ଓଡିଶା

odisha

TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

By

Published : May 5, 2022, 11:06 AM IST

ନଜର ପକାନ୍ତୁ NEWS@11AM ର କେତେକ ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

1-Cyclone Update: ସକ୍ରିୟ ହେଉଛି ଘୂର୍ଣ୍ଣିବଳୟ, ଆସନ୍ତାକାଲି ନେବ ଲଘୁଚାପ ରୂପ

ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ । ଏ ଯାଏଁ ବି ବାତ୍ୟା ସୃଷ୍ଟି ନେଇ ଚିତ୍ର ଅସ୍ପଷ୍ଟ ।

2-Odisha Corona Report: ଦିନକରେ ୧୮ ପଜିଟିଭ ଚିହ୍ନଟ

ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୮ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୮୮ ହଜାର ୧୦୩ରେ ପହଞ୍ଚିଛି ।

3-ଅନ୍ଧବିଶ୍ବାସର ଅନ୍ଧ ଗଳିରେ ମଣିଷ: ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ନିର୍ମମ ହତ୍ୟା

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ବିଭତ୍ସ ହତ୍ୟା । ଏଭଳି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ଛେରାଟାଙ୍ଗର ଗାଁରେ ।

4-୮୫ ଜଣିଆ ରାଜ୍ୟ ଉପଭୋକ୍ତା ସୁରକ୍ଷା ପରିଷଦ ଗଠିତ

ଉପଭୋକ୍ତାମାନଙ୍କ ସୁରକ୍ଷା ପାଇଁ ଗଠନ ହେଲା ରାଜ୍ୟ ଉପଭୋକ୍ତା ସୁରକ୍ଷା ପରିଷଦ । ଏହାର ଅଧ୍ୟକ୍ଷ ହେଲେ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ।

5-ୟୁରୋପୀୟ ନେତା-ମନ୍ତ୍ରୀଙ୍କୁ ଉପହାର ଭେଟି ଦେଲେ ମୋଦି

2022 ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଥମ ଥର ପାଇଁ ବିଦେଶ ଗସ୍ତ କରିଥିଲେ । ଏହି ସମୟରେ ୟୁରୋପୀୟ ନେତାଙ୍କୁ ଉପହାର ଦେଲେ ମୋଦି । ଜାଣନ୍ତୁ କଣ ସବୁ ଉପହାର ଦେଇଥିଲେ ମୋଦି ।

6-India Corona: ଦିନକରେ 3275 ନୂଆ ସଂକ୍ରମିତ, 55 ମୃତ

ଆଜି ବି ଦେଶରେ 3 ହଜାର ଟପିଲା ସଂକ୍ରମଣ । ଦିନକରେ ଆଖି ବୁଜିଲେ 55 ସଂକ୍ରମିତ ।

7-ସାମ୍ବା ସେକ୍ଟରରେ ସୁଡଙ୍ଗ ଠାବ କଲା BSF

ଜମ୍ମୁ କାଶ୍ମୀର ସାମ୍ବା ଜିଲ୍ଲା ଚକ ଫାକ୍ୟୁରା ସୀମାରୁ ଏକ ସୁଡଙ୍ଗ ଠାବ କରିଛି ବିଏସଏଫ । ବୁଧବାର ସନ୍ଧ୍ୟାରେ ଏହି ଟନେଲ ଠାବ କରିଛି ବିଏସଏଫ । ଏପ୍ରିଲ 22ରେ ସୁଞ୍ଜୱାନାରେ ଦୁଇ ପାକିସ୍ତାନୀ ଆତଙ୍କୀକୁ ନିପାତ କରିବା ପରେ ଏହି ସୁଡଙ୍ଗ ଠାବ ହୋଇଛି ।

8-ନିଜ ଗାଁରେ ଯୋଗୀ: ମର୍ଣ୍ଣିଂ ୱାକ କଲେ, ପିଲାଙ୍କ ସହ ସେଲଫି ନେଲେ

ଦୀର୍ଘ 28 ବର୍ଷ ପରେ ନିଜ ଗାଁକୁ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ସେ ବର୍ତ୍ତମାନ ନିଜ ପୈତୃକ ଗାଁ ଉତ୍ତରାଖଣ୍ଡର ପଞ୍ଚୁର ଅଛନ୍ତି । ଗାଁକୁ ଯିବାର ଦ୍ବିତୀୟ ଦିନରେ ମୁଖ୍ୟମନ୍ତ୍ରୀ ଯୋଗୀ ପ୍ରାତଃ ଭ୍ରମଣରେ ବାହାରିଥିଲେ । ତାଙ୍କ ସହ ଗାଁର ଛୋଟ ଛୋଟ ପିଲା ଓ ମହିଳାମାନେ ମଧ୍ୟ ଭ୍ରମଣ କରିଥିଲେ ।

9-କରଣଙ୍କ ଖୁଲାସା: ବନ୍ଦ ହେବନି Koffee With Karan, ଡିସ୍ନି ପ୍ଲସ୍ ହଟଷ୍ଟାରରେ ହେବ ପ୍ରସାରିତ

ବଲିଉଡ ନିର୍ମାତା କରଣ ଜୋହରଙ୍କ ଲୋକପ୍ରିୟ ସୋ 'କଫି ୱିଥ୍‌ କରଣ' ବନ୍ଦ ହେବ ନାହିଁ, ବରଂ ଏହି ସୋ ଏକ ଧମାକାଦାର ସହିତ ପ୍ରତ୍ୟାବର୍ତ୍ତନ କରିବାକୁ ଯାଉଛି ।

10-IPL 2022: ମଉଳିଲା ଚେନ୍ନାଇ ପ୍ଲେ ଅଫ ଆଶା, 13 ରନରେ ଜିତିଲା ବାଙ୍ଗାଲୋର

ଚଳିତ ଆଇପିଏଲରେ 49 ତମ ଲିଗ ମ୍ୟାଚରେ 13 ରନରେ ଚେନ୍ନାକୁ ହରାଇଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ଏହା ସହ ପଏଣ୍ଟ ଟେବୁଲ ଚତୁର୍ଥରେ ପହଞ୍ଚିଛି ଦଳ ।

ABOUT THE AUTHOR

...view details