ଓଡିଶା

odisha

By

Published : Oct 20, 2021, 12:59 PM IST

ETV Bharat / bharat

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

ନଜର ପକାନ୍ତୁ NEWS@1PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

୧. ସବୁ କଳ୍ପନା ଜଳ୍ପନାର ଘଟିଲା ଅନ୍ତ, ହାତ ଛାଡି ଶଙ୍ଖ ଫୁଙ୍କିଲେ କୁଲେସିକା

ଯାହା ଚର୍ଚ୍ଚା ହେଉଥିଲା ତାହା ସତ ହେଲା । ଶେଷରେ ହାତ ଛାଡି ଶଙ୍ଖ ଧରିଲେ କୈଳାଶ କୁଲେସିକା । ବିଜେଡିର ମିଶ୍ରଣ ପର୍ବରେ ସାମିଲ ହୋଇଛନ୍ତି କଂଗ୍ରେସର ଏହି ପୂର୍ବତନ ଟାଣୁଆ ନେତା ।

୨. କଟକରୁ ୪ କୁଖ୍ୟାତ ଅପରାଧୀ ଗିରଫ, ୫ ବନ୍ଧୁକ ଜବତ

କଟକ ଚଉଳିଆଗଞ୍ଜ ଅଞ୍ଚଳରୁ ୪ କୁଖ୍ୟାତ ଅପରାଧୀ ଗିରଫ । ଅଭିଯୁକ୍ତଙ୍କ ଠାରୁ ୫ଟି ବନ୍ଧୁକ ଜବତ ।

3. ବିଧାୟକଙ୍କ ବାସଭବନ ଘେରିଲେ ବସ୍ତି ବାସିନ୍ଦା

କଟକ ଚୌଦ୍ବାର ବିଧାୟକ ସୌଭିକ ବିଶ୍ବାଳଙ୍କ ବାସଭବନ ଘେରାଉ କରିଛନ୍ତି ଜଗତପୁର ବସ୍ତି ବାସିନ୍ଦା । ଦୀର୍ଘ ଦିନ ହେବ ରେଳ ଲାଇନରେ ରହି ଆସୁଥିବା ବସ୍ତିବାସିନ୍ଦାଙ୍କୁ ଉଠାଇବାକୁ ରେଳ ବିଭାଗର ଚିଠି ପରେ ବିଧାୟକଙ୍କ ଘର ଘେରାଉ କରିଛନ୍ତି ବସ୍ତି ବାସିନ୍ଦା ।

4. ମମିତା ମିଷ୍ଟ୍ରି, ଦୋଷ ସ୍ବୀକାର କଲା ଗୋବିନ୍ଦ !

ମମିତା ମେହେରଙ୍କୁ ହତ୍ୟା କରିଥିବା ନେଇ ଅଭିଯୁକ୍ତ ଗୋବିନ୍ଦ ସ୍ବୀକାର କରିଥିବା ସୂଚନା ।

5. କେରଳରେ ପ୍ରକୃତିର ତାଣ୍ଡବ: ୩୯ ଛୁଇଁଲା ମୃତ୍ୟୁସଂଖ୍ୟା, ପୁଣି ୨ ଦିନ ସତର୍କ ସୂଚନା

କେରଳରେ ଲଗାଣ ବର୍ଷା ଏବଂ ଭୂସ୍ଖଳନ ପ୍ରଭାବରେ ମୃତ୍ୟୁସଂଖ୍ୟା ୩୯ ରେ ପହଞ୍ଚିଛି । ପୁଣି ୨ ଦିନ ପାଇଁ ସତର୍କ ସୂଚନା ଜାରିକଲା ପାଣିପାଗ ବିଭାଗ ।

6. ଆଜି ଆକାଶ ମାର୍ଗରୁ ଉତ୍ତରାଖଣ୍ଡର ବନ୍ୟାଞ୍ଚଳ ପରିଦର୍ଶନ କରିବେ ଶାହ

ଉତ୍ତରାଖଣ୍ଡରେ ବନ୍ୟା ବିତ୍ପାତ, ମୃତ୍ୟୁସଂଖ୍ୟା ୪୫ ଛୁଇଁଲା । ଆଜି ବନ୍ୟା ଅଞ୍ଚଳ ପରିଦର୍ଶନ କରିବେ ଗୃହମନ୍ତ୍ରୀ ଅମିତ ଶାହ ।

7. କାଠଯୋଡ଼ି ପୋଲ ଉପରୁ ଡେଇଁ ଯୁବକ ମୃତ, କାଲିଠୁ ଥିଲେ ନିଖୋଜ

କାଠଯୋଡ଼ି ପୋଲ ଉପରୁ ନଦୀକୁ ଡେଇଁ ଯୁବକ ମୃତ । ଯୁବକ ଜଣକ ଭୁବନେଶ୍ବର ଖାରବେଳ ନଗର ଅଞ୍ଚଳର ସପନ କୁମାର ବେହେରା ବୋଲି ଜଣାପଡିଛି ।

8. ଆଜି କୁଶିନଗର ଯିବେ ମୋଦି, ଉଦଘାଟନ କରିବେ ଅନ୍ତର୍ଜାତୀୟ ବିମାନବନ୍ଦର

ଆଜି ଉତ୍ତରପ୍ରଦେଶ କୁଶିନଗରରେ ଅନ୍ତର୍ଜାତୀୟ ବିମାନବନ୍ଦର ଉଦଘାଟନ କରିବେ ପିଏମ ମୋଦି ।

9. ଆଜି ସୁପ୍ରିମକୋର୍ଟରେ ଲଖିମପୁର ଖେରୀ ହିଂସା ଶୁଣାଣି

ଉତ୍ତରପ୍ରଦେଶ ଲଖିମପୁର ଖେରୀ ହିଂସା ମାମଲାର ଆଜି(ବୁଧବାର) ସୁପ୍ରିକୋର୍ଟରେ ଶୁଣାଣି ହେବ । ପ୍ରଧାନ ବିଚାରପତି ଏନ.ଭି ରମନାଙ୍କ ଅଧକ୍ଷତାରେ ଜଷ୍ଟିସ ସୂର୍ଯ୍ୟକାନ୍ତ ଏବଂ ହିମା କୋହଲିଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହାର ବିଚାର କରିବେ ।

10.କ୍ରୁଜ ଡ୍ରଗ୍ସ ପାର୍ଟି ମାମଲା, ଆଜି ଘରକୁ ଫେରିବେ ଆର୍ଯ୍ୟନ !

ଆଜି କିଙ୍ଗ୍ ଖାନଙ୍କ ପୁଅ ଆର୍ଯ୍ୟନଙ୍କ ଭାଗ୍ୟ ପରୀକ୍ଷା । ସେସନ କୋର୍ଟରେ ହେବ ଆର୍ଯ୍ୟନଙ୍କ ଜାମିନ ଆବେଦନର ଶୁଣାଣି । ରାୟ ସଂରକ୍ଷିତ ରଖିଥିଲେ ସେସନ କୋର୍ଟ ଜଜ ।

ABOUT THE AUTHOR

...view details