ଓଡିଶା

odisha

By

Published : Oct 13, 2021, 1:06 PM IST

ETV Bharat / bharat

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

ନଜର ପକାନ୍ତୁ NEWS@1PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

1. ମନୀଷ ଦାସ ମୃତ୍ୟୁ ମାମଲା, ଆତ୍ମସମର୍ପଣ କଲେ ୨ ସାଙ୍ଗ

ଆତ୍ମସମର୍ପଣ କଲେ ସାମ୍ବାଦିକ ନବୀନ ଦାସଙ୍କ ମୃତ ପୁଅ ମନୀଷଙ୍କର ୨ ସାଙ୍ଗ । ମନୀଷଙ୍କ ମୃତ୍ୟୁ ପରେ ଫେରାର ଥିଲେ ଉଭୟ । ଅନ୍ୟପଟେ ମାମଲାରେ ଦୁଇ ଜଣଙ୍କୁ ଅଟକ ରଖିଛି ପୋଲିସ ।

2. ଗିରଫ ପାକ୍ ଆତଙ୍କବାଦୀର ଚାଞ୍ଚଲ୍ୟକର ବୟାନ: ଦିଲ୍ଲୀରେ ରହୁଥିଲା, ସ୍କାନରରେ ଥିଲା କାଶ୍ମୀର

ଗିରଫ ପାକିସ୍ତାନ ଆତଙ୍କବାଦୀ ଅଶରଫକୁ ଆଜି ପଚରାଉଚରା କରିବ ଦିଲ୍ଲୀ କମିଶନରେଟ ପୋଲିସ । ସାମ୍ନାକୁ ଆସିବ ଆହୁରି ଅନେକ ଆତଙ୍କବାଦୀଙ୍କ ଗୁମର ।

3. ଆଜି ମହାମାୟାଙ୍କ ମହାଷ୍ଟମୀ, ଚାନ୍ଦିନୀଚୌକ ପୂଜା ମଣ୍ଡପରୁ ଦେଖନ୍ତୁ ମା’ଙ୍କ ପୂଜା

ଆଜି ପବିତ୍ର ମହାଷ୍ଟମୀ ପୂଜା । ସହରର ସମସ୍ତ ପୂଜାମଣ୍ଡପରେ ଅଷ୍ଟମୀ ପୂଜା ଆରମ୍ଭ ହୋଇଯାଇଛି । ପୂଜକଙ୍କ ପୂଜା ପାଠରେ ପ୍ରକମ୍ପିତ ହୋଇ ଉଠିଛି ପୂଜା ମଣ୍ଡପ । କଟକ ଚାନ୍ଦିନୀଚୌକ ପୂଜା ମଣ୍ଡପରୁ ଦେଖନ୍ତୁ ମହାଷ୍ଟମୀ ପୂଜା ।

4. Odisha Corona Death; ଦିନକରେ ଗଲା ଆଉ 7 ଜୀବନ

ଗୋଟେ ପଟେ ସଂକ୍ରମଣ କମୁଛି ତ ଗୋଟେପଟେ ବଢୁଛି ମୃତ୍ୟୁସଂଖ୍ୟା । ଦିନେ ବଢିଲେ ଦିନେ କମୁଛି ମୃତ୍ୟୁସଂଖ୍ୟା । ଲଗାତାର ଦୁଇଦିନ ହେବ ମୃତ୍ୟୁସଂଖ୍ୟା ୬ରେ ରହିଥିବା ବେଳେ ଆଜି ରାଜ୍ୟରେ (ବୁଧବାର) ଆଉ ୭ଜଣଙ୍କ ଜୀବନ ନେଇଛି ମହାମାରୀ ।

5. ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ବାରସ୍ଥ ବାହୁବଳୀ ବିଧାୟକ ପ୍ରଶାନ୍ତ ଜଗଦେବ

ଜାମିନ ପାଇଁ ହାଇକୋର୍ଟର ଦ୍ବାରସ୍ଥ ହେଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ । ଖୋର୍ଦ୍ଧା ଅତିରିକ୍ତ ଦୌରା ଜଜ୍ ଅଦାଲତଙ୍କ ଅକ୍ଟୋବର ୮ର ଜାମିନ ଖାରଜ ନିର୍ଦ୍ଦେଶ ବିରୋଧରେ ସେ ହାଇକୋର୍ଟରେ ଏକ ଆବେଦନ କରିଥିବା ସୂଚନା ।

6. 15ରୁ ରାଜ୍ୟରେ ପ୍ରବଳ ବର୍ଷା !

ଆସନ୍ତା ୧୫ ତାରିଖରୁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା । ପୂର୍ବାନୁମାନ କଲା ପାଣିପାଗ ବିଭାଗ ।

7. STATE CORONA: ଦିନକରେ 615 ପଜିଟିଭ ଚିହ୍ନଟ, 68 ଶିଶୁ ଆକ୍ରାନ୍ତ

ଉପରତଳ ହେଉଛି କୋରୋନା ଗ୍ରାଫ୍ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ପୁଣି 615 କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ 68 ଜଣ ୧୮ ବର୍ଷରୁ କମ୍ ଶିଶୁ ଓ କିଶୋର-କିଶୋରୀ କୋରୋନାରେ ସଂକ୍ରମିତ ହୋଇଥିବା ବେଳେ କ୍ବାରେଣ୍ଟାଇନ ସେଣ୍ଟରରୁ 357 ଓ 258ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି ।

8. ନରେନ୍ଦ୍ର ଗିରି ମୃତ୍ୟୁ ମାମଲା, ଗିରଫ ଅଭିଯୁକ୍ତଙ୍କ ହେବ ପଲିଗ୍ରାଫ୍ ଟେଷ୍ଟ !

ଆଖଡା ପରିଷଦ ମହନ୍ତ ନରେନ୍ଦ୍ର ଗିରିଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା । ଘଟଣାରେ ଗିରଫ ତିନି ଅଭିଯୁକ୍ତଙ୍କ ପଲିଗ୍ରାଫ୍ ଟେଷ୍ଟ ପାଇଁ କୋର୍ଟରେ ଆବେଦନ କଲା CBI ।

9. ଆଜି ଜେଲରୁ ଘରକୁ ଫେରିବେ କି ଆର୍ଯ୍ୟନ?

ଆଜି ଆର୍ଯ୍ୟନଙ୍କ ଜାମିନ ଆବେଦନର ଶୁଣାଣି । ଦିନ ୨ ଟା ୪୫ ମିନିଟରେ ଏନଡିପିଏସ କୋର୍ଟରେ ହେବ ଶୁଣାଣି ।

10. IPL ଦ୍ବିତୀୟ କ୍ବାଲିଫାୟାର, ଦିଲ୍ଲୀକୁ ସର୍ବାଧିକ ସମର୍ଥନ

ଆଇପିଏଲ ଲଢେଇରେ ଆଜି ଏକ ବଡ଼ ଗୁରୁତ୍ୱପୂର୍ଣ୍ଣ ମୁକାବିଲା । ଦିଲ୍ଲୀ ଓ କୋଲକାତା ମଧ୍ୟରେ ଖେଳାଯିବ ଏହି ଦ୍ୱିତୀୟ କ୍ଵଲିଫାୟାର ମ୍ୟାଚ। ତେବେ ଦିଲୀ ଚେନ୍ନାଇ ବିପକ୍ଷ ମ୍ୟାଚରେ ହାରିଥିଲା ।

ABOUT THE AUTHOR

...view details