦ୍ଧିକୁ ନେଇ ସାଧାରଣ ଲୋକ ଚିନ୍ତାରେ ଥିବାବେଳେ ଉପରେ ପେଟ୍ରୋଲ ପମ୍ପ କର୍ମଚାରୀଙ୍କ ଜାଲିଆତି ଲୋକଙ୍କ ଆହୁରି ଚିନ୍ତା ବଢାଇ ଦେଇଛି । ଯାହାର ଶିକାର ଖୋଦ ଗୁଜୁରାଟ ସରକାରର ମନ୍ତ୍ରୀ ମୁକେଶ ପଟେଲ ହେବାପରେ ରାତାରାତି ପେଟ୍ରୋଲ ପମ୍ପକୁ ସିଲ କରିଦିଆଯାଇଛି ।

4. ଆଣ୍ଟିଲିଆ ସାମ୍ନାରେ ବୁଲୁଥିବା ଜଣେ ସନ୍ଦିଗ୍ଧକୁ ବାନ୍ଧିଲା ପୋଲିସ

ଆଣ୍ଟିଲିଆ ମାମଲାରେ ଗୁଜୁରାଟର ଜଣେ ଟ୍ୟାକ୍ସି ଡ୍ରାଇଭରକୁ ଗିରଫ କଲା ମୁମ୍ବାଇ ପୋଲିସ ।

5. ପରିବା ମାର୍କେଟରେ କୋଟିଏ ଟଙ୍କାର ବ୍ରାଉନସୁଗାର, ବାଲେଶ୍ଵରରେ ଡିଲ ବେଳେ ଧରିଲା STF

ବାଲେଶ୍ବର ପରିବା ମାର୍କେଟରୁ କୋଟିଏ ଟଙ୍କାର ବ୍ରାଉନସୁଗାର ଜବତ କଲା STF । ୨ ଅଭିଯୁକ୍ତ ଗିରଫ ।

6. ମମିତାଙ୍କୁ ନ୍ୟାୟ ପାଇଁ ଆନ୍ଦୋଳନ ଜାରି ରଖିବ କଂଗ୍ରେସ: ମୋକିମ

ରବିବାର ମମିତାଙ୍କ ପରିବାର ତରଫରୁ ଜାରି ହୋଇଥିବା ଭିଡିଓରେ ପ୍ରତିକ୍ରିୟା ରଖିଲେ କଟକ ବାରବାଟୀ ବିଧାୟକ ଇଂ ମହମ୍ମଦ ମୋକିମ । ରାଜ୍ୟ ସରକାର ମମିତାଙ୍କ ପରିବାରକୁ ପ୍ରଲୋଭିତ କରିଥିବା କହିଛନ୍ତି ମୋକିମ ।

7. ମୁମ୍ବାଇରେ ଭୁଶୁଡିଲା 3 କୋଠା: ୯ ମେଡିକାଲରେ ଭର୍ତ୍ତି

ମୁମ୍ବାଇର ଅନଟପ୍ ହିଲ୍ ଅଞ୍ଚଳରେ ଭୁଶୁଡିଲା କୋଠା । ୯ ଜଣ ମେଡିକାଲରେ ଭର୍ତ୍ତି ।

8. ବଢିଲା ନୱାବଙ୍କ ଅଡୁଆ, ପ୍ରମାଣ ଦେବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

ମୁମ୍ବାଇ ଆଞ୍ଚଳିକ ଏନସିବି ନିର୍ଦ୍ଦେଶକ ସମୀର ୱାଙ୍ଖଡେଙ୍କ ବାପା ଦ୍ୟାନଦେବଙ୍କ ମାନହାନୀ ମାମଲା ପରେ ସମସ୍ତ ପ୍ରମାଣ ରଖିବାକୁ ନୱାବ ମଲିକଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ।

9. ପୁଣେ ଫର୍ଣ୍ଣିଚର ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ

ପୁଣେ ପିସୋଲ ଅଞ୍ଚଳର ଏକ ଫର୍ଣ୍ଣିଚର ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ । ଏହି ଦୁର୍ଘଟଣାରେ ଗୋଦାମର ସମସ୍ତ ଜିନିଷ ପୋଡି ପାଉଁଶ ହୋଇଯାଇଥିବା ବେଳେ ଏଥିରେ କେହି ଆହତ ହୋଇନଥିବା ଜଣେ ଅଧିକାରୀ କହିଛନ୍ତି।

10. ‘କୋହଲିଙ୍କୁ ଦିନିକିଆ ଓ ଟେଷ୍ଟ ଅଧିନାୟକ ପଦ ଛାଡିବା ଉଚିତ୍ ନୁହେଁ’

ଦିନିକିଆ କିମ୍ବା ଟେଷ୍ଟରୁ ବିରାଟଙ୍କୁ ଅବସର ନେବା ଉଚିତ୍ ନୁହେଁ ବୋଲି ଫ୍ୟାନ୍ସଙ୍କ ପ୍ରଶ୍ନର ଉତ୍ତର ରଖିଲେ ବୀରେନ୍ଦ୍ର ସେହ୍ବାଗ ।

ABOUT THE AUTHOR

...view details