ଓଡିଶା

odisha

By

Published : Mar 21, 2021, 8:06 PM IST

ETV Bharat / bharat

ନାରୀ ନିର୍ଯାତନା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ଆଗରେ ମିଜୋରାମ୍

ଦେଶରେ ବଢିବାକୁ ଲାଗିଛି ମହିଳାଙ୍କ ପ୍ରତି ଅସଦାଚରଣ । ଦେଶରେ ନାରୀ ଅସୁରକ୍ଷିତ ମନେ କରୁଥିବାବେଳେ ଅପରାଧକୁ ରୋକିବା ପାଇଁ ଆଇନ ବ୍ୟବସ୍ଥା କିନ୍ତୁ ସେତିକି ମଜବୁତ୍ ନୁହେଁ । ଅଧିକ ପଢନ୍ତୁ..

ନାରୀ ନିର୍ଯାତନା
ନାରୀ ନିର୍ଯାତନା

ହାଇଦ୍ରାବାଦ: ଦେଶରେ ବଢିବାକୁ ଲାଗିଛି ମହିଳାଙ୍କ ପ୍ରତି ଅସଦାଚରଣ । ଦେଶରେ ନାରୀ ଅସୁରକ୍ଷିତ ମନେ କରୁଥିବାବେଳେ ଅପରାଧକୁ ରୋକିବା ପାଇଁ ଆଇନ ବ୍ୟବସ୍ଥା କିନ୍ତୁ ସେତିକି ମଜବୁତ୍ ନୁହେଁ । ସମଗ୍ର ଦେଶରେ ମିଜୋରାମରେ ମହିଳାଙ୍କ ଉପରେ ଅତ୍ୟାଚାର ବିରୋଧରେ ଦିଆଯାଉଥିବା ଦଣ୍ଡ ହାର 2019ରେ ସର୍ବାଧିକ 88.3 ପ୍ରତିଶତ ।

ଦ୍ବିତୀୟରେ ମଣିପୁର 58 ପ୍ରତିଶତ, ଏହାପରେ ମେଘାଳୟରେ 57.3 ପ୍ରତିଶତ ଥିବାବେଳେ ଉତ୍ତରପ୍ରଦେଶରେ 55.2 ପ୍ରତିଶତ ରହିଛି । ଏହାସହ ଉତ୍ତରାଖଣ୍ଡରେ ଏହାର ହାର 50.6 ପ୍ରତିଶତ ରହିଛି । ତେବେ ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାର ବିରୋଧରେ ଦିଆଯାଉଥିବା ଦଣ୍ଡ କ୍ଷେତ୍ରରେ ମିଜୋରାମ ଅଗ୍ରଗତି କରିଛି । 2017ରେ ମିଜୋରାମରେ ଏହାର ହାର 71 ପ୍ରତିଶତ ଥିବାବେଳେ 2019ରେ ସର୍ବାଧିକ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details