ଓଡିଶା

odisha

ETV Bharat / bharat

TOP NEWS@5PM, ଦେଖନ୍ତୁ ବର୍ତ୍ତମାନର ବଡ ଖବର

ନଜର ପକାନ୍ତୁ NEWS@5PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@5PM, ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@5PM, ଦେଖନ୍ତୁ ବର୍ତ୍ତମାନର ବଡ ଖବର

By

Published : Jun 8, 2022, 5:13 PM IST

୧. ଭୁବନେଶ୍ୱରରେ ପହଞ୍ଚିଲେ ଥୋମାସ କପ୍ ବିଜେତା ଭାରତୀୟ ଟିମ୍, ସମ୍ବର୍ଦ୍ଧିତ କରିବେ ରାଜ୍ୟ ସରକାର

ଦୀର୍ଘ ୭୩ ବର୍ଷ ପରେ ଥୋମାସ୍‌ କପ୍‌ ଟ୍ରଫି ଉଠାଇଛି ଭାରତୀୟ ବ୍ୟାଡମିଣ୍ଟନ ଟିମ୍‌ । ଏଥିପାଇଁ ଥୋମାସ୍‌ କପ୍‌ ବିଜୟୀ ଭାରତୀୟ ଦଳର ସମସ୍ତ ଖେଳାଳିଙ୍କୁ ସମ୍ବର୍ଦ୍ଧିତ କରିବେ ରାଜ୍ୟ ସରକାର ।

୨. କାହା ପାଇଁ ଏତେ ଯୋଜନା ? ଉଈହୁଙ୍କା ଭଳି ଛୁମ୍ପୁଡିରେ ବିତୁଛି ବୃଦ୍ଧାଙ୍କ ଜୀବନ

ଗରିବ ଅଭାବ ଅନଟନର ଅଭାବନୀୟ ଚିତ୍ର । ପରିଣତ ବୟସରେ ପରିବାର ହାତ ଛାଡିବା ପରେ ଦୁର୍ବିସହ ହୋଇପଡିଛି ବୃଦ୍ଧାଙ୍କ ଜୀବନ । ଉଈହୁଙ୍କା ଭଳି ଦୃଶ୍ୟମାନ ହେଉଥିବା ମାଟି ଘର ସାଜିଛି ତାଙ୍କ ବାସସ୍ଥାନ । ଝୁମ୍ପୁଡି ଘରେ ଜଙ୍ଗଲୀ ଜୀବନ ବିତାଉଛନ୍ତି ଅସହାୟ ବୃଦ୍ଧା ।

୩. ରଥଖଳା ହାଲଚାଲ: ସରିଲା ନିରାଡି କାର୍ଯ୍ୟ, ଗୟଳ ହଣା କାର୍ଯ୍ୟ ଜାରି

ପାଖେଇ ଆସୁଛି ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ଘୋଷଯାତ୍ରା । ଏଥିପାଇଁ ଚଳଚଞ୍ଚଳ ରଥଖଳା । ସୁରୁଖୁରୁରେ ଆଗେଇ ଚାଲିଛି ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ ।

୪. ବିଷାକ୍ତ ମହୁମାଛିଙ୍କ କବଳରେ ନିରୀହ ଛାତ୍ରଛାତ୍ରୀ, ପଦକ୍ଷେପ କେବେ?

ନୟାଗଡ଼ ରଣପୁରରେ ମହୁମାଛିଙ୍କ କବଜାରେ ବିଦ୍ୟାଳୟ । ଅନେକ ସମୟରେ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀଙ୍କୁ ମହୁମାଛି ଆକ୍ରମଣ କରୁଥିବା ଅଭିଯୋଗ । ଘଉଡ଼ାଇବାରେ ବିଫଳ ରଣପୁର ବନବିଭାଗ । ଶିକ୍ଷା ବିଭାଗ ପଦକ୍ଷେପ ନେବାକୁ ଅଭିଭାବକ ମହଲରେ ଦାବି ।

୫. SCBରେ ନାଇଜେରିଆ ଅଭିଯୁକ୍ତଙ୍କ ମୃତଦେହ ପଡିରହିଥିବା ଘଟଣା: ଆଜି ହସ୍ତାନ୍ତର ହେବ ମୃତଦେହ

14 ଦିନ ଧରି ଏସସିବି ମେଡ଼ିକାଲରେ ନାଇଜେରିଆ ଅଭିଯୁକ୍ତଙ୍କ ମୃତଦେହ ପଡିରହିଥିବା ଘଟଣା । ପରିବାର ବର୍ଗଙ୍କୁ ମୃତଦେହ ହସ୍ତାନ୍ତର କରିବା ପାଇଁ ପୁରୀ ଜିଲ୍ଲା ପ୍ରଶାସନ ଓ ଜେଲ କର୍ତ୍ତୃପକ୍ଷଙ୍କୁ ଚିଠି କରାଯାଇଥିବା ନେଇ ଏସସିବି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

୬. Odisha Assembly Speaker Election: ଆସନ୍ତା 13ରେ ବାଚସ୍ପତି ନିର୍ବାଚନ

ଆସନ୍ତା ଜୁନ 13ରେ ଅନୁଷ୍ଠିତ ହେବ ବାଚସ୍ପତି ନିର୍ବାଚନ । ବିଧାନସଭାର ସଚିବାଳୟ ପକ୍ଷରୁ ସୂଚନା ।

୭. Prophet Remark Row: ନୁପୂରଙ୍କ ସମର୍ଥନ ପରେ ଡଚ ସାଂସଦଙ୍କୁ ହତ୍ୟା ଧମକ, ମୁହଁ ଖୋଲିଲେ କଙ୍ଗନା

ନେଦରଲ୍ୟାଣ୍ଡର ସାଂସଦ ଗିରଟ ଉଇଲ୍ଡର (Geert Wilders)ଙ୍କୁ ମଧ୍ୟ ହତ୍ୟା ଧମକ । ବିବାଦୀୟ ମନ୍ତବ୍ୟ ମାମଲାରେ ନୁପୂର ଶର୍ମାଙ୍କୁ କରିଥିଲେ ସମର୍ଥନ । ନୁପୂରଙ୍କ ସହ ସମଗ୍ର ଭାରତ ସହଯୋଗର ସହ ଛିଡା ହେଉ ବୋଲି କହିଥିଲେ ଆହ୍ବାନ ।

୮. ସୁନା ପରେ ଏବେ ବିହାରରେ ମିଳିଛି ପେଟ୍ରୋଲର ସନ୍ଧାନ

ବକ୍ସର ଗଙ୍ଗା ଅବବାହିକା ଅଞ୍ଚଳ ଓ ସମସ୍ତିପୁରାରେ ପେଟ୍ରୋଲ ଥିବା ନେଇ ମିଳିଛି ସୂଚନା । ୨ଟି ଜିଲ୍ଲାର କେତେ ପରିମାଣରେ ପେଟ୍ରୋଲ ମହଜୁଦ ରହିଛି ସେନେଇ ଓଏନଜିସି (Oil and Natural Gas Corporation) ସର୍ଭେ କରିବ ।

୯. Mithali Announced Retirement: ସମାପ୍ତ ହେଲା ୨୩ବର୍ଷର କ୍ରିକେଟ କ୍ୟାରିଅର୍, ସବୁ ଫର୍ମାଟରୁ ଅବସର କଲେ ମିତାଲି

କ୍ରିକେଟ ସମସ୍ତ ଫର୍ମାଟ୍‌ରୁ ଅବସର ଘୋଷଣା କଲେ ଭାରତୀୟ ମହିଳା କ୍ରିକେଟ ଟିମ୍‌ର ଅଧିନାୟିକା ମିତାଲି ରାଜ । 23 ବର୍ଷ ଅନ୍ତର୍ଜାତୀୟ କ୍ରିକେଟ କ୍ୟାରିଅରରେ ଅନେକ ଉପଲବ୍ଧି ହାସଲ କରିଛନ୍ତି ମିତାଲି ରାଜ ।

୧୦. ବର୍ଲିନରେ ଜାହ୍ନବୀ କପୁର, ବରୁଣଙ୍କ ସହ ସେୟାର କଲେ ଫଟୋ

ଜାହ୍ନବୀ କପୁରଙ୍କ ପ୍ୟାରିସ ପରେ ବର୍ତ୍ତମାନ ବର୍ଲିନରୁ ଫଟୋ ସାମ୍ନାକୁ ଆସିଛି । ଏଠାରେ ସେ ଏହି ବଲିଉଡ ଅଭିନେତା ବରୁଣ ଧାୱନଙ୍କ ସହ ପହଞ୍ଚିଛନ୍ତି । ଦେଖନ୍ତୁ ଫଟୋ ।

ABOUT THE AUTHOR

...view details