ହାଇଦ୍ରାବାଦ:ଗୁରୁବାର ଠାରୁ ଆରମ୍ଭ ହୋଇଯାଇଛି ନବରାତ୍ରୀ । ନବରାତ୍ରୀର ପ୍ରଥମ, ଦ୍ବିତୀୟ ଓ ତୃତୀୟ ଦିନ ପରେ ଆଜି ହୋଉଛି ଚତୁର୍ଥ ଦିନ । ମା' ଦୁର୍ଗା ଶୈଳପୁତ୍ରୀ, ବ୍ରହ୍ମଚାରିଣୀ, ଚନ୍ଦ୍ରଘଣ୍ଟା ଓ କୁଷ୍ମାଣ୍ଡା ରୂପରେ ପୂଜା ପାଇବା ପରେ ଆଜି ମା'ଙ୍କ ସ୍କନ୍ଦମାତା ରୂପ । ଏହି ବେଶରେ ଆଜି ଶକ୍ତି ପୀଠ ଓ ପୂଜା ମଣ୍ଡପ ଗୁଡିକରେ ପୂଜା ପାଇବେ ଜଗତ ଜନନୀ । ନବରାତ୍ର ପଞ୍ଚମ ଦିବସରେ ଦେବୀଙ୍କୁ ଏହି ସ୍ୱରୂପରେ ଉପାସନା କରାଯାଏ ।
ପବିତ୍ର ନବରାତ୍ରୀ: ଆଜି ସ୍କନ୍ଦମାତା ରୂପରେ ପୂଜା ପାଉଛନ୍ତି ମା' - ସ୍କନ୍ଦମାତା ରୂପ
ପ୍ରଥମ, ଦ୍ବିତୀୟ ଓ ତୃତୀୟ ଦିନ ପରେ ଆଜି ହେଉଛି ଚତୁର୍ଥ ଦିନ । ମା' ଦୁର୍ଗା ଶୈଳପୁତ୍ରୀ, ବ୍ରହ୍ମଚାରିଣୀ, ଚନ୍ଦ୍ରଘଣ୍ଟା ଓ କୁଷ୍ମାଣ୍ଡା ରୂପରେ ପୂଜା ପାଇବା ପରେ ଆଜି ମା'ଙ୍କ ସ୍କନ୍ଦମାତା ରୂପ । ଅଧିକ ପଢନ୍ତୁ...
କୁମାର କାର୍ତ୍ତିକେୟଙ୍କ ମାତା ହୋଇଥିବାରୁ ତାଙ୍କୁ ସ୍କନ୍ଦମାତା କୁହାଯାଏ । ଏହି ରୂପରେ ମାତା ପୁତ୍ର ସ୍କନ୍ଦକୁ କୋଳରେ ବସାଇଥାନ୍ତି । ମା'ଙ୍କ ଏହି ବେଶରେ ଚାରୋଟି ହସ୍ତ ଥାଏ । ଗୋଟିଏ ହାତରେ ମା' ସ୍କନ୍ଦଙ୍କୁ ଧରିଥିବା ବେଳେ ଅନ୍ୟ ହାତରେ ପଦ୍ମଫୁଲ ସହ ବରଦାନ ମୁଦ୍ରାରେ ରହିଥାନ୍ତି । ମା'ଙ୍କ ବର୍ଣ୍ଣ ଶୁଭ୍ର ହୋଇଥିବା ବେଳେ ସେ ପଦ୍ମ ଆସନରେ ସିଂହ ଉପରେ ବିରାଜମାନ କରିଥାନ୍ତି । ଏଥିପାଇଁ ମା'ଙ୍କୁ ପଦ୍ମାସନା ମଧ୍ୟ କୁହାଯାଏ । ମା'ଙ୍କର ଏପରି ସ୍ବରୂପ ଭକ୍ତଙ୍କ ପାଇଁ ମଙ୍ଗଳକାରୀ ହୋଇଥାଏ ।
ବିଶ୍ବାସ ରହିଛି ନବରାତ୍ରୀରେ ମା'ଙ୍କର ଭିନ୍ନ ଭିନ୍ନ ସ୍ବରୂପଙ୍କୁ ପୂଜା କଲେ ଜୀବନରେ ଆସୁଥିବା ବାଧା ବିଘ୍ନ ଦୂର ହେବା ସହ ସୁଖ ସମୃଦ୍ଧି ପ୍ରାପ୍ତ ହୋଇଥାଏ । ସେହିପରି ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯେଉଁ ଲୋକଙ୍କର ଜନ୍ମ କୁଣ୍ଡଳୀରେ ବୃହସ୍ପତି ଗ୍ରହ ଦୁର୍ବଳ ଥାନ୍ତି ସେମାନେ ଯଦି ଏହି ଦିନ ସ୍କନ୍ଦମାତାଙ୍କ ପୂଜା କରନ୍ତି ତେବେ ବୃହସ୍ପତିଙ୍କର ପ୍ରକୋପ କମ ହୋଇଯାଏ । ଆଉ ଜୀବନରେ ଉନ୍ନତି ଆସେ । କାରଣ ବୃହସ୍ପତି ଶିକ୍ଷା, ସମୃଦ୍ଧି, ଉଚ୍ଚପଦ ଓ ସମ୍ମାନର ଗ୍ରହ ଅଟନ୍ତି । ସ୍କନ୍ଦମାତାଙ୍କର ବାହାନ ସିଂହ ଅଟେ । ମା' ସ୍କନ୍ଦମାତାଙ୍କୁ କଦଳୀର ଭୋଗ ସବୁଠୁ ପ୍ରିୟ । ଏହା ସହ କ୍ଷୀରିରେ କେଶର ମିଶାଇ ପ୍ରସାଦ ଲାଗି ହୋଇଥାଏ ।