ଗାନ୍ଧୀନଗର: ପ୍ରତି ଭାରତବାସୀଙ୍କ ହୃଦୟ ଆଜି ଅସୀମ ଆତ୍ମବିଶ୍ବାସ ଭରି ରହିଛି । ଏହି ଆତ୍ମବିଶ୍ବାସ ଜାରି ରହିବା ନେଇ ଆମକୁ ସୁନିଶ୍ଚିନ୍ତ କରିବାକୁ ହେବ । ଯେଉଁଠି କେହି ପହଞ୍ଚି ନାହାନ୍ତି ସେଠି ଭାରତ ପହଞ୍ଚିଛି । ଆଜି ସମଗ୍ର ଦୁନିଆ ଭାରତକୁ ଦେଖୁଛି । ଆଜି ଭାରତ ଉପଲବ୍ଧିର ନୂଆ ଶିଖର ଛୁଇଁଛି । ଜି20ରେ ଭାରତର ସମାର୍ଥ୍ୟ ଦେଖି ବିଶ୍ବ ଚକିତ ହୋଇଥିଲା । ଅନେକ ବୈଶ୍ବିକ ସଂଙ୍କଟ ମଧ୍ୟରେ ଆମ ସୀମା ସୁରକ୍ଷିତ ରହିଛି । ଆଗାମୀ ବର୍ଷରେ ଆମେ ଦୁନିଆରେ ସବୁଠୁ ବଡ଼ ଆର୍ଥିକ ଶକ୍ତିଶାଳୀ ଦେଶ ହେବାକୁ ଯାଉଛି । ଆମେ ଗର୍ବିତ ଆଜି ଭାରତ ତେଜସ ଫାଇଟର ପ୍ଲେନଠୁ ନେଇ ଆଇଏନ ବିକ୍ରାନ୍ତ ଯାଏଁ ସବୁ ନିଜେ ତିଆରି କରୁଛି । ବଡ଼ ଟୁର୍ଣ୍ଣାମେଣ୍ଟରେ ତ୍ରିରଙ୍ଗା ଆଗରେ ରହିଛି । ଆମ କ୍ରୀଡ଼ାବିତ ରେକର୍ଡ ସଂଖ୍ୟାରେ ମେଡାଲ ଜିତୁଛନ୍ତି । ଆଗାମୀ 25 ବର୍ଷ ଭାରତ ପାଇଁ ଏହି ଶତାବ୍ଦୀର ମହତ୍ତ୍ବପୂର୍ଣ୍ଣ ବର୍ଷ ହେବ । ଏହି 25 ବର୍ଷରେ ଆମ ଭାରତକୁ ସମୃଦ୍ଧ ଓ ବିକଶିତ କରିବାକୁ ହେବ । 31 ଅକ୍ଚୋବରର ଏହି ଦିନ ଦେଶର କୋଣଅନୁକୋଣରେ ଜାତୀୟତା ସଞ୍ଚାର କରିବାର ପର୍ବ ହୋଇଛି । ଗୁଜୁରାଟର କାଭେଡିଆର ଏକତାନଗରରୁ ରାଷ୍ଟ୍ରୀୟ ଏକତା ଦିବସରେ ଦେଶବାସୀଙ୍କୁ ସମ୍ବୋଧନ କରି ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ଷ୍ଟାଚ୍ୟୁ ଅଫ୍ ୟୁନିଟିରୁ ରାଷ୍ଟ୍ରୀୟ ଏକଦା ଦିବସରେ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଛନ୍ତି, "31 ଅକ୍ଚୋବରର ଏହି ଦିନ ଦେଶର କୋଣ ଅନୁକୋଣରେ ଜାତୀୟତାର ସଞ୍ଚାର କରିବାର ପର୍ବ ହୋଇଛି । ରାଷ୍ଟ୍ର ଉତ୍ଥାନର ତ୍ରିଶକ୍ତି ହୋଇଛି । 15 ଅଗଷ୍ଟରେ ଦିଲ୍ଲୀରେ ଲାଲକିଲ୍ଲାରେ ହେଉଥିବା ଆୟୋଜନ, ଜାନୁଆରୀ 26ରେ ଦିଲ୍ଲୀର କର୍ତ୍ତବ୍ୟପଥ ପରେଡ ଓ ଅକ୍ଟୋବର 31 ତାରିଖରେ ଷ୍ଟାଚ୍ୟୁ ଅଫ୍ ୟୁନିଟର ନର୍ମଦା କୂଳରେ ରାଷ୍ଟ୍ରୀୟ ଏକାତା ଦିବସ ପାଳନ ଦେଶର ତ୍ରିଶକ୍ତି । ଆଗାମୀ 25 ବର୍ଷ ଭାରତ ପାଇଁ ଶତାଦ୍ଧୀର ସବୁଠୁ ମହତ୍ତ୍ବପୂର୍ଣ୍ଣ 25 ବର୍ଷ ହେବ । ଏହି 25 ବର୍ଷରେ ଆମକୁ ସମୃଦ୍ଧ ଓ ବିକଶିତ ଭାରତ ବନାଇବାକୁ ହେବ । ଅମୃତକାଳରେ ଭାରତ ଗୁଲାମୀର ମାନସିକାତାକୁ ତ୍ୟାଗ କରି ଆଗକୁ ବଢିବାକୁ ଶପଥ ନେଇଛି । ଆମେ ବିକାଶ ବି କରୁଛୁ ଏବଂ ଆମର କ୍ଷମତାର ରକ୍ଷା ବି କରୁଛୁ । ଆଜି ଏପରି କୌଣସି ଲକ୍ଷ୍ୟ ନାହିଁ ଯାହା ଭାରତ ହାସଲ କରିନାହିଁ । ଏପରି କୌଣି ସଂକଳ୍ପ ନାହିଁ ଯାହା ଆମେ ଭାରତବାସୀ ସିଦ୍ଧି କରିନାହୁଁ । ଗତ 9 ବର୍ଷରେ ଦେଶ ଦେଖିଛି କି ଯେବେ ସବକା ସାଥ୍ ସବକା ପ୍ରୟାସ୍ ହୋଇଛି ତେବେ କିଛି ଅସମ୍ଭବ ହୋଇନାହିଁ ।"