ହାଇଦ୍ରାବାଦ:ଆଜି ଆନ୍ତର୍ଜାତୀୟ ପୁରୁଷ ଦିବସ । ପ୍ରତିବର୍ଷ ନଭେମ୍ବର 19 ତାରିଖରେ ବିଶ୍ବବ୍ୟାପୀ ଏହି ଦିବସ ପାଳନ କରାଯାଏ । ଏହି ଦିବସ ପାଳନ କରିବାର ଉଦ୍ଦେଶ୍ୟ ଆନ୍ତର୍ଜାତୀୟ ପୁରୁଷ ଦିବସକୁ 6 ଟି ସ୍ତମ୍ଭରେ ସ୍ଥିର କରାଯାଇଛି । ସେଗୁଡିକ ହେଉଛି ଜାତି, ସମାଜ, ସମ୍ପ୍ରଦାୟ, ପରିବାର, ବିବାହ, ଏବଂ ଶିଶୁ ଯତ୍ନ । ବିଶେଷ କରି ଏହି ଦିବସର ମୂଳ ଲକ୍ଷ୍ୟ ମୌଳିକ ମାନବିକ ମୂଲ୍ୟବୋଧକୁ ପ୍ରୋତ୍ସାହିତ କରିବା ।
1990 ଦଶକ ଆରମ୍ଭରେ ମିସୌରୀ ସେଣ୍ଟର ଫର ମେନ ଷ୍ଟଡିଜ୍ ନିର୍ଦ୍ଦେଶକ ଥୋମାସ୍ ଓଷ୍ଟର ଆମେରିକା, ଅଷ୍ଟ୍ରେଲିଆ ଏବଂ ମାଲ୍ଟାର ସଂଗଠନଗୁଡ଼ିକୁ ଫେବୃଆରୀ ମାସରେ ଛୋଟ ଆନ୍ତର୍ଜାତୀୟ ପୁରୁଷ ଦିବସ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଆମନ୍ତ୍ରଣ କରିଥିଲେ । ଦୁଇ ବର୍ଷ ପାଇଁ ଓଷ୍ଟର ସଫଳତାର ସହିତ ଏହି ଇଭେଣ୍ଟଗୁଡିକ ଆୟୋଜନ କରିଥିଲେ। କିନ୍ତୁ 1995 ମସିହାରେ ଏହି ପ୍ରୟାସ ଧୀରେ ଧାରେ ଖରାପ ସ୍ଥିତିରେ ପହଞ୍ଚିଲା | ଏଥିରେ ସେ ହତାଶ ହୋଇ ଏହି ଯୋଜନା ବନ୍ଦ କରିଦେଲେ । ମାତ୍ର ଅଷ୍ଟ୍ରେଲିଆରେ ଏହି କାର୍ଯ୍ୟକ୍ରମ ଜାରି ରଖିଥିଲେ ।