ଓଡିଶା

odisha

ETV Bharat / bharat

TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

ନଜର ପକାନ୍ତୁ NEWS@11AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

By

Published : Jun 6, 2021, 10:58 AM IST

1. 22ଟି ଜିଲ୍ଲାରେ ଆରମ୍ଭ ହେବ 18 ବର୍ଷରୁ ଊର୍ଦ୍ଧ୍ବଙ୍କ ଟୀକାକରଣ

ଚଳିତ ମାସରେ 22ଟି ଜିଲ୍ଲାରେ 18 ବର୍ଷରୁ ଊର୍ଦ୍ଧ୍ବ ବର୍ଗଙ୍କ ଟୀକାକରଣ ଆରମ୍ଭ ହେବ ।

2. ରାଜ୍ୟରୁ ଦିନକରେ 7002 ନୂଆ ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ

ଦିନକରେ 7ହଜାର 2ଜଣ ପଜିଟିଭି ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ 1167ପଜିଟିଭ ଚିହ୍ନଟ ହୋଇଛନ୍ତି ।

3. ଗଜପତିରେ ଆନ୍ଧ୍ର ସରକାରଙ୍କ ଜବରଦଖଲ, ଜୋରଜବରଦସ୍ତ ଚାଲିଛି ପୋଖରୀ ଖୋଳା

ପୁଣି ଦେଖାଦେଇଛି ଆନ୍ଧ୍ର-ଓଡିଶା ବିବାଦ । ଜୋରଜବରଦସ୍ତ ଓଡିଶା ମାଟିରେ କବଜା କରିବା ପାଇଁ ଆନ୍ଧ୍ର ସରକାର ତତ୍ପର ହେଉଥିବା ଦେଖିବାକୁ ମିଳିଛି ।

4. ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କ ନାଁରେ ରିଲିଫ ସାମଗ୍ରୀ ହଡପ ଅଭିଯୋଗ

କୋଲକାତା କାନ୍ତି ମୁନସିପାଲଟିକୁ ବାତ୍ୟା ୟସ ପାଇଁ ଆସିଥିବା ରିଲିଫ ସାମଗ୍ରୀ ହଡପ କରିଥିବା ନେଇ ବିଜେପି ନେତା ଶୁଭେନ୍ଦୁ ଅଧିକାରୀ ଓ ତାଙ୍କ ଭାଇଙ୍କ ନାଁରେ ମାମଲା ରୁଜୁ ହୋଇଥିବା ନେଇ ପୋଲିସ ପକ୍ଷରୁ ସୂଚନା ମିଳିଛି ।

5. ବାତ୍ୟା କ୍ଷୟକ୍ଷତି ଆକଳନ ପାଇଁ ଆଜି ଆସୁଛି କେନ୍ଦ୍ରୀୟ ଟିମ

ବାତ୍ୟା କ୍ଷୟକ୍ଷତି ଆକଳନ ପାଇଁ ଆଜି ପହଞ୍ଚିବ କେନ୍ଦ୍ରୀୟ ଟିମ

6. ଦେଶରେ କୋରୋନା ସୁସ୍ଥ ହାର 93.38 ପ୍ରତିଶତକୁ ବୃଦ୍ଧି

ଦେଶରେ ସଂକ୍ରମଣ କମୁଥିବା ବେଳେ ସୁସ୍ଥ ହାର 93.38 ପ୍ରତିଶତକୁ ବୃଦ୍ଧି ପାଉଛି ।

7. ଲାକ୍ଷାଦ୍ବୀପର ବିକାଶ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ପୂର୍ବତନ ସରକାରୀ କର୍ମଚାରୀଙ୍କ ଚିଠି

ଶନିବାର 93ଜଣ ପୂର୍ବତନ ସରକାରୀ କର୍ମଚାରୀ ଲାକ୍ଷାଦ୍ବୀପ ସମସ୍ୟା ଉପରେ ଗୁରୁତ୍ବ ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି ।

8. କମୁଛି ସଂକ୍ରମଣ; ୨୪ ଘଣ୍ଟାରେ 1.14 ଲକ୍ଷ ଆକ୍ରାନ୍ତ ଚିହ୍ନଟ, 2677 ମୃତ

ତଳ ମୁହାଁ କୋରୋନା ଗ୍ରାଫ୍ । ୪ ଲକ୍ଷ ଟ୍ରେଣ୍ଡ୍ ପରେ ଏବେ ଦୈନିକ ଆକ୍ରାନ୍ତ ସଂଖ୍ୟା ୨ ଲକ୍ଷ ତଳକୁ ଖସିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧ ଲକ୍ଷ ୧୪ ହଜାର 460 କୋରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ 2677 ଜଣଙ୍କ ମୃତ୍ୟୁ ହୋଇଛି ।

9. ବିଧାନସଭା ନିର୍ବାଚନ ପାଇଁ ଉତ୍ତରାଖଣ୍ଡରେ ପ୍ରସ୍ତୁତି ଆରମ୍ଭ

କୋରୋନା ମହାମାରୀ ଦୃଷ୍ଟିରୁ ଆସନ୍ତା ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଉତ୍ତରାଖଣ୍ଡରେ ପ୍ରସ୍ତୁତି କାର୍ଯ୍ୟକୁ ଆରମ୍ଭ କରାଯାଇଛି ।

10. ବିଦେଶରେ ପଢିବାକୁ ଯାଉଥିବା ବିଦ୍ୟାର୍ଥୀଙ୍କ ପାଇଁ ତେଲେଙ୍ଗାନାରେ ସ୍ବତନ୍ତ୍ର ଟୀକାକରଣ

ବିଦେଶକୁ ପଢିବାକୁ ଯାଉଥିବା ବିଦ୍ୟାର୍ଥୀଙ୍କ ପାଇଁ ସ୍ବତନ୍ତ୍ର ଟୀକାକରଣ ବ୍ୟବସ୍ଥା ଆରମ୍ଭ କରିଛନ୍ତି ତେଲେଙ୍ଗାନା ସରକାର ।

ABOUT THE AUTHOR

...view details