ଓଡିଶା

odisha

ETV Bharat / bharat

TOP NEWS@11 AM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

ନଜର ପକାନ୍ତୁ @11AM ସୁଦ୍ଧା କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@11 AM
ବର୍ତ୍ତମାନର ବଡ ଖବର

By

Published : Jun 24, 2022, 11:06 AM IST

1.ବଦଳିଲା ଅଙ୍ଗନବାଡି କେନ୍ଦ୍ର ଖୋଲିବା ସମୟ, ଏଣିକି ସକାଳ 9ରୁ 2ଟା

ବଦଳିଲା ଅଙ୍ଗନବାଡି କେନ୍ଦ୍ର ଖୋଲିବା ସମୟ । ସମସ୍ତ ଅଙ୍ଗନବାଡି କେନ୍ଦ୍ର ଗୁଡିକ ସକାଳ 7 ରୁ 2 ଟା ପର୍ଯ୍ୟନ୍ତ ଚାଲିବ । ଏନେଇ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି

2.Odisha Corona: ଦିନକରେ ୬୧ ନୂଆ ସଂକ୍ରମିତ

ଗତ ୨୪ ଘଣ୍ଟାରେ ରାଜ୍ୟରେ ୬୧ଜଣ ନୂଆ କୋରୋନା (COVID-19) ପଜିଟିଭ ଚିହ୍ନଟ ହୋଇଛନ୍ତି ।

3.ଆଜିଠୁ ବାୟୁସେନାରେ ଅଗ୍ନିପଥ ନିଯୁକ୍ତି ପଞ୍ଜିକରଣ ଆରମ୍ଭ

ଅଗ୍ନିପଥ ଯୋଜନାକୁ ଦେଶବ୍ୟାପୀ ବିରୋଧ କରାଯାଉଥିବାବେଳେ ଆଜିଠାରୁ ବାୟୁସେନା ନିଯୁକ୍ତି ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଆଶାୟୀ ପ୍ରାର୍ଥୀମାନେ ଅଗ୍ନିପଥରେ ପଞ୍ଜିକରଣ କରିପାରିବେ(Angipath Recruitment Registration) । ଆସନ୍ତା ଜୁଲାଇ 5 ତାରିଖ ପର୍ଯ୍ୟନ୍ତ ପଞ୍ଜିକରଣ ଜାରି ରହିବ ।

4.Agneepath Scheme Agitation: ଟ୍ରେନରେ ନିଆଁ ଲଗାଇବା ସମୟର ଭିଡିଓ ଭାଇରାଲ

ଅଗ୍ନିପଥ ଯୋଜନାକୁ ନେଇ ଭାରତର ଅନେକ ରାଜ୍ୟରେ ବିଦ୍ରୋହ ଦେଖା ଦେଇଥିଲା । ବିହାରରେ ଏହାର ପ୍ରଭାବ ଅଧିକ ଦେଖିବାକୁ ମିଳିଥିବା ବେଳେ ଟ୍ରେନ ଜାଳି ଦେଇଥିଲେ ଆନ୍ଦୋଳନକାରୀ । ଯାହାର ଭିଡିଓ ଏବେ ସୋସିଆଲମିଡିଆରେ ଭାଇରାଲ ହୋଇଛି

5.India Corona: ବଢୁଛି କୋରୋନା ଭୟ, ୧୭ ହଜାର ଟପିଲା ଦୈନିକ ସଂକ୍ରମଣ

ଦେଶରେ ବଢୁଛି କୋରୋନା ସଂକ୍ରମଣ । ଗତ 24 ଘଣ୍ଟା ମଧ୍ୟରେ 17,336 ଜଣ ନୂଆ ସଂକ୍ରମିତ ଚିହ୍ନଟ ।

6.ଆମେରିକାରେ ଭାରତୀୟ ଯୁବକଙ୍କୁ ଗୁଳିକରି ହତ୍ୟା

ଆମେରିକାର ମାରିଲାଣ୍ଡରେ ତେଲେଙ୍ଗାନାର 25 ବର୍ଷୀୟ ଯୁବକଙ୍କୁ ଗୁଳିକରି ହତ୍ୟା । ଭାରତୀୟ ଦୂତାବାସ ତରଫରୁ ସୂଚନା ।

7.ବିଧାୟକଙ୍କୁ ଅଯୋଗ୍ୟ ଭୟ ଦେଖାଇଲେ ଠାକରେ, ଧମକକୁ ଡରନାହିଁ କହିଲେ ବିଦ୍ରୋହୀ ଗୋଷ୍ଠୀ

ମହାରାଷ୍ଟ୍ର ମହାନାଟକ ଜାରି ରହିଛି । ମହାରାଷ୍ଟ୍ର ରାଜନୈତିକ ସଂଙ୍କଟ ରୋଚକ ମୋଡରେ ରହିଛି । କେଉଁ ମୂହୁର୍ତ୍ତରେ କିଛି ବି ହୋଇପାରେ

8.Assam Flood: ଉବୁଟୁବୁ ଆସାମ, ଏରିଏଲ ସର୍ଭେ କଲେ ମୁଖ୍ୟମନ୍ତ୍ରୀ

ଆସାମରେ ବନ୍ୟା ପରିସ୍ଥିତି ଗମ୍ଭୀର ରହିଛି । ଆକାଶ ମାର୍ଗରୁ ବନ୍ୟା ପ୍ରଭାବିତ ଅଞ୍ଚଳ ଅନୁଧ୍ୟାନ କଲେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା

9.କୁନିପୁଅକୁ କାମୁଡିବାର 30 ସେକେଣ୍ଡ ପରେ ସାପ ମୃତ, ଡାକ୍ତର ତାଜୁବ

ଘର ବାହାରେ ଖେଳୁଥିବା ବେଳେ ୪ ବର୍ଷର ଛୁଆକୁ କାମୁଡି ଦେଲା ବିଷଧର ସାପ । ହେଲେ କାମୁଡିବାର ୩୦ ସେକେଣ୍ଡ ଭିତରେ ସାପଟିର ମୃତ୍ୟୁ ଘଟିଲା

10.Ind vs SL 1st T20: ବିଜୟରୁ ଭାରତର ଅଭିଯାନ ଆରମ୍ଭ

ବିଜୟରୁ ଅଭିଯାନ ଆରମ୍ଭ କରିଛି ଟିମ ଇଣ୍ଡିଆ । 34 ରନରେ ପ୍ରଥମ ଟି20କୁ କବଜାରେ କରି ନେଇଛି ଭାରତ

ABOUT THE AUTHOR

...view details