ନୂଆଦିଲ୍ଲୀ:ଦେଶରେ କୋରୋନାର ଦୈନିକ ସଂକ୍ରମଣ ଏବେ ଉପର ମୁହାଁ । ୨ ଦିନ ତଳେ ସଂକ୍ରମଣ ହ୍ରାସ ପାଇଥିବା ବେଳେ ଏବେ ପୁଣି ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୬ ହଜାର ୪୦୧ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଦେଶରେ ୨୪ ଘଣ୍ଟା ମଧ୍ୟରେ ୫୩୦ ଜଣଙ୍କ ମୁଣ୍ଡ ନେଇଛି ମହାମାରୀ । ଏହାକୁ ମିଶାଇ ଦେଶରେ ମୋଟ କୋରୋନା ଜନିତ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୩୩ ହଜାର ୪୯ରେ ପହଞ୍ଚିଛି । ଦେଶରେ ଏବେ ୩ ଲକ୍ଷ ୬୪ ହଜାର ୧୨୯ଟି ଆକ୍ଚିଭ କେସ ରହିଛି । ଯାହା ଦୀର୍ଘ ୧୪୯ ଦିନ ପରେ ସର୍ବନିମ୍ନ ରହିଛି ।
INDIA CORONA: ଦିନକରେ ୩୬, ୪୦୧ ପଜିଟିଭ ଚିହ୍ନଟ - କୋରୋନା ଆକ୍ରାନ୍ତ
ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୬ ହଜାର ୪୦୧ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ...
INDIA CORONA: ଦିନକରେ ୩୬, ୪୦୧ ପଡିଟିଭ ଚିହ୍ନଟ
ସେହିପରି ଦେଶରେ ୩୯ ହଜାର ୧୫୭ କୋରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ ସୁସ୍ଥ ସଂଖ୍ୟା ୩ କୋଟି ୧୫ ଲକ୍ଷ ୨୫ ହଜାର ୮୦ରେ ପହଞ୍ଚିଛି । ଦେଶରେ ଏବେ ୫୬ କୋଟି ୬୪ ଲକ୍ଷ ୮୮ ହଜାର ୪୩୩ ଟୀକାକରଣ ସରିଛି । ଗତକାଲି ଗୋଟିଏ ଦିନରେ ୫୬ ଲକ୍ଷ ୩୬ ହଜାର ୩୩୬ ଜଣ କୋରୋନା ଟିକା ନେଇଛନ୍ତି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ତରଫରୁ ସୂଚନା ପ୍ରଦାନ କରାଯାଇଛି ।
@ANI