ଓଡିଶା

odisha

ETV Bharat / bharat

TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - ଟପ ନ୍ୟୁଜ

ନଜର ପକାନ୍ତୁ TOP NEWS@11AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

By

Published : Aug 20, 2021, 11:15 AM IST

1. ମାଲକାନଗିରିରେ ମୁଖ୍ୟମନ୍ତ୍ରୀ; ହିତାଧିକାରୀଙ୍କୁ ବାଣ୍ଟିବେ BSKY ସ୍ମାର୍ଟ କାର୍ଡ

ମାଲକାନଗିରିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସ୍ମାର୍ଟ ହେଲଥ କାର୍ଡ ଯୋଜନାର ଶୁଭାରମ୍ଭ କରିବେ ନବୀନ । କିଛି ଲୋକଙ୍କୁ ନିଜ ହାତରେ ହେଲଥ କାର୍ଡ ବାଣ୍ଟିବେ ମୁଖ୍ୟମନ୍ତ୍ରୀ ।

2. SEBCs ଚିହ୍ନଟ ପାଇଁ ରାଜ୍ୟ ସରକାରଙ୍କୁ କ୍ଷମତା ଦେଲେ ରାଷ୍ଟ୍ରପତି

ସାମାଜିକ-ଅର୍ଥନୈତିକ କ୍ଷେତ୍ରରେ ପଛୁଆ ବର୍ଗ(SEBCs)ଙ୍କ ଚିହ୍ନଟ ଲାଗି ରାଜ୍ୟମାନଙ୍କୁ କ୍ଷମତା ପ୍ରଦାନ କଲେ ରାଷ୍ଟ୍ରପତି ।

3. ଭୁବନେଶ୍ବରରେ କେନ୍ଦ୍ର ପେଟ୍ରୋଲିୟମ ରାଷ୍ଟ୍ରମନ୍ତ୍ରୀ ରାମେଶ୍ବର ତେଲି

ଓଡ଼ିଶାରେ ପହଞ୍ଚିଲେ କେନ୍ଦ୍ର ପେଟ୍ରୋଲିୟମ ରାଷ୍ଟ୍ରମନ୍ତ୍ରୀ ରାମେଶ୍ବର ତେଲି । ବିମାନ ବନ୍ଦରରେ ପହଞ୍ଚିବା ପରେ ଭୁବନେଶ୍ୱର ଜିଲ୍ଲା ବିଜେପି ପକ୍ଷରୁ କେନ୍ଦ୍ରମନ୍ତ୍ରୀଙ୍କୁ ଭବ୍ୟ ସ୍ବାଗତ କରାଯାଇଛି ।

4.23ରୁ ଭଦ୍ରକରେ ଖୋଲିବ ସମସ୍ତ ଧର୍ମାନୁଷ୍ଠାନ

ଆସନ୍ତା 23 ତାରିଖରୁ ଖୋଲିବ ବାବା ଆଖଣ୍ଡଳମଣିଙ୍କ ମନ୍ଦିର ସହ ଜ଼ିଲ୍ଲାର ସମସ୍ତ ଧାର୍ମିକ ଅନୁଷ୍ଠାନ ଗୁଡିକ ଭକ୍ତ ମାନଙ୍କ ପାଇଁ ଖୋଲାଯିବ।

5. Corona Death update; ଆଖି ବୁଜିଲେ ଆଉ ୬୯ ଆକ୍ରାନ୍ତ

ଆଜି(ଶୁକ୍ରବାର) ରାଜ୍ୟରେ ଆଉ ୬୯ କୋଭିଡ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ କୋରୋନାଜନିତ ମୃତ୍ୟୁସଂଖ୍ୟା 7,223କୁ ବୃଦ୍ଧି ହୋଇଛି ।

6. INDIA CORONA: ଦିନକରେ ୩୬,୫୭୧ ଆକ୍ରାନ୍ତ ଚିହ୍ନଟ, ୫୪୦ ମୃତ

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ପୁଣି ୩୬ ହଜାର ୫୭୧ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

7. ରାୟଗଡାରେ ରେଳମନ୍ତ୍ରୀ, ଷ୍ଟେସନରେ ଦିଆଗଲା ବିପୁଳ ସ୍ବାଗତ ସମ୍ବର୍ଦ୍ଧନା

ରାୟଗଡାରେ ପହଞ୍ଚିଲେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ସର୍କିଟ ହାଉସ ଠାରେ PMAY ହିତାଧିକାରୀମାନଙ୍କ ସହ ଆଲୋଚନା କରିବା ସହ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ ।

8. ଆଜି ସୋନିଆଙ୍କ ନେତୃତ୍ବରେ ଏକାଠି ହେବେ ବିରୋଧୀ ନେତା

ଆଜି(ଶୁକ୍ରବାର) 14 ବିରୋଧୀ ଦଳ ନେତାଙ୍କ ସହିତ ଅପରାହ୍ନ ୪ଟା ୩୦ରେ ଭିଡିଓ କନଫରେନ୍ସିଂରେ ବୈଠକ କରିବେ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ।

9. ତାଲିବାନଙ୍କ ସହ କଥା ହେବାକୁ ପ୍ରସ୍ତୁତ: UN GS ଆଣ୍ଟୋନିଓ ଗୁଟେରସ

ଚାଲିଥିବା ଆଫଗାନିସ୍ତାନ ସଙ୍କଟକୁ ଚାଲିଛି ବୈଠକ । ଏହାରି ଭିତରେ ତାଲିବାନଙ୍କ ସହିତ କଥା ହେବାକୁ ପ୍ରସ୍ତୁତ ବୋଲି କହିଛନ୍ତି ମିଳିତ ଜାତିସଂଘର ସାଧାରଣ ସମ୍ପାଦକ ଆଣ୍ଟୋନିଓ ଗୁଟେରସ ।

  1. ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ; ଯୋଗୀଙ୍କୁ ଗୁରୁମନ୍ତ୍ର ଦେଲେ ଶାହ

ଆସନ୍ତାବର୍ଷ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ । ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହ ରାଷ୍ଟ୍ରୀୟ ଅଧ୍ଯକ୍ଷ ଜେପି ନଡ୍ଡା ଓ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ କରିଛନ୍ତି ।

ABOUT THE AUTHOR

...view details