ଓଡିଶା

odisha

ETV Bharat / bharat

TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - ଟପ ଖବର

ନଜର ପକାନ୍ତୁ TOP NEWS@11AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

By

Published : Jul 6, 2021, 11:11 AM IST

1. ଡଃ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ 120ତମ ପୂଣ୍ୟତିଥି, ଦେଶର ଏକତା ଓ ଅଖଣ୍ଡତା ପାଇଁ ଦେଇଥିଲେ ବଳିଦାନ

ଡା. ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ଜନ୍ମ ଏକ ସମ୍ଭ୍ରାନ୍ତ ପରିବାରରେ ହୋଇଥିଲା । ପିତା ସେତେବେଳେ ବେଙ୍ଗଲର ଜଣେ ବିଶିଷ୍ଟ ଶିକ୍ଷାବିତ ଥିଲେ । ଶ୍ୟାମା ପ୍ରସାଦ 33 ବର୍ଷ ବୟସରେ ସେ କୋଲକାତା ବିଶ୍ବବିଦ୍ୟାଳୟର କୁଳପତି ହୋଇ 4 ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ ।

2. ଆଜିଠୁ ରାଜ୍ୟରେ ଗଡ଼ିଲା OSRTC ବସ୍

ଆଜିଠୁ ରାଜ୍ୟରେ ଗଡ଼ିଲା OSRTC ବସ୍ । ୪୩ଟି ରୁଟରେ ଚାଲିବ ସବୁ ସରକାରୀ ଓଏସଆରଟିସି ବସ୍ ।

3. ଦିନକରେ ଆଉ 51 ଜୀବନ ନେଲା ମହାମାରୀ

ରାଜ୍ୟରେ ଲଗାତାର ଦୁଇ ଦିନ ହେବ 50 ପାର କରୁଛି ଦୈନିକ ମୃତ୍ୟୁ । ଆଜି (ମଙ୍ଗଳବାର) ରାଜ୍ୟରେ ପୁଣି ଆଉ 51ଜୀବନ ନେଲା ମହାମାରୀ କୋରୋନା ।

4. ଦିନକରେ 34,703 ଆକ୍ରାନ୍ତ ଚିହ୍ନଟ, 553 ମୃତ

ଗତ 24 ଘଣ୍ଟାରେ ଦେଶରୁ 34 ହଜାର 703 ନୂଆ ଆକ୍ରାନ୍ତ ଚିହ୍ନଟ, 553 ଜଣ ମୃତ ।

5. ଏମିତି ଚାଲିଛି ସରକାରୀ ଯୋଜନା, ଭିଡିଓ କଲ କରି BDOଙ୍କୁ ଦେଖାଇଲେ କେନ୍ଦ୍ରମନ୍ତ୍ରୀ

ସରକାରୀ ଯୋଜନାକୁ ସରକାରୀ ବାବୁମାନେ କିପରି ସଠିକ ରୂପାୟନ କରୁଛନ୍ତି, ତାହା ନୀଳଗିରି ଭଳି ଆଦିବାସୀ ବହୁଳ ଅଞ୍ଚଳରେ ଯିଏ ନଦେଖିବ ବିଶ୍ବାସ କରିପାରିବ ନାହିଁ ।

6. 65 ପ୍ରତିଶତ ଯାତ୍ରୀଙ୍କୁ ନେଇ ଚଳାଚଳ କରିବ ବିମାନ

65 ପ୍ରତିଶତ ଯାତ୍ରୀଙ୍କୁ ନେଇ ଚଳାଚଳ କରିବେ ବିମାନ। ମନ୍ତ୍ରଣାଳୟ ପକ୍ଷରୁ ସୂଚନା ।

7. RWSS ଅଫିସରେ ଲାଞ୍ଚ କାରବାରର ଭିଡ଼ିଓ ଭାଇରାଲ, ଯନ୍ତ୍ରୀ କହିଲେ ‘ମୁଁ କିଛି କହିନି’

ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ କାର୍ଯ୍ୟାଳୟରେ ଲାଞ୍ଚ କାରବାରର ଭିଡ଼ିଓ ଭାଇରଲ । ନିର୍ବାହୀ ଯନ୍ତ୍ରୀ କହିଲେ ଭିଡ଼ିଓ ମିଛ, ଟେଣ୍ଡର ଟଙ୍କା ନେଉଥିଲି, ସେସବୁ ମୁଁ କିଛି କହିନି ।

8. ତେଲ ଦର ବୃଦ୍ଧି ନେଇ ଆସନ୍ତା 10,11ରେ ବିକ୍ଷୋଭ କରିବ TMC

ଦର ବୃଦ୍ଧି ନେଇ ବିଭିନ୍ନ ରାଜ୍ୟରେ ଆନ୍ଦୋଳନ ମୁଣ୍ତ ଟେକିବାକୁ ଲାଗିଲାଣି । ତୈଳ ଦର ବୃଦ୍ଧି ବିରୋଧରେ ଜୁଲାଇ 10 ଓ 11ତାରିଖରେ ଆନ୍ଦୋଳନକୁ ଓହ୍ଲାଇବ TMC ।

9. ଗଛରେ ପିଟି ହେଲା ବାଇକ; 3 ମୃତ, ଜଣେ ଆହତ

କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ମୂର୍ଲାପଦର ଗ୍ରାମ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଗଛରେ ବାଇକ ପିଟି ହୋଇ ୩ ଜଣଙ୍କ ମୃତ୍ୟୁ, ଜଣେ ଆହତ ।

10. ଟିକା ନେବା ପରେ ଫେରିଲା 70 ବର୍ଷିୟା ବୃଦ୍ଧାଙ୍କ ଦୃଷ୍ଟିଶକ୍ତି

ମହାରାଷ୍ଟ୍ର ୱାଶିମ୍‌ ଜିଲ୍ଲାର ଜଣେ 70 ବର୍ଷ ବୟସ୍କା ମହିଳା କୋରୋନା ଟିକା ନେବାପରେ ତାଙ୍କ ଦୃଷ୍ଟିଶକ୍ତି ଫେରି ପାଇଛନ୍ତି।

ABOUT THE AUTHOR

...view details