ଓଡିଶା

odisha

ETV Bharat / bharat

TOP NEWS@11 AM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ବର୍ତ୍ତମାନର ବଡ ଖବର

ନଜର ପକାନ୍ତୁ @11AM ସୁଦ୍ଧା କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@11 AM
ଦେଖନ୍ତୁ ବର୍ତ୍ତମାନର ବଡ ଖବର

By

Published : Jun 26, 2022, 11:03 AM IST

1.Cooperative Elections: ଖୋର୍ଦ୍ଧାରେ ଚାଲିଛି ଦ୍ବିତୀୟ ପର୍ଯ୍ୟାୟ ସମବାୟ ନିର୍ବାଚନ

ଖୋର୍ଦ୍ଧା ଉପଖଣ୍ଡରେ ଶାନ୍ତିଶୃଙ୍ଖଳାର ସହ ଚାଲିଛି ସମବାୟ ନିର୍ବାଚନ । ଏହି ନିର୍ବାଚନ ସକାଳ 7ରୁ ମତଦାନ ଆରମ୍ଭ ହୋଇଛି ।

2.India Corona: 10ହଜାର ଉପରେ ଦୈନିକ ସଂକ୍ରମଣ

ଦେଶରେ କମିଲା ସଂକ୍ରମଣ । ଗତ 24 ଘଣ୍ଟା ମଧ୍ୟରେ 11,739 ଜଣ ନୂଆ ସଂକ୍ରମିତ ଚିହ୍ନଟ ।

3.ଆଇନ ପ୍ରବେଶିକା ପରୀକ୍ଷାରେ ଯାଜପୁରର ପୁଅ ଟପ୍ପର, ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

ପ୍ରକାଶ ପାଇଲା 2022 ସାଧାରଣ ଆଇନ ପ୍ରବେଶିକା ପରୀକ୍ଷା । ପ୍ରବେଶିକା ପରୀକ୍ଷାରେ । ଯାଜପୁର ଜିଲ୍ଲାର ଅନମୋଲ ସାଇ ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି

4.ଅଲାରନାଥ ଦର୍ଶନ ବେଳେ ଧସେଇ ପଶିଲେ ଭକ୍ତ, ଚୋରି ଅଭିଯୋଗ

15 ଦିନ ଅଲାରନାଥଙ୍କ ଦର୍ଶନ ପାଇଁ ବ୍ରହ୍ମଗିରିରେ ହଜାର ହଜାର ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି । ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ପ୍ରଶାସନ ପ୍ରସ୍ତୁତ ଥିଲେ ମଧ୍ୟ ଅନେକ ଚୋରି ଅଭିଯୋଗ ହୋଇଛି ।

5.By-Poll: ଆଜି ଆସିବ ୩ ଲୋକସଭା, ୭ ବିଧାନସଭା ଉପନିର୍ବାଚନ ରେଜଲ୍ଟ

ଆଜି ବାହାରିବ ୬ ରାଜ୍ୟର ଲୋକସଭା ଓ ବିଧାନସଭା ଆସନ ପାଇଁ ହୋଇଥିବା ଉପନିର୍ବାଚନ ଫଳାଫଳ

6.Mann Ki Baat: ଅଲ୍‌ ଇଣ୍ଡିଆ ରେଡିଓରେ ମନର କଥା କହିବେ ମୋଦି

ପ୍ରଧାନମନ୍ତ୍ରୀଙ୍କ ମନ କି ବାତ୍‌ କାର୍ଯ୍ୟକ୍ରମରେ ପୂର୍ବାହ୍ନ 11ଟାରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ ମୋଦି । ମନ କି ବାତ୍‌(Mann Ki Baat) କାର୍ଯ୍ୟକ୍ରମର ଏହା 90ତମ ସଂସ୍କରଣ ।

7.Chardham Yatra: ୨୫ ଲକ୍ଷ ଟପିଲା ତୀର୍ଥଯାତ୍ରୀ ସଂଖ୍ୟା, ଭାଙ୍ଗିପାରେ ସର୍ବକାଳୀନ ରେକର୍ଡ

ଚଳିତ ବର୍ଷ ଅତୀତର ସବୁ ରେକର୍ଡ ଭାଙ୍ଗିବ ଚାରିଧାମ ଯାତ୍ରା । ମାତ୍ର ଦେଢ ମାସ ଭିତରେ ଚାରିଧାମ ଯାତ୍ରା କଲେଣି ୨୫ ଲକ୍ଷରୁ ଊର୍ଦ୍ଧ୍ବ ତୀର୍ଥଯାତ୍ରୀ

8.ପଞ୍ଜାବ IAS ଅଫିସର ପୁଅଙ୍କ ମୃତ୍ୟୁ ମାମଲା, ଭିଜିଲାନ୍ସ ଟିମ୍ ଗୁଳି କରିଥିବା କହିଲେ ବାପା

ଗିରଫ ଆଇଏଏସ ଅଫିସର ସଞ୍ଜୟ ପୋପ୍‌ଲିଙ୍କ ପୁଅ କାର୍ତ୍ତିକ ପୋପ୍‌ଲି ମୃତ୍ୟୁ ମାମଲା । ଭିଜିଲାନ୍ସ କାର୍ତ୍ତିକଙ୍କୁ ଗୁଳି କରି ହତ୍ୟା କରିଥିବା ଅଭିଯୋଗ ଆଣିଲେ ଆଇଏଏସ ଅଫିସର ।

9.ଆଜି ଭାରତ-ଆୟର୍ଲାଣ୍ଡ ପ୍ରଥମ ଟି-ଟ୍ବେଣ୍ଟି ମୁକାବିଲା

ଘରୋଇ ଆୟର୍ଲାଣ୍ଡ ଓ ଭାରତ ମଧ୍ୟରେ ଆଜି ପ୍ରଥମ ଟି-ଟ୍ବେଣ୍ଟି ମ୍ୟାଚ ଖେଳାଯିବ । ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ବରେ ଆଜି ମଇଦାନକୁ ଓହ୍ଲାଇବା ଟିମ ଇଣ୍ଡିଆ । ଭିଭିଏସ ଲକ୍ଷ୍ମଣ ଦଳର କୋଚ ଦାୟିତ୍ବରେ ରହିଛନ୍ତି ।

10.ଜନ୍ମଦିନ ପାଳୁଛନ୍ତି ଆଲବମ୍‌ କୁଇନ ଲେସଲି

ଆଜି ଓଡିଆ ଆଲବମ ଜଗତର ଲୋକପ୍ରିୟ ଅଭିନେତ୍ରୀ ଲେସଲି ତ୍ରିପାଠୀଙ୍କ ଜନ୍ମଦିନ

ABOUT THE AUTHOR

...view details