ଓଡିଶା

odisha

TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

By

Published : Apr 14, 2022, 11:07 AM IST

ନଜର ପକାନ୍ତୁ NEWS@11AM ର କେତେକ ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

1-Pana Sankranti: ଚଳଚଞ୍ଚଳ ଶ୍ରୀକ୍ଷେତ୍ର, ମହାପ୍ରଭୁଙ୍କ ଦର୍ଶନ ପାଇଁ ଜମୁଛି ଭକ୍ତଙ୍କ ଭିଡ

ଆଜି ମହାବିଷୁବ ସଂକ୍ରାନ୍ତି । ଆଜିର ଦିବସକୁ ଓଡ଼ିଆ ନୂଆ ବର୍ଷ ଭାବେ ପାଳନ କରାଯାଏ । ଏଣୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବିଶେଷ ନୀତି ଅନୁଷ୍ଠିତ ହୋଇଥାଏ ।

2-Pana Sankranti 2022: ଓଡିଆ ନବବର୍ଷର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ

ଆଜି ମହାବିଷୁବ ସଂକ୍ରାନ୍ତି ଓ ମହାବୀର ଜୟନ୍ତୀ । ଏ ନେଇ ଚଳଚଞ୍ଚଳ ହୋଇଉଠିଛି ପୁର ପଲ୍ଲୀ । ଦେଶର କୋଣ ଅନୁକୋଣରେ ଆଜିର ଦିନକୁ ପାଳିଥାନ୍ତି ଦେଶବାସୀ । ପ୍ରତିଟି ଓଡିଆଙ୍କ ପାଇଁ ଏହା ବଡ ଦିନ । ଆଜିର ଦିନକୁ ଓଡିଆ ନବବର୍ଷ ଭାବରେ ପାଳନ କରାଯାଏ ।

3-Joda Group Clash: କେନ୍ଦୁଝରରେ ସ୍ୱାଭାବିକ ହେଲା ଇଣ୍ଟରନେଟ ସେବା

କେନ୍ଦୁଝରରେ ସ୍ୱାଭାବିକ ହେଲା ଇଣ୍ଟରନେଟ ସେବା । ରାମନବମୀରେ ଯୋଡାରେ ଗୋଷ୍ଠୀ ସଂଘର୍ଷ ଯୋଗୁଁ ସାରା ଜିଲ୍ଲାରେ ଇଣ୍ଟରନେଟ ସେବା ବନ୍ଦ ରହିଥିଲା ।

4-ଚଇତି ପାଇଁ ଚଳଚଞ୍ଚଳ ଘଟଗାଁ, ସୁନାବେଶରେ ଦର୍ଶନ ଦେବେ ମା’ ତାରିଣୀ

ଆଜି ପବିତ୍ର ପଣା ସଂକ୍ରାନ୍ତି । ଏନେଇ ଚଳଚଞ୍ଚଳ ହୋଇ ଉଠିଛି ଗାଁ ଠୁ ସହର । ଏହି ଦିନ ଉପଲକ୍ଷେ ଘଟଗାଁ ପୀଠ ଚଳଚଞ୍ଚଳ ହୋଇଛି । ଭକ୍ତଙ୍କ ଭିଡ ଲାଗିଛି । ମାଙ୍କ ସୁନାବେଶ ଅନୁଷ୍ଠିତ ହୋଇଛି ।

5-ସାମାନ୍ୟ ବଚସାରୁ ଗୋଷ୍ଠୀ ସଂଘର୍ଷ: ଜଣେ ମୃତ, IICଙ୍କ ସମେତ 8 ଆହତ

ଦଣ୍ଡ ଶୋଭାଯାତ୍ରା ବେଳେ ସାମାନ୍ୟ ବଚସାକୁ ନେଇ ଦୁଇ ଗାଁ ମଧ୍ୟରେ ସଂଘର୍ଷ । ଟେକାପଥର ମାଡରେ ଜଣେ ଯୁବକ ମୃତ୍ୟୁ ହୋଇଛି । ଟାଉନ ଥାନା ମହିଳା ଆଇଆଇସିଙ୍କ ସହ 8 ରୁ ଅଧିକ ଆହତ ହୋଇଛନ୍ତି ।

6-India Corona: ଦିନକରେ 1007 ସଂକ୍ରମିତ ଚିହ୍ନଟ

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରୁ 1,007 ନୂଆ ସଂକ୍ରମିତ ଚିହ୍ନଟ । ମୋଟ 11,058ଟି ରହିଛି ସକ୍ରିୟ ମାମଲା ।

7-ସୁପ୍ରିମକୋର୍ଟରୁ ହାର୍ଦ୍ଦିକ ପଟେଲଙ୍କୁ ବଡ ଆଶ୍ବସ୍ତି, ଲଢିବେ ଗୁଜୁରାଟ ନିର୍ବାଚନ

କଂଗ୍ରେସ ନେତା ହାର୍ଦ୍ଦିକ ପଟେଲଙ୍କ ଦୁଇ ବର୍ଷ ସଜ୍ଜା ଉପରେ ରୋକ୍ ଲଗାଇଲେ ସୁପ୍ରିମକୋର୍ଟ । ଆସନ୍ତା ବିଧାନସଭା ନିର୍ବାଚନ ଲଢିବା ନେଇ ସୂଚନା ଦେଲେ ହାର୍ଦ୍ଦିକ ।

8-ଆନ୍ଧ୍ରପ୍ରଦେଶ କେମିକାଲ ଫ୍ୟାକ୍ଟ୍ରିରେ ଭୟଙ୍କର ଅଗ୍ନିକାଣ୍ଡ: 6 ମୃତ, 13 ଆହତ

ଆନ୍ଧ୍ରପ୍ରଦେଶରେ ଭୟାବହ ଅଗ୍ନିକାଣ୍ଡ । ଏହି ଅଗ୍ନିକାଣ୍ଡରେ ୬ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୩ ଜଣ ଆହତ ହୋଇଥିବା ସୂଚନା । ଏହି ଦୁଃଖଦ ଘଟଣାରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାର ପାଇଁ କ୍ଷତି ପୂରଣ ଘୋଷଣା କରିଛନ୍ତି ।

9-ମହିଳାଙ୍କୁ ଦୁଷ୍କର୍ମ ଧମକ ଦେଇଥିବା ମହନ୍ତ ବଜରଙ୍ଗ ମୁନି ଗିରଫ

ଉତ୍ତର ପ୍ରଦେଶରେ ନବ ସମ୍ବତ୍ସର ଅବସରରେ ମହିଳାଙ୍କୁ ଦୁଷ୍କର୍ମ ଧମକ ଦେଇଥିବା ମହନ୍ତ ବଜରଙ୍ଗ ମୁନି ଗିରଫ । ଗତକାଲି ବଜରଙ୍ଗ ମୁନିକୁ ଗିରଫ କରିଛି ଲକ୍ଷ୍ନୌ ପୋଲିସ ।

10-Ranbir Baarat: କୃଷ୍ଣା ରାଜ ବଙ୍ଗଳାରୁ ବାହାରି ବାସ୍ତୁରେ ପହଞ୍ଚିବ ରଣବୀରଙ୍କ ବରଯାତ୍ରୀ

ଆଲିଆ ଭଟ୍ଟ ଏବଂ ରଣବୀର କପୁରଙ୍କ ପରିବାର ଆଜି (ଏପ୍ରିଲ 14) ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । କପୁର ପରିବାରର ସଦସ୍ୟଙ୍କ ବରଯାତ୍ରୀ ମୁମ୍ବାଇର ଚେମ୍ବୁରରେ ଥିବା କୃଷ୍ଣା ରାଜ ବଙ୍ଗଳା (ସ୍ୱର୍ଗତ ରାଜ କପୁରଙ୍କ ପତ୍ନୀଙ୍କ ନାମରେ) ରୁ ଆରମ୍ଭ ହୋଇ ଟୋନି ପାଲି ହିଲ ଅଞ୍ଚଳରେ ଥିବା ରଣବୀରଙ୍କ ଘର ବାସ୍ତୁରେ ପହଞ୍ଚିବ।

ABOUT THE AUTHOR

...view details