ଓଡିଶା

odisha

ETV Bharat / bharat

TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - ଟପ ନ୍ୟୁଜ

ନଜର ପକାନ୍ତୁ TOP NEWS@11AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

By

Published : Jul 9, 2021, 11:05 AM IST

1. ରାଜ୍ୟରେ ଦିନକରେ ସର୍ବାଧିକ 61 ଜୀବନ ନେଲା କିଲର କୋରୋନା

ରାଜ୍ୟରେ ମୁଣ୍ଡ ପରେ ମୁଣ୍ଡ ନେଇ ଚାଲିଛି ଘାତକ କୋରୋନା । ଆଜି (ଶୁକ୍ରବାର) ଦୈନିକ ମୃତ୍ୟୁସଂଖ୍ୟାରେ ସବୁ ରେକର୍ଡ ପାର ହୋଇଛି । ପୁଣି ଆଉ 61 ଜଣଙ୍କ ଜୀବନ ନେଇଛି ମହାମାରୀ ।

2. ପର୍ଯ୍ୟାପ୍ତ ପରିମାଣରେ ଅଛି କି ନାହିଁ ଅକ୍ସିଜେନ, ଆଜି ବୈଠକରେ ସମୀକ୍ଷା କରିବେ ମୋଦି

ଦେଶରେ ଅକ୍ସିଜେନ ଉପଲବ୍ଧତା ନେଇ ସମୟ 11ଟା 30ରେ ଏକ ଉଚ୍ଚସ୍ତରୀୟ ବୈଠକ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

3. ଦୁଇ ଦିନିଆ ଜର୍ଜିଆ ଗସ୍ତରେ ଏସ ଜୟଶଙ୍କର

ଆଜିଠୁ ଦୁଇ ଦିନିଆ ଜର୍ଜିଆ ଗସ୍ତରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର । ଜର୍ଜିଆ ସ୍ବାଧୀନ ହେବାପରେ ଏହା ଭାରତୀୟ ବୈଦେଶିକ ମନ୍ତ୍ରୀଙ୍କ ପ୍ରଥମ ଗସ୍ତ ।

4. ଟିକା ସଙ୍କଟ: ଆଜି 5 ଜିଲ୍ଲାରେ ହେବନି ଟୀକାକରଣ

ରାଜ୍ୟରେ ଦେଖାଦେଇଛି ଟିକା ସଙ୍କଟ । ରାଜ୍ୟକୁ କୋଭିସିଲ୍ଡ ଟିକା କମ୍ ଆସୁଥିବାରୁ ଟୀକାକରଣ ହୋଇ ପାରୁନି । ପର୍ଯ୍ୟାପ୍ତ ଟିକା ନଥିବାରୁ ଆଜି 5ଟି ଜିଲ୍ଲାରେ ଟୀକାକରଣ ବନ୍ଦ ରହିଛି ।

5. India Corona Report; ଦିନକରେ 43 ହଜାର 393 ପଜିଟିଭ, 911 ମୃତ

ଦିନକରେ 43 ହଜାର 393 ନୂଆ ଆକ୍ରାନ୍ତ ଚିହ୍ନଟ । 911 ଜଣଙ୍କ ଜୀବନ ନେଇଛି କିଲର ଭାଇରସ । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି ।

6. ଅଶ୍ବିନୀଙ୍କ ନିର୍ଦ୍ଦେଶ: ଏଣିକି 2ଟି ସିଫ୍ଟରେ କାମ କରିବେ କର୍ମଚାରୀ

ଦାୟିତ୍ବ ଗ୍ରହଣର କିଛି ଘଣ୍ଟା ପରେ ଅଶ୍ବିନୀ ତାଙ୍କ କାର୍ଯ୍ୟାଳୟରେ ଥିବା ଅଧିକାରୀ ଏବଂ କର୍ମଚାରୀଙ୍କୁ ଦୁଇଟି ସିଫ୍ଟରେ କାମ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

7. ଅଶାନ୍ତ ସୀମା; କୁଲଗାମରେ ଏନକାଉଣ୍ଟର ଜାରି

ଜାମ୍ମୁ କାଶ୍ମୀରର ରେଡୱାନିର କୁଲଗାମ ଅଞ୍ଚଳରେ ଏନକାଉଣ୍ଟର ଆରମ୍ଭ ହୋଇଛି । ଏନେଇ ଜାମ୍ମୁ କାଶ୍ମୀର ପକ୍ଷରୁ ସୂଚନା ମିଳିଛି ।

8. STATE CORONA: ଦିନକରେ 2806 ପଜିଟିଭ ଚିହ୍ନଟ

ଗତ 24 ଘଣ୍ଟା ମଧ୍ୟରେ ରାଜ୍ୟରେ 2806 କୋରୋନା ପଜିଟିଭ ଚିହ୍ନଟ।

9. ବର୍ଷା ଯୋଗୁଁ ଉପୁଜୁଥିବା ବନ୍ୟା ପରିସ୍ଥିତି ପାଇଁ ବିଧାୟକ ଦାୟୀ: ଅରିନ୍ଦମ

କଟକ ବାରବାଟୀ ବିଧାୟକଙ୍କ ଉପରେ ପ୍ରବଳ ବର୍ଷିଲେ ବିଜେଡି ଯୁବନେତା ତଥା ଅଭିନେତା ଅରିନ୍ଦମ ରୟ । କଟକରେ ବର୍ଷା ଯୋଗୁଁ ଉପୁଜୁଥିବା ବନ୍ୟା ପରିସ୍ଥିତି ପାଇଁ ବିଧାୟକଙ୍କୁ ଦାୟୀ କଲେ ଅରିନ୍ଦମ ।

10. ଭଲମନ୍ଦ ବୁଝୁନି ଓଡିଶା ! ଆନ୍ଧ୍ରରେ ମିଶିବାକୁ ଚାହୁଁଛନ୍ତି 8ଟି ଗାଁର ଲୋକେ

ଓଡିଶା ସରକାର ଭଲମନ୍ଦ ବୁଝୁନଥିବା ଅଭିଯୋଗରେ ଆନ୍ଧ୍ରରେ ମିଶିବାକୁ ମନସ୍ଥ କରି ଆନ୍ଧ୍ର ବିଧାୟକଙ୍କୁ ଭେଟିଲେ ସୀମାବର୍ତ୍ତୀ ଅଞ୍ଚଳବାସୀ ।

ABOUT THE AUTHOR

...view details